ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି।
ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ବହୁ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି । ପିସି କାରବାର କରି ଥିଲାବାଲା ଲୋକ ଏହି ଯୋଜନାକୁ ହାତେଇ ପକ୍କାଘର ନେଉଛନ୍ତି ।
ବ୍ଲକ ବଳଭଦ୍ରପୁର ପଞ୍ଚାୟତରେ ଏପରି ଅନିୟମିତତା ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ପରିଆ ପ୍ରଧାନ (୬୫), ସ୍ତ୍ରୀ ସାବିତ୍ରୀ (୫୫) ଓ ୨ପୁଅ, ୩ଝିଅଙ୍କୁ ନେଇ ତାଙ୍କ ପରିବାର । ଗ୍ରାମରେ କିଛି ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି ପରିଆ। ଘରଡିହକୁ ଛାଡିଦେଲେ ସମ୍ପତ୍ତି ବୋଲି କିଛି ନାହିଁ ତାଙ୍କର। ବହୁ କଷ୍ଟରେ ଦୁଇ ଝିଅଙ୍କୁ ବିବାହ କରାଇଦେଇଛନ୍ତି। ଭଙ୍ଗା ମାଟି କାନ୍ଥ ଉପରେ ନୁଅଁାଣିଆ ଚାଳଛପର ଘରେ ରୁହନ୍ତି ତାଙ୍କ ପରିବାର। ପରିଆ ଛେଳି ଚରାଉଥିବାବେଳେ ୨ପୁଅ ଏବେ ମୂଲ ମଜୁରି କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହୋଇଛନ୍ତି। ତେବେ ପଞ୍ଚାୟତରେ ପକ୍କାଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ଲାଞ୍ଚ ନ ଦେଇପାରିବାରୁ ତାଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳୁ ନ ଥିବା ପରିଆ ଅଭିଯୋଗ କରିଛନ୍ତି। ଏନେଇ ବ୍ଲକର ଉଚ୍ଚ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ବାରମ୍ବାର ଆବାସ ଯୋଜନାରୁ ତାଙ୍କୁ ବାଦ୍‌ ଦିଆଯାଉଛି ବୋଲି ସେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏହାର ସୁଫଳ ତାଙ୍କୁ ମିଳିପାରୁନାହିଁ ା ତୁରନ୍ତ ଜିଲା ପ୍ରଶାସନ ଏହାର ତଦନ୍ତ କରି ପରିଆଙ୍କୁ ଆବାସ ଯୋଜନାରେ ସାମିଲ କରି ନୂତନ ପକ୍କାଘରଟିଏ ମଞ୍ଜୁର କଲେ ସେ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି। ଏ ନେଇ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡେ ଯୋଗାଇ ଦେବୁ । ତାଙ୍କୁ ଯଦି ଜାଣିଶୁଣି ଯୋଜନାରୁ ବାଦ ଦିଆଯାଇଛି ତା’ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri