ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ କଣ୍ଢେଇକୁ ସଜାଇଦେବା ଲାଗି ସେ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ହେଲେ ଅର୍ଥାଭାବ ଏଥିରେ ସାଜିଛି ବାଧକ। ଏକଥା କହିଛନ୍ତି, କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି ପ୍ରାୟସ ଜାରି ରଖିଥିବା କେନ୍ଦୁଝର ଜିଲାର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣୀ ଚରଣ କୁଅଁର ।
କଣ୍ଡେଇ ନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ କଳା, ଯାହାର ଆଦର ଏବେ ମଧ୍ୟ ରହିଛି। ଆଧୁନିକ ଡିଜିଟାଲ ବା ଟିଭି ଓ ସିନେମା ଯୁଗରେ ପୁରୁଣା ଢଙ୍ଗରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ ଆଗଭଳି ଆଉ ଲୋକାଦୃତ ହେଉନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଗୁଣୀ ଚରଣ ଏକ କଣ୍ଢେଇ ନାଟ୍ୟଦଳ ଗଠନ କରି ଏହି ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଦଳରେ ରହିଛନ୍ତି ୧୦ କଳାକାର। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ସଂସ୍ଥା ମୁଣ୍ଡ ଟେକି ଠିଆହୋଇ ପାରୁ ନାହିଁ। କେବଳ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ କରାଯାଉଛି। କାଠ କଣ୍ଢେଇ ନୃତ୍ୟର ସୁରକ୍ଷା ପାଇଁ ଏକ ଏକାଡେମୀର ଆବଶ୍ୟକତା ରହିଛି। ଏହାର କଳାକାର ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବା ଜରୁରୀ। ନଚେତ ଏହି କଳା ସବୁଦିନ ପାଇଁ ଲୋପ ପାଇଯିବ ବୋଲି ସେ କହିଛନ୍ତି।
କେନ୍ଦୁଝରଗଡ ବୈଦରାଜ ସାହିରେ ୧୯୩୭ ମସିହାରେ ଜନ୍ମ ନେଇଥିବା ମାଗୁଣି ଚରଣଙ୍କ କଳା ପ୍ରତିଭା ଦେଖି ସମସ୍ତେ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଦିଅନ୍ତି। ଅନେକ ତାଙ୍କୁ ନୁନ୍ଦୁ ଭାଇ ବୋଲି ଡାକନ୍ତି। ୨୦୦୫ରେ ତାଙ୍କୁ ମିଳିଛି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଆଓ୍ବାର୍ଡ । ପରବର୍ତ୍ତୀ ସମୟରେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଛନ୍ତି। ତାଙ୍କ ଜୀବନସାଥୀଙ୍କ ଦେହାନ୍ତ ହେବା ପରଠାରୁ ସେ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି। ଓଡ଼ିଶାକୁ କଣ୍ଡେଇ ନୃତ୍ୟ ପାଇଁ ଜାତୀୟ ସ୍ତରରେ ପରିଚିତ କରାଇଥିବା ମାଗୁଣୀ ଏକାଧାରରେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ଶିଳ୍ପୀ, ଗୀତିକାର, ଗାୟକ ଓ ଭାଷ୍ୟକାର। ସେ ନିଜ ହାତରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ସେ ନିଜେ ସାଜସଜ୍ଜା କରିବା ସହ କଣ୍ଢେଇମାନଙ୍କୁ ଧରି ନାଟ୍ୟଓ ନୃତ୍ୟ ପରିବେଷଣ କରନ୍ତି। ବିଭିନ୍ନ ପୁରୁଷ, ମହିଳାଙ୍କ ସଂଳାପ ନିଜେ ପରିବେଷଣ କରିଥାନ୍ତି। ପଶୁପକ୍ଷୀଙ୍କ ଧ୍ୱନି ନିଜେ ସୃଷ୍ଟି କରିଥାନ୍ତି। ବିଭିନ୍ନ ପୌରାଣିକ ତଥା ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ପରିବେଷଣ କରିଥାନ୍ତି। ପରିଣତ ବୟସରେ ସେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସଙ୍ଗୀତ ନାଟକ ଏକାଡେମୀ ଜରିଆରେ ଏହି କଳା ପ୍ରଦର୍ଶନ କରୁଛନ୍ତି। କଣ୍ଢେଇ ନାଚ ଲାଗି କାଠ ପରିବର୍ତ୍ତେ କାଗଜରେ ବଡ ବଡ କଣ୍ଢେଇ ପ୍ରସ୍ତୁତ କରି ଏହାକୁ ମୋଟର ସହାୟତାରେ ନଚାଇ ନାଟକ ଓ ନୃତ୍ୟକଳା ପରିବେଷଣ କରାଯାଇ ପାରିବ। ଏଥିସକାଶେ ସେ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ସହାୟକ ହେବ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଦରକାର। ଅର୍ଥାଭାବରୁ ତାଙ୍କର ଡ୍ରିମ ପ୍ରୋଜେକ୍ଟ ଅଟକି ରହିଛି। ଏହାସତ୍ତ୍ୱେ ତାଙ୍କ ଲକ୍ଷ୍ୟ ଦିନେ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ...

ଡମଶାଳ କୂଳରେ ଜଙ୍ଗଲ କାଟି ଘର ନିର୍ମାଣ

କାଳିଆପାଣି,୨୫।୪: (ଡି.ଏନ.ଏ.) ବନ ବିଭାଗର ନିଷ୍କ୍ରିୟତା ପାଇଁ ସୁକିନ୍ଦା ବନାଞ୍ଚଳ ଏବେ ଧ୍ୱଂସ ହେବାରେ ଲାଗିଛି । ଖଣି ପାଇଁ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ମହାଗିରି...

୩୦୦ ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ: ଲେବର କଣ୍ଟ୍ରାକ୍ଟରଙ୍କ ବିରୋଧରେ ବିକ୍ଷୋଭ

ଢେଙ୍କାନାଳ ଅଫିସ, ୮।୧- ଢେଙ୍କାନାଳ ଜିଲା ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ ଲେବର କଣ୍ଟ୍ରାକ୍ଟରଙ୍କ ମନମୁଖି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଟାଟା ବିଏସ୍‌ଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଶ୍ରମିକ...

ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୨ା୧୨: ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାର...

ଖରାଛୁଟିକୁ ନେଇ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର,୨୫।୪(ସ୍ବ.ପ୍ର): କରୋନା ମହାମାରୀ ପାଇଁ ଦୁଇ ବର୍ଷ ବ୍ୟବଧାନ ପରେ ବିଦ୍ୟାଳୟ ଗୁଡିକରେ ପାଠପଢା ସ୍ବାଭାବିକ ହେବାରେ ଲାଗିଛି। ସରକାରୀ ସ୍ତରରେ ଛାତ୍ରୀଛାତ୍ରୀଙ୍କ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ...

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ...

ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା

ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୬ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ...

Advertisement
Archives

Model This Week