Posted inଖେଳ

ଆର୍ଚରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ସୁରକ୍ଷା ବ୍ୟବସ୍ଥା କଡ଼ା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୨୭।୧୧(ଏଏଫ୍‌ପି)- ହାମିଲଟନରେ ଆଗକୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ମାଉଣ୍ଟ ମାନୁଗାନୁଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଗ୍ୟାଲେରୀରେ ଉପସ୍ଥିତ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏଭଳି ଆକ୍ଷେପ ଗ୍ରହଣୀୟ ନୁହେଁ ଓ ଏହା ନିହାତି ଅଶୋଭନୀୟ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ କହିଛନ୍ତି। ସିସିଟିଭି ଫୁଟେଜରେ ଏମାନଙ୍କୁ ଚିହ୍ନଟ କରାଯିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି। ଚିହ୍ନଟ ହେଲେ ଏମାନଙ୍କୁ କ୍ରିକେଟ ଗ୍ରାଉଣ୍ଡରୁ ବାରଣ କରାଯିବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି।
ଏଭଳି ଘଟଣା ଦୁର୍ଭାଗ୍ୟଜନକ ଓ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ କହିଛନ୍ତି। ପୂର୍ବରୁ ଆର୍ଚର ଟୁଇଟ କରି ଏ ନେଇ ଜଣାଇଥିଲେ। ବ୍ୟାଟିଂ କରୁଥିବା ବେଳେ କେତେକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ଆଉଟ ହୋଇ ପ୍ୟାଭିଲିୟନ ଯାଉଥିବା ବେଳେ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ମୋ ଦେହର ରଙ୍ଗ ନେଇ ଟିପ୍ପଣୀ ଦେଇଥିଲେ। ଏହି ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୬୫ ରନରେ ବିଜୟୀ ହୋଇଥିଲା। ତେବେ ଏହି ଘଟଣା ବିଜୟକୁ ଫିକା କରିଦେଇଥିଲା। ତେବେ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ହ୍ବାଇଟ୍‌ ଜଣାଇଛନ୍ତି। ଆବଶ୍ୟକ ପଡିଲେ ଆର୍ଚରଙ୍କୁ ଆମେ କ୍ଷମା ମାଗିବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri