Posted inଜାତୀୟ

ଆତ୍ମହତ୍ୟା ଉଦ୍ୟମ ପାଇଁ ୧୮ଘଣ୍ଟା ଧରି ୧୦ମହଲା ଉପରେ ଛିଡା ହେଲେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ହରି ନଗର ଅଞ୍ଚଳରେ ରବିବାର ଜଣେ ବ୍ୟକ୍ତି ୧୦ମହଲା କୋଠାର ଛାତ ଉପରେ ଠିଆ ହେବା ସହ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ହେଲେ ସୋମବାର ଏହି ଡ୍ରମାର ଅନ୍ତ ହୋଇଛି। ଆଉ ଆତ୍ମହତ୍ୟାର ଏକ ଭିଡିଓ କରି ବ୍ୟକ୍ତିଜଣକ ଟିକ୍‌ଟକ୍‌ରେ ଶେୟାର କରିଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରବିବାର ଦ୍ୱିପହରେ ସନ୍ଦୀପ ଓରଫ ଅରମାନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ୧୦ମହଲା ବିଶିଷ୍ଟ ଏକ ହୋଟେଲର ଛାତ ଉପରେ ଠିଆ ହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ। ଆତ୍ମହତ୍ୟା ଉଦ୍ୟମର ୩ଟି ଭିଡିଓ କରିବା ସହ ଏକ ସୁଇସାଇଡାଲ ନୋଟ ମଧ୍ୟ ଅରମାନ ଟିକ୍‌ଟକ୍‌ରେ ଶେୟାର କରିଥିଲେ। ଏହି ଭିଡିଓରେ ଉକ୍ତ ଘଟଣା ପାଇଁ ସେ ନିଜ ସ୍ତ୍ରୀ ପାୟଲଙ୍କୁ ଦାୟୀ କରିବା ସହ ତାଙ୍କୁ ଏକ ବଳାତ୍କାର ମାମଲାରେ ଫଶାଇଦିଆଯାଇଛି ବୋଲି ଅରମାନ କହିଥିଲେ। ତେବେ ଲୋକମାନେ ବହୁ ବୁଝାସୁଝା କରିବା ପରେ ମଧ୍ୟ ଅରମାନ ତଳକୁ ଓହ୍ଲାଇ ନ ଥିଲୋ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଓହ୍ଲାଇବାକୁ ଉଦ୍ୟମ କରିଥିବା ବେଳେ ସେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ସେ ପୋଲିସ ସମ୍ମୁଖରେ କିଛି ଦାବି ରଖିଥିଲେ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ରଫାଦଫା କରିବାକୁ ଅରମାନ ପୋଲିସ ନିକଟରେ ଦାବି ରଖିଥିଲେ। ତେବେ ଦୀର୍ଘ ୧୮ଘଣ୍ଟାର ଉଦ୍ୟମ ପରେ ସୋମବାର ସକାଳେ ତାଙ୍କୁ ଛାତ ଉପରୁ ପୋଲିସ ତଳକୁ ଓହ୍ଲାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଟିକ୍‌ଟକ୍‌ରେ ଅରମାନଙ୍କ ୫୦ହଜାରରୁ ଉର୍ଦ୍ଧ୍ୱ ଫଲୋର୍ସ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri