ଆଠମଲ୍ଲିକ ଓ କିଶୋରନଗରରେ ବଢୁଛି ଗୋ-ଚାଲାଣ, ପ୍ରଶାସନ ନୀରବଦ୍ରଷ୍ଟା

ବଇଣ୍ଡା,୧୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ଗୋ-ଚାଲାଣ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛିମାସ ହେବ ଠାକୁରଗଡ଼, କୁର୍ତ୍ତିବାସପୁର, ଅଙ୍ଗପଡ଼ା, ଧରଡ଼ପାଳ, କିଶୋରନଗର, ପାଇକସାହି ଆଦି ଅଞ୍ଚଳ ଗୁଡ଼ିକରୁ ଟ୍ରିପ ଟ୍ରିପ ଗୋରୁ ବୋଝେଇ ହୋଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉ ଥିବା ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଘଟଣାରୁ ଜଣାପଡ଼ିଛି, କୁର୍ତ୍ତିବାସପୁର ପଞ୍ଚାୟତ ଜରପଡ଼ା ସାପ୍ତାହିକ ହାଟରୁ ପ୍ରତ୍ୟେକ ବୁଧବାର ୫୦ରୁ ଊର୍ଦ୍ଧ୍ୱ ଛୋଟ ଓ ବଡ଼ ଗାଡ଼ିରେ ଶତାଧିକ ଗୋରୁ ବୋଝେଇ କରି କିଶୋରନଗର ଓ ପାଇକସାହି ୨ଟି ରାସ୍ତା ଦେଇ କଟକ ଅଞ୍ଚଳକୁ ଚାଲାଣ କରାଯାଉଛି। ଏ ନେଇ ସ୍ଥାନୀୟ ଅଧିବାସୀମାନେ ବାରମ୍ବାର ସ୍ଥାନୀୟ ପୋଲିସ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ସେହିପରି ଉକ୍ତ ହାଟରୁ ଦୈନିକ ପୋଲିସ କର୍ମଚାରୀ ପ୍ରତ୍ୟେକ ଗୋରୁ ବ୍ୟବସାୟୀଙ୍କଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ୫୫ ନଂ. ଜାତୀୟ ରାଜପଥ ଦେଇ ୩ଟି କଣ୍ଟେନରରେ କିଶୋରନଗର ଅଞ୍ଚଳରୁ ଗୋରୁ ବୋଝେଇ ହୋଇ ଯାଉଥିବା ଜଣାପଡ଼ିବା ପରେ ଶନିବାର ରାତିରେ ବଇଣ୍ଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପ୍ରତିଦିନ ଏହି ବାଟ ଦେଇ ବିପଦପୂର୍ଣ୍ଣ ଅବସ୍ଥାରେ ଗୋରୁ ଚାଲାଣ କରାଯାଉଥିବାବେଳେ ପୋଲିସର ଦୃଷ୍ଟି ପଡ଼ୁ ନ ଥିବାରୁ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ତୁରନ୍ତ ଅନୁଗୋଳ ଜିଲା ଏସ୍‌ପି ଦୃଷ୍ଟି ଦେଇ ବେଆଇନ ଗୋରୁ ଚାଲାଣ ଉପରେ ରୋକ ଲଗାଇବା ସହ ଅସାଧୁ ଗୋରୁ ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ବଇଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଛି। ଏ ନେଇ ହଣ୍ଡପା ଆଇଆଇସି ଲବ ବୋଡ଼ା କୁହନ୍ତି, ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ଗୋରୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri