ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ ଦେଶ ଅପେକ୍ଷା ପ୍ରାୟ ବହୁ ଗୁଣରେ ଅଧିକ। ଆଣ୍ଠୁଗଣ୍ଠି ବାତରୋଗ ସାଧାରଣତଃ ଦୁଇଟି କାରଣରୁ ହୋଇଥାଏ।
ପ୍ରଥମତଃ ବୟସଜନିତ: ବୟସଜନିତ ଆଣ୍ଠୁଗଣ୍ଠି ବ୍ୟଥା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା। ଆଣ୍ଠୁ ଆମ ଶରୀରର ସବୁଠାରୁ ବଡ଼ ଗଣ୍ଠି। ଏହା ତିନୋଟି ହାଡ଼ ଯଥା- ଜଙ୍ଘହାଡ଼, ନଳୀହାଡ଼ ଓ ଚକିହାଡ଼କୁ ମିଶି ହୋଇଥାଏ। ପ୍ରତ୍ୟେକ ହାଡ଼ର ଶେଷ ଅଂଶ ଏକ ନରମ କୁସନ ଭଳି ଜିନିଷରେ ଆବୃତ୍ତ ହୋଇଥାଏ। ଏହାକୁ କାର୍ଟିଲେଜ କହନ୍ତି। ବସ୍‌ ଉଠ ହେବା ସମୟରେ ଦୁଇ ହାଡ଼ ମୁଣ୍ଡରେ ଏହି କାର୍ଟିଲେଜ ରହିଥିବା ଯୋଗୁ ଶକ୍ତ ହାଡ଼ଗୁଡ଼ିକ ମଧ୍ୟରେ ଘର୍ଷଣ ହୋଇପାରେ ନାହିଁ, ମାତ୍ର ବୟସ ବଢ଼ିଲେ ଏହି କାର୍ଟିଲେଜ ବର୍ଷ ବର୍ଷ ଧରି ଘର୍ଷଣ ହେବା ଯୋଗୁ ଧୀରେ ଧୀରେ ଛୋଟ କଣା ହୋଇଯାଏ ଓ ଏହି କଣା ବଢ଼ିଯିବା ଫଳରେ ହାଡ଼ ମଧ୍ୟରେ ଘର୍ଷଣ ବଢ଼ିଚାଲେ ଓ ସେଥିପାଇଁ ବିନ୍ଧା ଆରମ୍ଭ ହୁଏ। ଘର୍ଷଣ ଯୋଗୁ ଆଣ୍ଠୁ ଭିତରେ ଥିବା ଝିଲ୍ଲୀରେ ମଧ୍ୟ ଆଘାତ ଆସେ ଓ ସେଥିପାଇଁ ଝିଲ୍ଲୀ ଫୁଲିଯାଏ ଓ ଗଣ୍ଠିରେ ପାଣି ଅଂଶ ବଢ଼ିଯାଏ ଓ ଗଣ୍ଠି ଫୁଲିଯାଏ। ବେଳେ ବେଳେ ଚିକିତ୍ସା ହେବାରେ ବିଳମ୍ବ ହେଲେ କାର୍ଟିଲେଜ ଆସ୍ତେ ଆସ୍ତେ ପୂରା ଖାଇଯାଏ। ଏହାଦ୍ୱାରା ଆଣ୍ଠୁ ବଙ୍କା ହୋଇଯାଏ। ବୟସ୍କ ଲୋକଟିଏ ତା’ର ଦୈନଦିନ କାମ ଏପରିକି ତଳେ ବସି ଖାଇବା ଓ ଝାଡ଼ାଯାଇ ଉଠିଲାବେଳେ କଷ୍ଟ ଅନୁଭବକରେ। ଏକକାଳୀନ ଚାଲିବାର ଦୂରତା ଆସ୍ତେ ଆସ୍ତେ କମିଯାଏ।

ଦ୍ୱିତୀୟ (ରୋଗ ଜନିତ): ଗଣ୍ଠିବାତର ବହୁପ୍ରକାର କାରଣ ଅଛି। ସାଧାରଣତଃ ଏହା ତିନୋଟି ରୋଗ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥାଏ। ତାହା Rheumatoid Arthritis Ankylcsing Spondylitis, Gouty Arthritis. ଆମ ଦେହରେ କୌଣସି କାରଣବଶତଃ ରୋଗ ପ୍ରତିରୋଧକ ଶକ୍ତି (Immunity power) କମିଗଲେ ପ୍ରାୟ ବହୁ ଗଣ୍ଠି ଧୀରେ ଧୀରେ ଫୁଲିଯାଏ ଓ ବ୍ୟଥା ହୁଏ। ଏହାକୁ Rheumatoid Arthritis କୁହାଯାଏ। ପ୍ରୋଟିନ୍‌ ବା ରେଡ୍‌ ମିଟ୍‌ ବେଶି ଖାଇଲେ ଆମ ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ିଯାଏ। ଏହାକୁ Gouty Arthritis କୁହାଯାଏ। ଏହିସବୁ Arthritis ଯୋଗୁ ଆଣ୍ଠୁଗଣ୍ଠିର ସବୁଠାରୁ ବେଶି ଆକାରରେ କ୍ଷତି ହୁଏ। ଏହି ରୋଗଗୁଡ଼ିକରେ ଆଣ୍ଠୁଗଣ୍ଠି ଭିତରେ ଥିବା ଝିଲ୍ଲୀ ଆଗ ଫୁଲିଯାଏ ଓ ଗଣ୍ଠିରେ ପାଣି ଅଂଶ ଜମିଯାଏ ଏବଂ ଆସ୍ତେ ଆସ୍ତେ ପୂରା ଗଣ୍ଠି ଖାଇଯାଏ। ଆଣ୍ଠୁବ୍ୟଥାର ଠିକ୍‌ କାରଣ ଆଜିକାଲିର ଅତ୍ୟାଧୁନିକ ପରୀକ୍ଷା ଦ୍ୱାରା ଅତି ସହଜରେ ଜାଣିହୋଇପାରୁଛି ଓ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ସବୁ ଜାଗାରେ ହୋଇପାରୁଛି। ଡାଇବେଟିସ ରୋଗୀ ହୋଇଥିଲେ ଏହି କାର୍ଟିଲେଜ ଶୀଘ୍ର ଖାଇଯାଏ। ବିଂଶଶତାବ୍ଦୀରେ ଆଣ୍ଠୁବ୍ୟଥାର ଚିକିତ୍ସା ପାଇଁ ବହୁ ପ୍ରକାର ଔଷଧ ଆସିଲାଣି। ବିଶେଷତଃ କାର୍ଟିଲେଜ ଭିଟାମିନ, ତା’ଛଡ଼ା କ୍ୟାଲସିୟମ, ଭିଟାମିନ୍‌ ଡି-୩, ଓଷ୍ଟିଓପୋରିସିସର ଭିଟାମିନ ଓ Rhmatismର ମେଡିସିନ (Salazopyrin, hydroxy chloroquin, Mathotrexate) ଓ Gouty Arthritisର ମେଡିସିନ (Febuxostat, problnecid, colchicin) ମଧ୍ୟ ଅତି ସହଜରେ ମିଳିପାରୁଛି। ଏହିସବୁ ଭିଟାମିନ ଖାଇ ପ୍ରତିଦିନ ବ୍ୟାୟାମ କରି ବହୁ ପ୍ରଥମ ଷ୍ଟେଜ୍‌ର ଆଣ୍ଠୁବ୍ୟଥା ରୋଗୀମାନେ ବେଶ୍‌ ଭଲ ଅଛନ୍ତି। ଦ୍ୱିତୀୟ ଷ୍ଟେଜ୍‌ରେ ଥିବା ରୋଗୀମାନେ ମଧ୍ୟ ବ୍ୟାୟାମ ତଥା କ୍ୟାଲସିୟମ ଓ ଅଷ୍ଟିଓପୋରିସିସ୍‌ର ଔଷଧ ଦ୍ୱାରା କିଛି ଅଂଶରେ ଉପକାର ପାଉଛନ୍ତି। ତା’ଛଡ଼ା ଆର୍ଥୋସ୍କୋପି (ଛୋଟ କଣା ସାହାଯ୍ୟରେ) ଯନ୍ତ୍ର ଦ୍ୱାରା ଆଣ୍ଠୁକୁ ସଫା କରାଗଲେ ମଧ୍ୟ ବିନ୍ଧା ବହୁ ଅଂଶରେ କମିଯାଏ। ଏହି ଆର୍ଥୋସ୍କୋପି ଯନ୍ତ୍ରଟି ସରୁ ନଳୀ ଭଳି ଆଣ୍ଠୁକୁ ଗୋଟିଏ ପାର୍ଶ୍ୱରୁ କାଲୁଆକରି ପ୍ରବେଶ କରାଯାଏ। ଏହାକୁ କ୍ୟାମେରା ସାହାଯ୍ୟରେ ଲଗାଯାଇ ମନିଟରକୁ ଖଞ୍ଜାଯାଇଥାଏ। ଆଣ୍ଠୁର ପୂରା ଚିତ୍ର ବହୁ ବଡ଼ ଆକାରରେ ଅତି ସୁନ୍ଦର ଭାବରେ ମନିଟରରେ ଦେଖିହୁଏ ଓ ଅତ୍ୟାଧୁନିକ ଯନ୍ତ୍ର ଦ୍ୱାରା କାର୍ଟିଲେଜର ଛୋଟ ଛୋଟ ରନ୍ଧ୍ରକୁ ବନ୍ଦ କରିହୁଏ। ମାତ୍ର ତୃତୀୟ ଷ୍ଟେଜ୍‌ରେ ଯେତେବେଳେ ପୂରା ଖାଇଯାଏ ଓ ଆଣ୍ଠୁ ପୂରା ବଙ୍କା ହୋଇଯାଏ ଏହିସବୁ ଚିକିତ୍ସା ଆଉ କାମ ଦିଏନାହିଁ। ପ୍ଲାଷ୍ଟିକ କାର୍ଟିଲେଜକୁ ବୋନ୍‌ ସିମେଣ୍ଟ ଦ୍ୱାରା ପେଷ୍ଟ କରିବାକୁ ପଡ଼େ। ଏହାକୁ ଗଣ୍ଠି ପ୍ରତ୍ୟାରୋପଣ ବା Joint Replacement ବୋଲି କୁହାଯାଏ। ତେଣୁ Joint Replacementର ଅର୍ଥ ଆଣ୍ଠୁ ଭିତରେ ଥିବା ତିନୋଟି ହାଡ଼ ଉପରେ ଛିଣ୍ଡିଯାଇଥିବା କାର୍ଟିଲେଜକୁ ବାହାରକରି ହାଡ଼ ଅଠା ଦ୍ୱାରା Artifical plastic cartilageକୁ paste କରିଦିଆଯାଏ। ଏହି ଅପରେଶନ ଆଖିର ମୋତିଆବିନ୍ଦୁ ପରି ଅତି ସହଜ, ସରଳ ଓ ବିପଦମୁକ୍ତ। ବିଂଶଶତାବ୍ଦୀରେ ଗଣ୍ଠି ପ୍ରତ୍ୟାରୋପଣ ଖୁବ୍‌ ବହୁଳ ଭାବରେ ଦେଖିବାକୁ ମିଳୁଛି। ଏହାର କାରଣ ବିଂଶଶତାବ୍ଦୀରେ ଗବେଷଣା ଏତେ ଆଗେଇଯାଇଛି ଯେ ଆଗରୁ ହେଉଥିବା ଅପରେଶନର କୌଶଳ, ବ୍ୟବହାର ଦେଉଥିବା ମ୍ୟାଟେରିଆଲ ବା ପ୍ଲାଷ୍ଟିକ ନୂଆକରି ତିଆରି ହେଉଥିବା ମଡ୍ୟୁଲର୍‌ ଅପରେଶନ ଥିଏଟର ଓ ନୂଆ ନୂଆ ଉଦ୍ଭାବନ ହେଉଥିବା ଔଷଧ ଫଳରେ ସଂକ୍ରମଣ (infection)ର ଆଶଙ୍କା ପୂରାପୂରି କମିଯାଇଛି। ଏହିସବୁ ଜିନିଷକୁ ଉପଯୋଗ କରି ଆଜିର ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ଅତି ବଙ୍କା ହୋଇଯାଇଥିବା ଆଣ୍ଠୁକୁ ଖୁବ୍‌ ଅଳ୍ପ କାଟି ଅପରେଶନ କରିପାରୁଛନ୍ତି। ଫଳରେ ଅଳ୍ପ ରକ୍ତ କ୍ଷୟ ହେଉଛି। ରୋଗୀକୁ ପୂରା ଅଚେତ ନ କରି ଗୋଡ଼କୁ କାଲୁଆ କରାଯାଉଛି। ଏଥିରେ ଷ୍ଟିଚ୍‌ର ଆବଶ୍ୟକତା ପଡୁନାହିଁ। ଅପରେଶନ ପରଦିନ ରୋଗୀ ଛିଡ଼ାହୋଇ ନିଜେ ପାଇଖାନା ଯାଇପାରୁଛି। ତୃତୀୟରୁ ଚତୁର୍ଥ ଦିନ ପାହାଚ ଚଢ଼ିପାରେ ଓ ପଞ୍ଚମ ଦିନ ଘରକୁ ଯାଇପାରେ। ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ଆଣ୍ଠୁରେ କୌଣସି ଅସୁବିଧା ହୁଏ ନାହିଁ। ଏହା ଦୁଇ ହାଡ଼ ମୁଣ୍ଡରେ ଥିବା କାର୍ଟିଲେଜ ଯେଉଁଟିି ଖରାପ ହୋଇଯାଇଥାଏ, ତାକୁ ବଦଳାଇ ପ୍ଲାଷ୍ଟିକ କାର୍ଟିଲେଜକୁ ଏକ ସ୍ବତନ୍ତ୍ର ଅଠା ଦ୍ୱାରା ଲଗାଇ ଦିଆଯାଏ। ବଙ୍କା ଆଣ୍ଠୁ ସିଧା ହୋଇଯାଏ। ଅପରେଶନ ପରେ ଦୀର୍ଘକାଳୀନ ଔଷଧର ଆବଶ୍ୟକତା ପଡ଼େନାହିଁ। ଦୁଇଟି ଆଣ୍ଠୁର ଅପରେଶନ ଏକା ସଙ୍ଗେ କରିବା ଫଳରେ ଖର୍ଚ୍ଚ ଓ କଷ୍ଟ ବହୁ ଅଂଶରେ କମିଯାଏ। ଏହି କିଛିଦିନ ଧରି କମ୍ପ୍ୟୁଟର ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ବ୍ୟବହୃତ ହେଉଛି। ଏହାକୁ ସିଏଏସ୍‌(CAS) ବା କମ୍ପୁଟର ଏସିସ୍‌ଡେଟ୍‌ ସର୍ଜରି କୁହାଯାଏ। ଏହା କମ୍ପ୍ୟୁଟର ସାହାଯ୍ୟରେ ହେଉଥିବା ଯୋଗୁ ଅତି ଛୋଟ କଟା ସାହାଯ୍ୟରେ କରାଯାଉଛି ଓ ଖୁବ୍‌ କମ୍‌ ରକ୍ତ କ୍ଷୟ ହେଉଛି। ଅପରେଶନ ବେଳେ ରକ୍ତର ଆବଶ୍ୟକତା ପଡୁନାହିଁ। ନିୟମିତ ସମୟଠାରୁ ଖୁବ୍‌ କମ୍‌ ସମୟ ଲାଗୁଛି। ଷ୍ଟିଚ୍‌ର ଆବଶ୍ୟକତା ପଡୁନାହିଁ। ଇନ୍‌ଫେକଶନର ଆଶଙ୍କା ପୂରାପୂରି କମିଯାଇଛି। ପୃଥିବୀରେ ସବୁ ଦେଶରେ ଆଜିର ଦିନରେ ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ଏହି କୌଶଳ ବ୍ୟବହାରକରି ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପ୍ରତି ସାଧାରଣ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଆଣିପାରିଛନ୍ତି। ପୃଥିବୀରେ ଯେତେ ପ୍ରକାର ଅସ୍ତ୍ରୋପଚାର ଅଛି ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରି ଏକ ଉତ୍ତମ ଅସ୍ତ୍ରୋପଚାର। ଆଜିକାଲି ଅତ୍ୟାଧୁନିକ ଟେକ୍ନୋଲୋଜି ଯନ୍ତ୍ରପାତି ଯୋଗୁ ଦୁଇଟି ଆଣ୍ଠୁର ପ୍ରତ୍ୟାରୋପଣ ଏକାଦିନେ ଓ ଏକା ସାଙ୍ଗରେ କରାଯାଇପାରୁଛି। ଏହା ଆଣ୍ଠୁରୁ ଗୋଡ଼କୁ କାଲୁଆକରି କରାଯାଉଥିବା ଯୋଗୁ ବିପଦର କୌଣସି ଆଶଙ୍କା ନ ଥାଏ।

ଡା. ପି.ସି. ଦେ
ଅର୍ଥୋ କ୍ଲିନିକ୍‌(କଳିଙ୍ଗ ଷ୍ଟାଡିୟମ ଦକ୍ଷିଣ ପାର୍ଶ୍ୱ)ନୟାପଲ୍ଲୀ, ବେହେରାସାହି, ଭୁବନେଶ୍ୱର
ମୋ : ୯୪୩୮୮୦୦୦୨୦


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri