ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ ଆରମ୍ଭରୁ ରିଲିଜକୁ ନେଇ ବେଶ୍‌ ଚର୍ଚ୍ଚା। କାରଣ ଜାନୁୟାରୀରେ ପଛକୁ ପଛ ତିନୋଟି ଓଡ଼ିଆ ସିନେମା-‘ମୁଁ ପରଦେଶୀ ଚଢ଼େଇ’ (ଜାନୁୟାରୀ ୧୦), ‘ବାବୁ ଭାଇଜାନ’ (ଜାନୁୟାରୀ ୧୨) ଏବଂ ‘କୁଇନ୍‌’ (ଜାନୁୟାରୀ ୧୫) ପରଦା ଉପରକୁ ଆସୁଛି। ଏହି ତ୍ରିମୁଖୀ ଲଢ଼େଇରେ କିଏ ବାଜିମାତ କରିବ ତାହା ତିନୋଟି ଫିଲ୍ମ ମୁକ୍ତିଲାଭ କରିବା ପରେ ହିଁ ଜଣାପଡିବ। ଅନ୍ୟପକ୍ଷରେ ଚଳିତ ମାସ ୧୭ରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ତଥା ସମ୍ବଲପୁରୀ-କୋଶଳୀ ଭାଷାରେ ନିର୍ମିତ କଳାତ୍ମକ ଚଳଚ୍ଚିତ୍ର ‘ଶଲାବୁଢ଼ାର ବଦଲା’ ଜାନୁୟାରୀ ୧୭ରେ ରିଲିଜ ହେବ।
କୁଇନ୍‌ : ବର୍ଷା ପ୍ରିୟଦର୍ଶିନୀ ନିବେଦିତ ଏବଂ ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ‘କୁଇନ୍‌’ ଚଳିତ ମାସ ୧୫ରେ ରିଲିଜ ହେଉଛି। ଫିଲ୍ମଟିର ଟାଇଟଲ ଭୂମିକାରେ ଅଭିନୟ କରିବା ସହ ଏହାର କାହାଣୀ ରଚନା ଏବଂ କ୍ରିଏଟିଭ ହେଡ୍‌ ପରି ଗୁରୁ ଦାୟିତ୍ୱ ତୁଲାଇଛନ୍ତି ଓଲିଉଡ୍‌ର ଆଗଧାଡିର ନାୟିକା ବର୍ଷା। ଜଣେ ନାରୀର ସଂଘର୍ଷମୟ ଜୀବନକୁ ନେଇ କାହାଣୀ ଗତିଶୀତ। ଖାସ୍‌ କଥା ହେଲା ଏହି ଫିଲ୍ମରେ ବର୍ଷାଙ୍କର ଭୂମିକା ହଁ ଚିତ୍ରର ମୁଖ୍ୟ ଆକର୍ଷଣ ସାଜିବ। ଏଥିରେ ତାଙ୍କ ସହ ମେଲ୍‌ ଲିଡ୍‌ରେ ଅଭିନୟ କରିଛନ୍ତି ଜୟଜିତ ଦାସ। ବିଜୟ ମଲ୍ଲ ସଂଳାପ ରଚନା କରିଥିବା ବେଳେ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ପ୍ରତାପ ରାଉତ। ଗୀତଗୁଡିକୁ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ‘କୁଇନ୍‌’ରେ ବର୍ଷା, ଜୟଜିତଙ୍କ ବ୍ୟତୀତ ହରିହର ମହାପାତ୍ର, ଉଷସୀ ମିଶ୍ର, ପପି ସନ୍ତୁକା, ଲିପସା ମିଶ୍ର, ଅନନ୍ତ ରଥ ଏବଂ ଗୀତାରାଣୀ ଜୈନ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।
ମୁଁ ପରଦେଶୀ ଚଢ଼େଇ: ମା’ ସିଂହାସନୀ ଫିଲ୍ମସ ବ୍ୟାନରରେ ଏବଂ ଏକ୍‌ଜିକ୍ୟୁଟିଭ ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ମୁଁ ପରଦେଶୀ ଚଢ଼େଇ’ ଫିଲ୍ମଟି ଚଳିତ ମାସ ୧୦ରେ ମୁକ୍ତିଲାଭ କରୁଛି। ଖାସ୍‌ କଥା ହେଲା ଏଥିରେ ନାୟକ ଅର୍ଦ୍ଧେନ୍ଦୁ ସାହୁଙ୍କୁ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିବ। ଉକ୍ତ ଚିତ୍ରରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଅନୁଭା। ଏହାର ବିଭିନ୍ନ ଭୂମିକାରେ ମିହିର ଦାସ, ହର ରଥ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଅଭିନୟ କରିଛନ୍ତି। କେ. ମୁରଲୀକ୍ରିଷ୍ଣା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଗୀତଗୁଡିକୁ ସ୍ବର ଦେଇଛନ୍ତି ଆସାଦ ନିଜାମ୍‌। ଖାସ୍‌ କଥା ହେଲା, ଏହାର ଟାଇଟଲ ଗୀତ ‘ମୁଁ ପରଦେଶୀ ଚଢ଼େଇ’ ଇତି ମଧ୍ୟରେ ବେଶ୍‌ ଭାଇରାଲ ହୋଇସାରିଛି। ତେବେ ଫିଲ୍ମଟିକୁ ନେଇ ବେଶ୍‌ ଆଶା ରଖିଛନ୍ତି ଅର୍ଦ୍ଧେନ୍ଦୁ।
ବାବୁ ଭାଇଜାନ୍‌ : ଅନ୍ୟପକ୍ଷରେ ବିଗ ବଜେଟ୍‌ ଫିଲ୍ମ ‘ବାବୁ ଭାଇଜାନ୍‌’ ଚଳିତ ମାସ ୧୨ରେ ରିଲିଜ ହେଉଛି। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍‌। ଏକ ସତ୍ୟ ତଥା ଜଣେ ବିଜ୍‌ନେସ୍‌ମ୍ୟାନଙ୍କ ଉତ୍‌ଥାନ ପତନ ଜୀବନ ଉପରେ ଏହା ଆଧାରିତ। ଆମ ରାଜ୍ୟର ବାଲେଶ୍ୱର ଜିଲାର ଜଣେ ପିଲା ବାବୁ। ସେ କିପରି ନିଜର ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଗାର୍ମେଣ୍ଟ ବିଜ୍‌ନେସ୍‌ମ୍ୟାନ୍‌ ଭାବରେ ପରିଚିତ କରାଇ ପାରିଛନ୍ତି, ତାହା ସିନେମାରେ ଦେଖିବାକୁ ମିଳିବ। ଖ୍ବାଜା ଗରିବ୍‌ ନଓ୍ବାଜ୍‌ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଉଛନ୍ତି ଆଗଧାଡ଼ିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ। ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ମଳୟ ମିଶ୍ର। ଏଥିରେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଶିବାନୀ। ଏହି ଯୋଡ଼ି ବ୍ୟତୀତ ମିହିର ଦାସ, ଶ୍ରୀତମ୍‌ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହୋତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଶମ୍‌ଶେରା’ରେ ଡବଲ୍‌ ରୋଲ୍‌

ବମ୍ବେ: ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଶମଶେରା’। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହାକୁ ଦେଖିବା ପରେ ପ୍ରଶଂସକଙ୍କ...

ଅଧରାତିରେ ରିଲିଜ୍‌ ହେଲା ଆନିମଲର ପୋଷ୍ଟର…

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ଆନିମଲର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି। ୨୦୨୨ ଡିସେମ୍ବର ୩୦ ରେ ଏହାର...

୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ...

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ...

ଓଟିଟି ନୁହେଁ ସିନେମା ହଲ୍‌ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍‌ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ...

ପରଲୋକରେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ବାପି ଲାହିରୀ

ମୁମ୍ବାଇ,୧୬।୨: ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଛ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ...

Advertisement
Archives

Model This Week