ଆରମ୍ଭ ହେଲା ‘୧୦୪ ହେଲ୍‌ଥ ହେଲ୍ପଲାଇନ୍‌’

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍‌ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ହିତାଧିକାରୀମାନେ ଦେୟମୁକ୍ତ ୧୦୪ ନମ୍ବରକୁ ଫୋନ୍‌ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଓ ତଥ୍ୟ ପାଇପାରିବେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସେବା ପାଇବାକୁ ଦିନରାତି ଯେକୌଣସି ସମୟରେ ଲୋକେ ଯୋଗାଯୋଗ କରିପାରିବେ। ପ୍ରଜନନ ସ୍ବାସ୍ଥ୍ୟ, ମାତୃ ସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ ତଥା ଅନ୍ୟ ସମସ୍ତ ରୋଗ ଓ ତାହାର ନିରାକରଣ ସମ୍ବନ୍ଧୀୟ ତଥ୍ୟ ଏହା ମାଧ୍ୟମରେ ପାଇହେବ।
ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପଯର୍‌ୟନ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଏହି ସେବା ମାଧ୍ୟମରେ ଲୋକେ ପାଇପାରିବେ। ଏହାବ୍ୟତୀତ ୨୪ଘଣ୍ଟା ପାଇଁ ଉପଲବ୍ଧ ହେଉଥିବା ସେବା ମଧ୍ୟରେ ନିକଟତମ ଯେକୌଣସି ସରକାରୀ ଡାକ୍ତରଖାନା, ରକ୍ତଭଣ୍ଡାର, ଔଷଧାଳୟ, ସ୍ବତନ୍ତ୍ର ନିଦାନ ବ୍ୟବସ୍ଥା ଏବଂ ସହାୟ ଡାଏଲିସିସ୍‌ ବ୍ୟବସ୍ଥା ସମ୍ବଳିତ ତଥ୍ୟ ମଧ୍ୟ ମିିଳିପାରିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ସୂଚନା ଏବଂ ଏହା ଅନ୍ତର୍ଭୁକ୍ତ ସମସ୍ତ ପଞ୍ଜୀକୃତ ଡାକ୍ତରଖାନା ଓ ସେଠାରେ ମିଳୁଥିବା ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ଜନସାଧାରଣ ଏଠାରୁ ପାଇପାରିବେ। ମାନସିକ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ, ଆତ୍ମହତ୍ୟା ନିବାରଣ, ପରିବାର ନିୟୋଜନ, ଏଚ୍‌ଆଇଭି ଏଡ୍‌ସ, ଖାଦ୍ୟ ଏବଂ ପୋଷଣ, ଆଶୁ ଚିକିସତ୍ା, ଶିଶୁ ଓ ମାତୃ ସ୍ବାସ୍ଥ୍ୟସେବା ଜନିତ ତଥ୍ୟ ମଧ୍ୟ ମିଳିବ। ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା’ଙ୍କ ପାଇଁ ସ୍ବତନ୍ତ୍ର ଫୋନ୍‌-କଲ୍‌ ବ୍ୟବସ୍ଥା ରହିବ। ଏହି ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ଲୋକମାନେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ବୋଲି ୧୦୪ ସ୍ବାସ୍ଥ୍ୟସେବା ପରିଚାଳନା କରୁଥିବା ଜିକିସତ୍ା ହେଲ୍‌ଥକେୟାର ଲିମିଟେଡ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ଗରିବ ତଥା ଉପାନ୍ତ ଓ ଅପହଞ୍ଚ ଅଞ୍ଚଳବାସୀଙ୍କୁ ଉଚିତ ସ୍ବାସ୍ଥ୍ୟସେବା ସଂପର୍କରେ ଅବଗତ କରାଇବା ପାଇଁ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ...

ଖୋଲିଲା ୨୦ ଗେଟ୍‌: ମହାନଦୀରେ ବଢୁଛି ବନ୍ୟା ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା...

ଦେବଦୂତ ସାଜିଲେ ଡାକ୍ତର: ଅନାଥ ପିଲାକୁ ଭାରରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୭।୯(ସ୍ବ.ପ୍ର): ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ବଣ୍ଡାଘାଟି ବଡ଼ଡୁରାଲ ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ୧୨ ବର୍ଷର ଅନାଥ ପିଲା କମୁଳୁ କିରସାନିଙ୍କ ପେଟ ଫୁଲିବା...

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ମନା

ଭୁବନେଶ୍ୱର,୨୮।୧(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ମନା ହୋଇଛି। କରୋନା କଟକଣା ମଧ୍ୟରେ ମାଘ ସପ୍ତମୀ...

‘ସରକାରଙ୍କ ତ୍ରୁଟି ଯୋଗୁ ୨୩ ଗାଁର ଜମି ଜଗନ୍ନାଥଙ୍କ ନାମରେ’

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସେଟଲ୍‌ମେଣ୍ଟ ଅଫିସରଙ୍କ ତ୍ରୁଟି ଯୋଗୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୩ଟି ଗଁ।ର ସାଧାରଣ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ...

ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି...

ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସହିତ ମତ ବିନିମୟ କଲେ ୫-ଟି ସଚିବ

ଭୁବନେଶ୍ବର, ୨୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ...

ରାସ୍ତାରେ ଗଛ ଉପୁଡ଼ିଲା, ଘର ଭାଙ୍ଗିଲା

କଟକ ଅଫିସ/ଖୁଣ୍ଟୁଣୀ, ୨୦ା୫(ଡି.ଏନ୍‌.ଏ.): କଟକ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଖୁବ୍‌ ଜୋରରେ ପବନ ବହିବା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା...

Advertisement
Archives

Model This Week