ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଚାଇନା ରହିଛି। ଆମେରିକା ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌ ଅଫିସ୍‌ (ୟୁଏସ୍‌ଟିଆର୍‌) ପକ୍ଷରୁ ୨୦୧୮ ପାଇଁ ‘ସ୍ପେଶାଲ ୩୦୧’ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁ ବାଣିଜି୍ୟକ ସହଯୋଗୀ ପର୍ଯ୍ୟାପ୍ତ ଭାବେ ଅଥବା ପ୍ରଭାବଶାଳୀ ରୂପେ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦିଏନାହିଁ ଏବଂ କାର୍ଯ୍ୟକାରୀ କରେ ତାକୁ ଚିହ୍ନଟ କରାଯାଇଛି। ସେହିପରି ନିଜ ଆଇପି ଅଧିକାରଗୁଡ଼ିକର ସୁରକ୍ଷା ଉପରେ ନିର୍ଭରଶୀଳ ଆମେରିକାର ନବ ପ୍ରବର୍ତ୍ତନକାରୀ ଓ ନିର୍ମାତାଙ୍କୁ ଯେଉଁ ରାଷ୍ଟ୍ର ନିଜ ବଜାରରେ ପ୍ରବେଶ କରିବାକୁ ଦିଏନାହିଁ ସେଗୁଡ଼ିକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ଆମେରିକାର ଏହି କଳାତାଲିକାରେ ଅଲ୍‌ଜେରିଆ, ଆର୍ଜେଣ୍ଟିନା, ଚିଲି, ଚାଇନା, ଭାରତ, ଇଣ୍ଡୋନେସିଆ, କୁଏଟ୍‌, ରୁଷିଆ, ସୌଦି ଆରବ, ୟୁକ୍ରେନ୍‌ ଏବଂ ଭେନିଜୁଏଲା ରହିଛି। ଯେଉଁ ବିଦେଶୀ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଆଇପି ସୁରକ୍ଷା ଓ ପ୍ରବର୍ତ୍ତନର ସ୍ଥିତି ଖରାପ ହୋଇଛି ବା ଅପର୍ଯ୍ୟାପ୍ତ ସ୍ତରରେ ରହିଛି ଏବଂ ଆଇପି ସୁରକ୍ଷା ଉପରେ ନିର୍ଭର କରୁଥିବା ଆମେରିକୀୟମାନେ ଯେଉଁ ବଜାରରେ ବ୍ୟବସାୟ ପାଇଁ ସହଜ ମଣୁନାହାନ୍ତି ଏହି ରିପୋର୍ଟରେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ୟୁଏସ୍‌ଟିଆର୍‌ ଦସ୍ତାବିଜ ଅନୁସାରେ ଯଦିଓ ବିଗତ କିଛିବର୍ଷ ମଧ୍ୟରେ ବେଜିଂ ନିଜ ନ୍ୟାୟିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ତଥାପି ଏହା ଚାଇନାର କମ୍ପାନୀଗୁଡ଼ିକୁ ବିଦେଶୀ କମ୍ପାନୀଗୁଡ଼ିକର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ଉଲ୍ଲଂଘନ ଉପରେ କଟକଣା ଜାରି କରିବା ନେଇ କେତେକ ନିର୍ଦ୍ଦିଷ୍ଟ ଆଇନରେ ସଂଶୋଧନ ଆଣିନାହିଁ। ଅନ୍‌ଲାଇନ୍‌ ପାଇରେସି, ଜାଲିଆତି ଏବଂ ପ୍ରତାରଣା କରି ଟ୍ରେଡ୍‌ମାର୍କ ପଞ୍ଜୀକରଣ କରିବା ହେଉଛି ଏହି ଅପରାଧର ପର୍ଯ୍ୟାୟଭୁକ୍ତ।
ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଶେଷକରିବା ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ବୌଦ୍ଧିକ ସମ୍ପତ୍ତିକୁ ନେଇ ଉଠିଥିବା ପ୍ରଶ୍ନ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର କଳାତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହଛିି। କାରଣ ୟୁଏସ୍‌ଟିଆର୍‌ ନିଜ ଆଇପି ଢାଞ୍ଚାରେ ‘ଦୀର୍ଘଦିନ ଧରି ରହିଥିବା ଅଭାବ’ ସହ ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ସିକ୍ରେଟ୍‌ ତଥା ପ୍ରବର୍ତ୍ତନ ଆଦି ଉପରେ ଗୁରୁତ୍ୱ ଦେଇଛି। ଗତବର୍ଷରୁ ଏହି ତାଲିକାରେ ଚିଲି ଓ ଭେନିଜୁଏଲା ରହିଥିବାବେଳେ ଏବର୍ଷ ଆର୍ଜେଣ୍ଟିନା ସାମିଲ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନର ପ୍ରତିକ୍ରିୟା: କହୁ କହୁ କହିଦେଲା ସବୁକିଛି

ଇସଲାମାବାଦ୍‌,୧୨।୫: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ ପାଇଲଟ ଏବଂ ୧୦...

ଚାଇନାର ସ୍ବପ୍ନକୁ ଛାରଖାର କରିଦେବ ଭାରତ: ମୋଦି କରୁଛନ୍ତି ବଡ଼ ପ୍ଲାନ୍‌

ବେଜିଂ,୧୨।୬:ଭାରତର ପଡ଼ୋଶୀ ଦେଶ ଚାଇନା ଏକ ବିସ୍ତାରବାଦୀ ନୀତିରେ କାମ କରେ। ମଧ୍ୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ମଙ୍ଗୋଲିଆ ଏହାର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାର ଲକ୍ଷ୍ୟସ୍ଥଳ।...

ତୁଚ୍ଛାଟାରେ ଡିଣ୍ଡିମ ପିଟୁଥିଲା ପାକିସ୍ତାନ: ଆମେରିକାକୁ ଆସିମ ମୁନିରଙ୍କୁ ମିଳିନାହିଁ ନିମନ୍ତ୍ରଣ, ୨୪ ଘଣ୍ଟାରେ…

ଇସଲାମାବାଦ,୧୨।୬: ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପତିଆରାକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଆସିଛି। ଏବେ ସେଭଳି...

ମୋଦି ଯିବା ପୂର୍ବରୁ ସତର୍କ ହୋଇଗଲେ କାନାଡା ପ୍ରଧାନମନ୍ତ୍ରୀ: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ କାନାଡା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପୂର୍ବରୁ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ...

ଭାରତକୁ ଟ୍ରମ୍ପଙ୍କ ପରୋକ୍ଷ ଚେତାବନୀ! ଆସିମ ମୁନିରଙ୍କୁ US ନିମନ୍ତ୍ରଣକୁ ନେଇ ହଇଚଇ

ଓ୍ବାଶିଂଟନ,୧୧।୬: ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ...

ଆମେରିକା-ଚାଇନା ମଧ୍ୟରେ ହୋଇଗଲା ବଡ ଚୁକ୍ତି, ପଛରେ ପଡିଗଲେ ଭାରତ ସମେତ ସମସ୍ତ ଦେଶ

ନୂଆଦିଲ୍ଲୀ,୧୧।୬: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବାଣିଜ୍ୟ ଚୁକ୍ତିର ଅଂଶ ଭାବେ, ଚାଇନା ଆମେରିକାକୁ ଦୁର୍ଲଭ ପୃଥିବୀ ଖଣିଜ ପୂର୍ବରୁ...

ଶେଷରେ ଟ୍ରମ୍ପଙ୍କୁ କ୍ଷମା ମାଗିଲେ ଏଲନ ମସ୍କ: କହିଲେ, ମୁଁ ଦୁଃଖିତ

ଓ୍ବାଶିଂଟନ,୧୧।୬:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲାର ସିଇଓ ଏଲନ ମସ୍କ ଗତ କିଛି ଦିନ ଧରି ପରସ୍ପର ବିରୋଧରେ ଖୋଲାଖୋଲି କଥା କହୁଛନ୍ତି। ମସ୍କ...

କାମ ଛାଡ଼, ଛୁଆ ଜନ୍ମ କର: ବିବାହ ଛୁଟି ୩ ଦିନରୁ ୩୦ ଦିନକୁ ବୃଦ୍ଧି

ବେଜିଂ,୧୧।୬: ଚାଇନା ସରକାର ଏବେ ଖୋଲାଖୋଲି ଭାବରେ ଏହାର ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି। ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri