ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରିଟେଲ ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନାଦାୟ ଋଣ(ଏନ୍‌ପିଏ) ବୋଝ ତଳେ ଦବି ରହିଥିବା ବ୍ୟାଙ୍କଗୁଡ଼ିକ ବେଞ୍ଚମାର୍କ ରେଟ୍‌ ଉପରେ ଅଧିକ ସ୍ପ୍ରେଡ୍‌ ଦର୍ଶାଇ ନିଜ ଲାଭକୁ ବଞ୍ଚାଇବାକୁ ଚେଷ୍ଟା କରିବା ଯୋଗୁ ଏହା ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି କୁହାଯାଉଛି।
ବ୍ୟାଙ୍କ ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ କହିଛନ୍ତି ଯେ, ଆର୍‌ବିଆଇର ସଦ୍ୟତମ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକର ନେଟ୍‌ ଇଣ୍ଟ୍ରେଷ୍ଟ ମାର୍ଜିନ ବା ସୁଧ ବାବଦ ଲାଭ ଚାପଗ୍ରସ୍ତ ହୋଇପାରେ। ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ସ୍ଥିର କଲା ବେଳେ ବର୍ତ୍ତମାନର ଫର୍ମୁଲା ଛାଡ଼ି ମାର୍କେଟ ଆଧାରିତ ବେଞ୍ଚମାର୍କ ଫର୍ମୁଲା ଆପଣାଇବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।
ସ୍ବଳ୍ପ ଅବଧିରେ ବଢ଼ିପାରେ ସୁଧ ହାର
କେତେକ ବ୍ୟାଙ୍କ ମୁଖ୍ୟ ଏବଂ ବିଶ୍ଲେଷକଙ୍କ କହିବାନୁଯାୟୀ ସ୍ବଳ୍ପ ଅବଧିରେ ସୁଧ ହାର ବଢ଼ିପାରେ ଅଥବା ବର୍ତ୍ତମାନର ସ୍ତରରେ ରହିପାରେ। କାରଣ ବ୍ୟାଙ୍କଗୁଡ଼ିକର ପାଣ୍ଠି ଯୋଗାଡ କରିବାର ଖର୍ଚ୍ଚ ଜମା ସୁଧ ହାର ସହ ଯୋଡି ହୋଇ ରହିଛି। ଏହା କୌଣସି ବେଞ୍ଚମାର୍କ ସୁଧ ହାର ସହ ଯୋଡି ହୋଇନାହିଁ।
ଲାଭ ସହ ହୋଇପାରେ ସାଲିସ
ବ୍ୟାଙ୍କ ନିଜର ଜମା ଖର୍ଚ୍ଚକୁ ଉଠାଇବାକୁ ଯାଇ ଅଧିକ ବିପଦପୂର୍ଣ୍ଣ ପ୍ରିମିୟମ ଚାର୍ଜ କରିବା ଆରମ୍ଭ କରିପାରେ। ଜମା ହାରରେ ପରିବର୍ତ୍ତନ ରେପୋ ରେଟ୍‌ ଅଥବା ଟ୍ରେଜେରୀ ବିଲ୍‌ ଭଳି କୌଣସି ବାହ୍ୟ ବେଞ୍ଚମାର୍କ ମୁତାବକ ହୋଇପାରିବ ନାହିଁ। ଯାହା ସମ୍ପର୍କରେ ଆର୍‌ବିଆଇ ପ୍ରସ୍ତାବ ଦେଇଛି। ଯଦି ବ୍ୟାଙ୍କ ଜମା ସୁଧ ହାର ନ ବଢ଼ାଇବେ ତେବେ ସେମାନଙ୍କୁ ଲାଭ ସହ ସାଲିସ୍‌ କରିବାକୁ ହେବ।
ଇଏମ୍‌ଆଇରେ ଅସ୍ଥିରତା
ଏସ୍‌ବିଆଇ ସିଏଫ୍‌ଓ ପ୍ରଶାନ୍ତ କୁମାର କହିଛନ୍ତି ଯେ, ସମସ୍ତ ନୂଆ ରିଟେଲ ଋଣକୁ ବାହ୍ୟ ବେଞ୍ଚମାର୍କ ସହ ଯୋଡିବା ଦ୍ୱାରା ଗ୍ରାହକଙ୍କ ଲାଗି ଇଏମ୍‌ଆଇରେ ଅସ୍ଥିରତା ଲାଗି ରହିବ। କାରଣ ସୁଧ ହାର ପ୍ରତି ୩ ମାସରେ ପୁନର୍ଗଠିତ ହେବ। ରିଟେଲ ଋଣଗ୍ରହିତା ଇଏମ୍‌ଆଇରେ ସ୍ଥିରତା ପାଇବେ ନାହିଁ। ଏହା ଗାଏବ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦...

ପେଟିଏମ୍‌ ଉପରେ ଆର୍‌ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ...

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ...

ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା...

ମାନ୍ଦାବସ୍ଥା ଆଣିଛି ଘୋର ସଙ୍କଟ;୧୯% କମ୍ପାନୀ ନୂଆ ନିଯୁକ୍ତି ସପକ୍ଷରେ

ନୂଆଦିଲ୍ଲୀ,୧୧-୯: ଭାରତ ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ପ୍ରଭାବ ଏଭଳି ସ୍ଥିତିରେ ପହଞ୍ଚତ୍ଛି ଯେ, ସମସ୍ତ କ୍ଷେତ୍ର ଏବେ ଘୋର ସଙ୍କଟ ଦେଇ ଗତିକରୁଛି। ଫଳସ୍ବରୂପ...

ସେସୁ ବିଦ୍ୟୁତ ବିତରଣର ଅଧିଗ୍ରହଣ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୨୪-୧୨: ସେଣ୍ଟ୍ରାଲ ଇଲେକଟ୍ରିସିଟି ସପ୍ଲାଇ ୟୁଟିଲିଟି ଅଫ୍‌ ଓଡ଼ିଶା (ସେସୁ)ର ବିଦ୍ୟୁତ୍‌ ଶକ୍ତି ବିତରଣକୁ ଟାଟା ପାଓ୍ବାର ଲିମିଟେଡ ଅଧିଗ୍ରହଣ କରିବ। ଏଥିଲାଗି ଓଡ଼ିଶା ଇଲେକଟ୍ରିସିଟି...

Advertisement
Archives

Model This Week