ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ୧୪ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନର କୁନ୍ଦୁଜ ଅଞ୍ଚଳରେ ଲୁଚି ରହିଥିବା ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। କୁନ୍ଦୁଜର ଆର୍ଚି ଜିଲାରେ ତାଲିବାନର ଏକ ଠିକଣା ଉପରେ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ବାୟୁ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣରେ ୧୪ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ତାଲିବାନ ଆତଙ୍କବାଦୀ କମାଣ୍ଡର ଥିବା ଜଣାପଡ଼ିଛି। ଏହି ଆତଙ୍କବାଦୀମାନେ ସରକାର ବିରୋଧୀ ଗତିବିଧିରେ ସାମିଲ ରହିଥିଲେ। ତେବେ ଆକ୍ରମଣରେ କିଛି ସରକାରୀ କୋଠା ଓ ସାର୍ବଜନିନ ସୁବିଧା କେନ୍ଦ୍ର କ୍ଷତି ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଳକୁ ବେଳ ବିଗୁଡୁଛି କ୍ୱିଭ୍‌ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ...

୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା...

ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ,...

ସତ କହିବା ପଡ଼ିଲା ମହଙ୍ଗା: ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ

ଇସଲାମାବାଦ,୧।୧୧: କୁହାଯାଏ ସତ କହିବା ସବୁବେଳେ ଭଲ। ମାତ୍ର ପାକିସ୍ତାନରେ ସତ କହିଥିବା ସାଂସଦ ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌...

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା...

ବୟସ ୮ ହେଲେ ରୋଜଗାର ୧୮୪ କୋଟି

ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

ଭୋକ ବିକଳରେ କନ୍ୟାରତ୍ନ ବିକ୍ରି କରୁଛନ୍ତି ଆଫଗାନୀ, ଖାଦ୍ୟ ସଙ୍କଟ ଚେତାବନୀ ଦେଲା ଜାତିସଂଘ…

କାବୁଲ,୨୭।୧୦: ଆଫଗାନିସ୍ତାନ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଲୋକେ ଖାଦ୍ୟ କିଣିବା ପାଇଁ ନିଜର ସମ୍ପତ୍ତି ଏବଂ ପଶୁ ବିକ୍ରୟ କରୁଥିଲେ। ମାତ୍ର ଏବେ...

Advertisement
Archives

Model This Week