Posted inଜାତୀୟ

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ ପାରିତ ହୋଇଯାଇଛି। ଅଧିକ ଯାଞ୍ଚ ପାଇଁ ବିଲ୍‌କୁ ଗୃହ କମିଟିକୁ ପଠାଇବାକୁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ପ୍ରସ୍ତାବ ବିରୋଧରେ ୧୧୭ ଭୋଟ ପଡ଼ିଥିବାବେଳେ ସପକ୍ଷରେ ୭୫ ଭୋଟ ଯାଇଥିଲା। ଗୁରୁବାର ଘଟଣାରୁ ରାଜ୍ୟ ସଭାରେ ବିରୋଧୀ ଦଳର କ୍ଷମତା ହ୍ରାସ ପାଇଥିବା ସ୍ପଷ୍ଟ ହୋଇଯାଇଛି। ଯାହା ଫଳରେ ସଂଖ୍ୟାଗରିଷ୍ଠତା ନ ଥାଇ ସରକାର ବିଭିନ୍ନ ବିଲ୍‌କୁ ଗୃହୀତ କରାଇ ନେଉଛନ୍ତି।
ସଂଶୋଧିତ ବିଲ୍‌ ଅନୁଯାୟୀ ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ, ବେତନ ଓ ଅନ୍ୟାନ୍ୟ ସର୍ତ୍ତାବଳୀ ସରକାର ଧାର୍ଯ୍ୟ କରିବେ। ବର୍ତ୍ତମାନର ଆଇନରେ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥିବାବେଳେ ସଂଶୋଧିତ ବିଲ୍‌ରେ ଏହାକୁ ୩ ବର୍ଷ ହ୍ରାସ କରାଯିବା ପ୍ରସ୍ତାବ ରହିଛି। ବିଲ୍‌କୁ କଂଗ୍ରେସ, ବାମଦଳ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣର ପର୍ଦ୍ଦାଫାଶ୍‌ ଏବଂ ଶିକ୍ଷାଗତ ଯୋଗ୍ୟତା ଜଣାପଡିଯିବା ପରେ ପ୍ରତିଶୋଧ ନେବା ପାଇଁ ସରକାର ଆର୍‌ଟିଆଇ ଆଇନରେ ସଂଶୋଧନ ଆଣୁଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଜାଲ୍‌ ରାଶନ୍‌ କାର୍ଡର ପ୍ରକୃତ ସଂଖ୍ୟା ଧରାପଡିଯିବା ଏବଂ ବିଦେଶରୁ ଅଣାଯାଇଥିବା କଳାଧନ ପରିମାଣର ଖୁଲାସା ଓ ଖିଲାପୀଙ୍କ ତାଲିକା ଦାଖଲ ପାଇଁ କେନ୍ଦ୍ରୀୟ ସୂଚନା କମିଶନର (ସିଆଇସି) ନିର୍ଦ୍ଦେଶ ଦେବା ପରେ ସରକାର ପ୍ରତିଶୋଧପରାୟଣ ହୋଇପଡିଛନ୍ତି। ସିଆଇସିକୁ କ୍ଷମତାହୀନ କରିଦେବା ବିଲ୍‌ର ପ୍ରକୃତ ଉଦ୍ଦେଶ୍ୟ ବୋଲି ରମେଶ ରାଜ୍ୟ ସଭାରେ କହିଥିଲେ।
ବିଲ୍‌ ଉପରେ ଆଲୋଚନା ଚାଲିଥିବାବେଳେ ଭାଜପା ଅଣ ଏନ୍‌ଡିଏ ଦଳ ଯଥା ଓ୍ବାଇଏସ୍‌ଆର କଂଗ୍ରେସ, ଟିଆର୍‌ଏସ୍‌, ବିଜେଡିର ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଥିଲା। ବିଲ୍‌କୁ ନେଇ ବିଜେଡିର କେତେକ ଭିନ୍ନମତ ରହିଛି, ସରକାରଙ୍କ ପାଖରୁ ଦୃଢ଼ ପ୍ରତିଶ୍ରୁତି ପାଇବା ପରେ ଦଳ ଏହା ସମର୍ଥନକୁ ନେଇ ବିଚାର କରିବ ବୋଲି ବିଜେଡି ଏମ୍‌ପି ସସ୍ମିତ ପାତ୍ର ସ୍ପଷ୍ଟ କରିଦେଇଥିଲେ। ସଂଶୋଧନ ବିଲ୍‌ରେ କୌଣସି ଭୁଲ୍‌ ନାହିଁ। ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏହାକୁ ସମର୍ଥନ ଦେବ ବୋଲି ଏହାର ସଦସ୍ୟ ଭି. ବିଜୟସାଇ ରେଡ୍ଡୀ କହିଥିଲେ। ସେହିପରି ଟିଆର୍‌ଏସ୍‌ର କେ. କେଶବ ରାଓ ବିଲ୍‌କୁ ସମର୍ଥନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri