ଆବଶ୍ୟକ ସାମଗ୍ରୀ ପରିବହନରେ ରେଲଓ୍ବେ

ଭୁବନେଶ୍ୱର,୧୨।୪: ଲକ୍‌ଡାଉନ ସ୍ଥିତିରେ ଆବଶ୍ୟକ ସାମଗ୍ରୀ ପରିବହନ ଲାଗି ରେଲଓ୍ବେ ପକ୍ଷରୁ ନିରନ୍ତର ସେବା ଯୋଗାଣ ହେଉଛି। ଶନିବାର ସକାଳୁ ବିଶାଖାପାଟଣା ରେଳଷ୍ଟେଶନରୁ ସ୍ବତନ୍ତ୍ର ପାର୍ସଲ ଏକ୍ସପ୍ରେସ ଦ୍ୱାରା ଔଷଧ ସାମଗ୍ରୀ ବୋଝେଇ କରି ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ରାୟଗଡ଼ା ଆଦି ଷ୍ଟେଶନରେ ଖଲାସ କରାଯାଇଛି। ଏହାବାଦ କେସିଙ୍ଗାରେ ମେଡିକାଲ ଯନ୍ତ୍ରପାତି ଖଲାସ କରାଯାଇଛି। ଏହାବାଦ ବିଶାଖାପାଟଣାରୁ ଦୁଗ୍ଧ ପାଉଡର ଏବଂ ଅନ୍ୟାନ୍ୟ ଔଷଧ ସାମଗ୍ରୀ ବ୍ରହ୍ମପୁର ରେଳ ଷ୍ଟେଶନରେ ଖଲାସ କରାଯାଇଛି। ବିଜୟନଗରମରୁ ପଇଡ଼ ବଲାଙ୍ଗୀର ଏବଂ ଟିଟିଲାଗଡ଼ ପଠାଯାଇଛି। ସେହିଭଳି ବିଜୟନଗରମକୁ ଗ୍ରସେରି ରାୟଗଡ଼ା ଆସିଛି।
ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ୩୩୬୪ ଟନ୍‌ ଗହମ ୮୮ଟି ଓ୍ବାଗନରେ ମଧ୍ୟପ୍ରଦେଶର ଗର୍‌ହା ଷ୍ଟେଶନରୁ କଟକ ଷ୍ଟେଶନ ଆସି ସେଠାରେ ଖଲାସ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତକୁ ସାମଗ୍ରୀ ପହଞ୍ଚାଇବା ନେଇ ଗୁରୁଦାୟିତ୍ୱ ଗ୍ରହଣ କରିଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଏହି କାର୍ଯ୍ୟ ଲାଗି ରେଳପଥ ମାଲବାହୀ ଟ୍ରେନ, ପାର୍ସଲ ଏକ୍ସପ୍ରେସ ଚଳାଚଳ କରାଉଛି। ଖାଦ୍ୟଶସ୍ୟ, ପେଟ୍ରୋଲିୟମ, କୋଇଲା, ଫଳ, ପନିପରିବା, ଦୁଗ୍ଧ, ଜାଳେଣି ତୈଳ, ଚିନି, ଲୁଣ, ଔଷଧ ଇଦ୍ୟାଦି ସାମଗ୍ରୀ ବର୍ତ୍ତମାନ ରେଳପଥ ପକ୍ଷରୁ ପରିବହନ ହେଉଥିବା ସୂଚନା ରହିଛି। ସେହିଭଳି ରେଲଓ୍ବେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛି। ଲକ୍‌ଡାଉନ ସମୟରେ ମଧ୍ୟ ଯାତ୍ରୀ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଏହା ଅବ୍ୟାହତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri