ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି, କିନ୍ତୁ ଝିଅମାନଙ୍କ ସହ ଭେଦଭାବ ଥମିବାର ନାଁ ଧରୁନି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ପରିଲକ୍ଷିତ ହେଉଛି। ବାଳିକାମାନଙ୍କ ପ୍ରତି ଅନ୍ୟାୟ ହେଉଛି। ଏହି କଥାକୁ ଗମ୍ଭୀରତାର ସହ ଉପଲବ୍ଧି କରି ମିଳିତ ଜାତିସଂଘ ପକ୍ଷରୁ ବାଳିକାଙ୍କ ସଶକ୍ତୀକରଣ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ରେ ‘ଆନ୍ତର୍ଜାତିକ ବାଳିକା ଦିବସ’ ପାଳନ କରାଯାଉଛି। ୧୯ ଡିସେମ୍ବର ୨୦୧୧ରେ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ କରାଯିବା ପାଇଁ ଘୋଷଣା କରାଯିିବା ପରେ ୨୦୧୨ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ବାଳିକାମାନଙ୍କୁ ସମାନତାର ଅଧିକାର ଦେବା ତଥା ସେମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌‘ଗର୍ଲ ଫୋର୍ସ: ଅନ୍‌ସ୍କ୍ରିପ୍‌ଟେଡ୍‌ ଆଣ୍ଡ୍‌ ଅନ୍‌ଷ୍ଟପେବଲ’ ବା ’ବାଳିକାଙ୍କ ଶକ୍ତି: ଅପ୍ରକାଶିତ ଓ ଅଜେୟ’ବୋଲି ରଖାଯାଇଛି। ବାଳିକାମାନଙ୍କ ପ୍ରତି କୌଣସି ଭେଦଭାବ ନକରିବା ପାଇଁ ବାର୍ତ୍ତା ଦିଏ ଏହି ଦିବସ। ଏକ ମହତର ଜୀବନ ବଞ୍ଚିବା ଲାଗି ସେମାନଙ୍କ ଅଧିକାର ରହିଛି ବୋଲି ଲୋକମାନଙ୍କୁ ଏହି ଦିବସରେ ସଚେତନ କରାଯାଏ। ଆଜି ବି ବାଳିକାମାନେ ସବୁ କ୍ଷେତ୍ରରେ ଉପେକ୍ଷିତ । ନା ମିଳୁଛି ସେମାନଙ୍କୁ ସମାନ ଶିକ୍ଷା,ନା ପୋଷଣ ଓ ନା ମିଳୁଛି କାମ କରିବାର ସୁଯୋଗ। ଏଣୁ ସେମାନଙ୍କ ପାଇଁ ବି ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ସେମାନଙ୍କ ପ୍ରତି ହେଉଥିତ୍ବା ହିଂସା ଶେଷ କରିବାର ଏବର ଏକ ବଡ଼ ଆହ୍ବାନ। ଏହା ସହ ବାଲ୍ୟ ବିବାହ, ଭ୍ରୂଣହତ୍ୟା ରୋକିବାର ଆବଶ୍ୟକତା ରହିଛି। ଏହି ସବୁ ସମସ୍ୟାକୁ ସମାଧାନ କରିବା ଲାଗି ଆନ୍ତର୍ଜାତିକ ବାଳିକା ଦିବସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏକ ଆକଳନରୁ ଜଣାପଡିଛି ଯେ,ବିଶ୍ୱରେ ୬୨ ମିଲିୟନରୁ ଅଧିକ ବାଳିକା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୧୮ ବର୍ଷ ହେବା ପୂର୍ବରୁ ୪ ଜଣରେ ଜଣେ ବିବାହ କରୁଛନ୍ତି। ଦୁର୍ଭାଗ୍ୟର କଥା, ଭାରତରେ ଏବେ ବି କେତେକ ରାଜ୍ୟରେ ବାଳିକାଙ୍କ ପ୍ରତି ଭେଦଭାବ ରହିଥିବାରୁ ସେହି ସବୁ ରାଜ୍ୟରେ ବାଳିକାମାନଙ୍କ ସଂଖ୍ୟା କମ୍‌ ରହିଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଭାରତ ସରକାର ‘ ବେଟୀ ବଚାଓ, ବେଟୀ ପଢାଓ’ ଆରମ୍ଭ କରିଛନ୍ତି। ଆଜିର ବାଳିକା ଭବିଷ୍ୟତର କର୍ମକର୍ତ୍ତା,ମାତା,ପରାମର୍ଶଦାତା, ପରିବାରର ମୁଖିଆ ଓ ରାଜନୈତିକ ନେତା ଭାବେ ନିଜକୁ ଠିଆ କରିବାର କ୍ଷମତା ରଖେ। ଏଣୁ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ବାଳିକାଙ୍କ ଜୀବନକୁ ସୁରକ୍ଷିତ, ଶିକ୍ଷା ଓ ଭଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଭୂମିକା ନେଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ,...

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି  ନେବା ପୂର୍ବରୁ  ନିମ୍ନଲିଖିତ ବିଷୟ...

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଜନତାଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୩।୧୦: କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୁତୁମେମେ କେତେବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ। ଯଦି ଭାରତ-ପାକିସ୍ତାନ...

ଆମେରିକା-ବ୍ରାଜିଲ-ସୌଦି ମୁଣ୍ଡରେ ଅଠା ବୋଳିଲା ଚାଇନା…

ବେଜିଂ,୩୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ଅନ୍ୟ ମୁଣ୍ଡରେ ଅଠା ବୋଳିବା ଲାଗି ଅଣ୍ଟା...

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ...

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ଖ୍ରୀଷ୍ଟମାସ ଟ୍ରି। କାରଣ କେତେକଙ୍କର ବିଶ୍ୱାସ ଥାଏ ଯେ, ଯେଉଁ ଘରେ ସୁନ୍ଦର ଭାବରେ ସଜାଇବାକୁ ଲୋକେ ତତ୍ପରତା...

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି।...

Advertisement
Archives

Model This Week