ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହେବାକୁ ଆହ୍ବାନ ଦେଇଛି। ଏଥିଲାଗି ଭାରତ ସହିତ ଥିବା ନିଜର ବାଣିଜ୍ୟ ଅସନ୍ତୁଳନକୁ ଦୂର କରିବା ନେଇ ଆଲୋଚନା କରିବାକୁ ରାଜି ଥିବା ପଡୋଶୀ ଦେଶ କହିଛି।
ଚାଇନା ପକ୍ଷରୁ କୁହାଯାଇଛି ଯେ, ଏହା ବାଣିଜ୍ୟ ଅସନ୍ତୁଳନକୁ ନେଇ ଭାରତର ଚିନ୍ତାକୁ ବୁଝୁଛି ଏବଂ ଏଥିଲାଗି ଆଲୋଚନା ଟେବୁଲକୁ ଆସିବାକୁ ଚାହେଁ। ଏଥିସହିତ ବାଣିଜ୍ୟରେ ଥିବା ଏକପକ୍ଷବାଦିତା ଏବଂ ସଂରକ୍ଷଣବାଦ୍‌ ବିରୋଧରେ ଲଢ଼େଇରେ ଭାରତ ସହଯୋଗ କରୁ ବୋଲି ଚାଇନା ଆହ୍ବାନ ଦେଇଛି।
ଭାରତରେ ଚାଇନାର ନବନିଯୁକ୍ତ ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ କହିଛନ୍ତି ଯେ, ବାଣିଜ୍ୟ ଅସନ୍ତୁଳନକୁ ନେଇ ତାଙ୍କ ଦେଶ ଗମ୍ଭୀର। ଭାରତ ସହ ଟ୍ରେଡ୍‌ ସରପ୍ଲସ ନେଇ ଚାଇନା କେବେ ହେଲେ ଯୋଜନାବଦ୍ଧ ରଣନୀତି ଆପଣାଇନାହିଁ। ଚାଇନାକୁ ଭାରତରୁ ଚାଉଳ ଓ ଚିନି ଆମଦାନୀ ବୃଦ୍ଧି ପାଇଛି। ଏହାବ୍ୟତୀତ ଭାରତୀୟ ଔଷଧ ଓ କୃଷି ଉତ୍ପାଦର ଆମଦାନୀ ବୃଦ୍ଧି ଉପରେ ଏବେ ଚାଇନା ସରକାର ବିଚାର କରୁଛନ୍ତି ବୋଲି ସନ୍‌ କହିଛନ୍ତି। ନିକଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଚାଇନାକୁ ଭାରତୀୟ ଉତ୍ପାଦ ଆମଦାନୀ ୧୫% ବୃଦ୍ଧି ପାଇଛି। ଏହାବ୍ୟତୀତ ଗତବର୍ଷ ଚାଇନା ବଜାରରେ ଭାରତୀୟ କୃଷି ଉତ୍ପାଦ ରପ୍ତାନି ମଧ୍ୟ ଦ୍ୱିଗୁଣା ହୋଇଛି। ନିଜର ଫାର୍ମାସ୍ୟୁଟିକାଲ ବଜାରରେ ପ୍ରବେଶ ପାଇଁ ଚାଇନା ଭାରତୀୟ ଔଷଧ କମ୍ପାନୀଙ୍କୁ ଅନୁମତି ଦେଉ ବୋଲି ଭାରତ ଦୀର୍ଘଦିନ ହେଲା ଦାବି କରିଆସୁଛି। ଆମେରିକା ସହ ଟ୍ରେଡ ଓ୍ବାର୍‌ ଆରମ୍ଭ ହେବା ପରେ ଚାଇନା ପକ୍ଷରୁ ଭାରତୀୟ ଉତ୍ପାଦ ଆମଦାନୀ ବଢ଼ାଯିବା ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ଅସନ୍ତୁଳନ ୯୫.୫ ବିଲିୟନ ଡଲାରରୁ ହ୍ରାସ ପାଇ ୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତରେ ଚାଇନାର ରାଷ୍ଟ୍ରଦୂତ ସନ୍‌ କହିଛନ୍ତି ଯେ, ଚଳିତ ବର୍ଷର ପ୍ରଥମ ୬ ମାସରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୫% ହ୍ରାସ ପାଇଛି। ଏଣୁ କ୍ରମାଗତ ପ୍ରୟାସ କରାଗଲେ ଦୁଇ ଦେଶର ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ଆସିପାରିବ ଏବଂ ଏହାକୁ ନିୟନ୍ତ୍ରିତ କରାଯାଇପାରିବ। ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‘ଆମେରିକା ଫାଷ୍ଟ’ ନୀତି ଆପଣାଇଛନ୍ତି। ଫଳରେ ଏହା ଚାଇନା ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଚାଇନାରୁ ଆମଦାନୀ ହେଉଥିବା ପ୍ରାୟ ୨୫୦ ବିଲିୟନ ଡଲାର ଉତ୍ପାଦ ଉପରେ ଆମେରିକା ୨୫% ଶୁଳ୍କ ବଢ଼ାଇ ଦେଇଛି। ଚାଇନା ସହ ବାଣିଜ୍ୟ ନିଅଣ୍ଟ ପରିମାଣ ୫୩୯ ବିଲିୟନ ଡଲାର ଥିବା ବେଳେ ଏହାକୁ ହ୍ରାସ କରିବା ଲାଗି ଆମେରିକା କ୍ରମାଗତ ଚାପ ସୃଷ୍ଟି କରିଚାଲିଛି। ଅନ୍ୟପକ୍ଷରେ ଆମେରିକାକୁ ମଧ୍ୟ ଚାଇନା ଯେସାକୁ ତେସା ନୀତିରେ ଜବାବ ଦେଇ ଚାଇନା ସେଦେଶର ଉତ୍ପାଦ ଉପରେ ଟାରିଫ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଭାରତରୁ ଆମଦାନୀ କରୁଥିବା ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ୍‌ ବୃଦ୍ଧି କରିବା ପରେ ଭାରତ ମଧ୍ୟ ଆମେରିକାର ୨୮ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇ ଦେଇଛି। ପରୋକ୍ଷରେ କହିବାକୁ ଗଲେ ଆମେରିକା ଏବେ ଉଭୟ ଚାଇନା ଓ ଭାରତ ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଭାରତ ଓ ଚାଇନା ଏକାଠି ହୋଇ ଟ୍ରେଡ ଓ୍ବାର୍‌ର ମୁକାବିଲା କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ କ୍ଷେତ୍ର ନିୟନ୍ତ୍ରିତ ହେବ ଏବଂ ଏହା ଏକ ଧାରାକୁ ଫେରିପାରିବ। ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକର ସ୍ବାର୍ଥରକ୍ଷା ହୋଇପାରିବ ବୋଲି ସନ୍‌ ଯୁକ୍ତି ଦର୍ଶାଇଛନ୍ତି। ଭାରତ ଓ ଚାଇନା ସହ ଆମେରିକାର ଟ୍ରେଡ ଓ୍ବାର୍‌ ସମ୍ପର୍କରେ ସିଧାସଳଖ ଉଲ୍ଲେଖ ନ କରି ସେ କହିଛନ୍ତି ଯେ, ଏକ ଦଶନ୍ଧି ମଧ୍ୟରେ ଆମେ ଏବେ ଅଦ୍ଭୁତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛୁ। ଉଭୟ ଭାରତ ଓ ଚାଇନା ସଂରକ୍ଷଣବାଦ୍‌ ଓ ଏକପକ୍ଷବାଦିତା ଚ୍ୟାଲେଞ୍ଜର ସାମ୍ନା କରୁଛି। ତେଣୁ ଉଭୟ ଦେଶ ଏକତ୍ର ମିଶି ବହୁପକ୍ଷବାଦିତା ଓ ଆର୍ଥିକ ବୈଶ୍ୟକରଣ ପାଇଁ ଲଢ଼େଇ କରିବାକୁ ହେବ। ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଚାଇନାର ବିଶାଳ ପୁଞ୍ଜିନିବେଶ ସମ୍ପର୍କରେ ଉଲ୍ଲେଖ ନ କରି ସନ୍‌ କହିଛନ୍ତି ଯେ, ଚାଇନା-ଭାରତ ପ୍ଲସ୍‌ ନୀତି ଆପଣାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ମୂଲ୍ୟରେ ଅଧିଗ୍ରହଣକୁ ମିଳିବନି ଅନୁମତି

