ଆର୍‌ବିଆଇର ବଳକା ଅର୍ଥ ପ୍ରଦାନ; ଜଲାନ କମିଟିରେ ହେଉନି ସହମତି

ନୂଆଦିଲ୍ଲୀ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବଳକା ଅର୍ଥ ପ୍ରଦାନକୁ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଗଠିତ ୬ ଜଣିଆ ବିମଳ ଜଲାନ କମିଟିରେ ସହମତି ପ୍ରକାଶ ପାଇପାରୁନାହିଁ। ଏହି କାରଣରୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ଜଣେ ଅଧିକାରୀ କହିଛନ୍ତି ଯେ, ଚଳିତ ମାସ ଶେଷରେ ରିପୋର୍ଟ ପ୍ରଦାନ ପୂର୍ବରୁ କମିଟି ଆଉ ଥରେ ବୈଠକରେ ବସିବ। ଉଲ୍ଲେଖଥାଉ କି, ଗତବର୍ଷ ଡିସେମ୍ବର ୨୬ରେ ଆର୍‌ବିଆଇ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ୬ ସଦସ୍ୟବିଶିଷ୍ଟ କମିଟି ଗଠନ କରାଯାଇଥିଲା। ଆର୍‌ବିଆଇ ନିକଟରେ ବଳକା ଥିବା ଅର୍ଥ ମଧ୍ୟରୁ ଅଧିକାଂଶ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଅନ୍ୟପକ୍ଷରେ ଲାଭାଂଶ ବ୍ୟତୀତ ଅଧିକ ଅର୍ଥ ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କ ରାଜି ନୁହେଁ। ଉଭୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେବା ପରେ ଆର୍‌ବିଆଇର ପୁଞ୍ଜି ଢାଞ୍ଚା ସମୀକ୍ଷା ଲାଗି ଉକ୍ତ କମିଟି ଗଠନ କରାଯାଇଛି। ବର୍ତ୍ତମାନ ଆର୍‌ବିଆଇ ନିକଟରେ ୯.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ରହିଛି। ଏହି କମିଟିରେ ଜଲାନଙ୍କ ବ୍ୟତିତ ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର ରାକେଶ ମୋହନ, ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ଆର୍‌ବିଆଇର ବର୍ତ୍ତମାନ ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳର ଦୁଇ ଜଣ ସଦସ୍ୟ ଭାରତ ଦୋଷୀ ଏବଂ ସୁଧୀର ମଙ୍କଡ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତି;୬ ଜଣିଆ ଟାସ୍କଫୋର୍ସ ଗଠନ କଲେ ସୀତାରାମନ୍‌

ନୂଆଦିଲ୍ଲୀ,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ଡାଟା ସୁରକ୍ଷା ବିଲ୍‌: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…

ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ...

ଭାରତ ମସଲାକୁ ଜାଗରଣ ଆଚିଭର ଆଓ୍ବାର୍ଡ

କଟକ,୨୬।୯: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦନକାରୀ ସଂସ୍ଥା ଭାବେ ବିଶ୍ବରେ ପହଞ୍ଚତ୍ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ...

ଗାଡ଼ି ବିକ୍ରିରେ ଆସିଲା ଉନ୍ନତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଅକ୍ଟୋବରଠାରୁ ପୁଣି ଥରେ ସ୍ଥିତିରେ ସୁଧାର ଆସୁଥିବା ନଜରକୁ ଆସିଛି। ଦେଶର ଅଟୋମୋବାଇଲ କ୍ଷେତ୍ରର...

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ...

ଜେଇଇ ଆଡଭାନ୍ସରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୧୬-୬(ବ୍ୟୁରୋ): ଶୁକ୍ରବାର ପ୍ରକାଶିତ ଜେଇଇ ଆଡଭାନ୍ସରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୨-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

କର୍ନିଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍‌ ଇନ୍‌କର୍ପୋରେଟେଡ୍‌ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍‌ ଗରିଲା ଗ୍ଲାସ୍‌ ଭିକ୍ଟସ-୨ର ବଜାର ପ୍ରବେଶ...

Advertisement
Archives

Model This Week