Advertisement

ଆମେରିକା ଦୂତାବାସ ଉପରେ ଆକ୍ରମଣ: ଘନେଇଲା ସଂକଟ

ବାଗଦାଦ,୫।୧(ଏଏଫ୍‌ପି): ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବାର ଦିନକ ପରେ ବାଗଦାଦର ଗ୍ରୀନ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ର ଅଲ୍‌-ବାଲାଦ ଏୟାରବେସ୍‌ ଉପରେ ମଧ୍ୟ ଶନିବାର ରାତିରେ ଦୁଇଟି ରକେଟ ମାଡ଼ ହୋଇଛି। ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡିନାହିଁ। କୂଟନୀତିଜ୍ଞ ଓ ସୈନ୍ୟମାନେ ରହୁଥିବା ବାଗଦାଦସ୍ଥିତ ଆମେରିକା କମ୍ପାଉଣ୍ଡରେ ଦୁଇଟି ମୋର୍ଟାର ମାଡ଼ ହେବା ପରେ ହଠାତ୍‌ ସାଇରନ୍‌ ବାଜିଉଠିଥିଲା। ଅଲ-ବାଲାଦ ବେସ୍‌ ଉପରେ କାଟ୍ୟୁସା ରକେଟରେ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ପୂର୍ବରୁ ଇରାନ କହିଥିଲା। ତେଣୁ ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହି ସଂଘର୍ଷ ପରେ ତେହେରାନର ପ୍ରତିଶୋଧ ମନୋଭାବ ଯୋଗୁ ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ଇରାକରେ ରହୁଥିବା ୫୨୦୦ ଆମେରିକୀୟ ସୈନ୍ୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଶୁକ୍ରବାର ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଥିଲେ। ଏହାକୁ ନେଇ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନି ପ୍ରତିଶୋଧ ନିଆଯିବ ବୋଲି ଶୁକ୍ରବାର ଧମକ ଦେଇଥିଲେ। ଫଳରେ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇଦେଶ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଥିଲା।
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଲାଗି ରହିଛି। ଗତ ମାସରେ ଉତ୍ତର ଇରାକରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବ ଦେବାକୁ ଯାଇ ଆମେରିକା ମଙ୍ଗଳବାର ଆକାଶମାର୍ଗରୁ ଆକ୍ରମଣ କରିବାରୁ ଇରାନ ସମର୍ଥିତ ୨୫ କଠୋରପନ୍ଥୀ ଯୋଦ୍ଧା ନିହତ ହୋଇଥିଲେ। ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାୟଣ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଏହାସହ ଆମେରିକା ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ଆମେରିକା ସେନା ତାଙ୍କୁ ଟାର୍ଗେଟ କରିଥିଲା। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଥିଲା। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଥିଲେ। ଶନିବାର ସକାଳେ ଇରାକ୍‌ରେ ଥିବା ଇରାନ ସପକ୍ଷବାଦୀ ସୈନ୍ୟଙ୍କ ଉପରେ ପୁଣି ଥରେ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା। ସୋଲୋମାନୀଙ୍କୁ ହତ୍ୟାକରି ଆମେରିକା ଯୁଦ୍ଧ ଭଳି କାର୍ଯ୍ୟକରିଛି ବୋଲି ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ମଜିଦ ତଖତ୍‌ ରାଭାନ୍‌ଚି କହିଥିଲେ। ଶିୟା ଗୋଷ୍ଠୀ ନିୟନ୍ତ୍ରଣାଧୀନ ଅର୍ଦ୍ଧସାମରିକ ନେଟଓ୍ବର୍କ ହାଶେଦ ଅଲ୍‌-ଶବାବି ସୈନ୍ୟଙ୍କ ଉପରେ ଶନିବାର ଆକ୍ରମଣ କରାଯାଇଥିଲା। ଏହା ଆମେରିକାର ଏୟାରଷ୍ଟ୍ରାଇକ୍‌ ବୋଲି ଇରାକ୍‌ ଟେଲିଭିଜନ ରିପୋର୍ଟରେ କୁହାଯାଇଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର...

ଆମେରିକାକୁ ଉଜାଡିଦେଲା ବାତ୍ୟା

ମେଫିଲ୍ଡ, ୧୨।୧୨: ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପ୍ରଳୟଙ୍କରୀ ବାତ୍ୟାରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି।...

ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ

ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ...

ଅଧିକ ସହାୟତା ପ୍ରତିଶ୍ରୁତି ଦେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌୍‌, ୯ା୫: କରୋନା ମହାମାରୀରେ ଭାରତର ସହାୟତା ପାଇଁ ଆମେରିକା ଜୋ ବାଇଡେନ୍‌ ସରକାର ସଂକଳ୍ପବଦ୍ଧ। ଭାରତର କଲ୍ୟାଣ ଆମେରିକା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି...

ପ୍ରଚାର ସମୟରେ ଜୀବନ ଯାଇଥିବା ଶିଞ୍ଜୋଙ୍କ ପାର୍ଟି ହାତେଇଲା ବିଜୟ

ଟୋକିଓ, ୧୧ା୭: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟାର ୨ଦିନ ପରେ ଉଚ୍ଚସଦନରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି(ଏଲ୍‌ଡିପି)କୁ...

ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ

ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ...

୨୭ ସେପ୍ଟେମ୍ବରରେ ଉଲ୍‌କା ପିଣ୍ଡକୁ ଧକ୍କାଦେଇ ଗତିପଥ ପରିବର୍ତ୍ତନ କରିବ ଡାର୍ଟ, ପ୍ରସାରିତ ହେବ ଲାଇଭ୍‌ ଷ୍ଟ୍ରିମିଂ…

ଓ୍ବାଶିଂଟନ, ୨୫।୯ : ବୈଜ୍ଞାନିକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଉଲ୍‌କା ପିଣ୍ଡ ପୃଥିବୀକୁ ଧକ୍କାଦେଇ ସଙ୍କଟ କରିପାରେ। ଏହି ବିପଦର ମୁକାବିଲା ପାଇଁ ନାସାର...

ବୋରିସ୍‌ ସରକାର: କେଳେଙ୍କାରୀରୁ ପତନ

ତିନିବର୍ଷ ପୂର୍ବେ ବ୍ରିଟେନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ବିପୁଳ ବିଜୟ ହାସଲ କରିଥିଲା। ୧୯୮୭ ପରେ ଏହା ଥିଲା...

Advertisement
Archives

Model This Week