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା...

‘ପିଏମ୍‌ଏଫ୍‌ବିଓ୍ବାଇ କାର୍ଯ୍ୟକାରୀ କରିବ ଏଚ୍‌ଡିଏଫ୍‌ସି ଏଗ୍ରୋ’

ନୂଆଦିଲ୍ଲୀ,୫।୧୨: ଓଡ଼ିଶାର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଏଚ୍‌ଡିଏଫ୍‌ସି ଏଗ୍ରୋ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ କାର୍ଯ୍ୟକାରୀ କରିବ ବୋଲି ଜଣାପଡ଼ିଛି।...

୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ...

୧୪ ନଭେମ୍ବରରୁ ଷ୍ଟାର୍‌ କିରଣରେ ମହାସପ୍ତାହ

ଭୁବନେଶ୍ୱର,୧୩।୧୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୧୪ ରୁ ୧୯...

ଅର୍ଥନୈତିକ ସର୍ଭେ ରିପୋର୍ଟ;୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ବପ୍ନ

ନୂଆଦିଲ୍ଲୀ,୫-୭: ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି.ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି। ଦେଶକୁ ୨୦୨୪-୨୫ ସୁଦ୍ଧା ୫...

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌...

ସବୁ ସେକ୍ଟରକୁ ପ୍ୟାକେଜ ଦେବେ ସରକାର

ନୂଆଦିଲ୍ଲୀ,୮।୫: କୋଭିଡ୍‌-୧୯ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବର୍ତ୍ତମାନ ବିଚାର ହେଉଥିବା ବେଳେ ଶୀଘ୍ର ଘୋଷଣା...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ବୁଝିବିଚାରି ରଣନୀତି ଆପଣାଇବାକୁ ହେବ: ମନମୋହନ

ଜୟପୁର,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଉପରେ...

Advertisement
Archives

Model This Week