ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ ହେବ। ଏସ୍‌ବିଆଇ ପକ୍ଷରୁ ଏହାର କେଉଁ ନିୟମ ବଦଳିବ, କର୍ପୋରେଟ ଟିକସ ପରିବର୍ତ୍ତନ ଯୋଗୁ କଣ ଫାଇଦା ହେବ, ଜିଏସ୍‌ଟିରେ କଣ ରହିଛି ଭଳି ପ୍ରସଙ୍ଗକୁ ଦେଖିବାକୁ ହେବ। କେଉଁ ସବୁ ନିୟମ ପରିବର୍ତ୍ତନ ହେଉଛି ତାହା ଏଠାରେ ଦିଆଗଲା..
– ଏସ୍‌ବିଆଇ
ଏସ୍‌ବିଆଇ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ନେଣଦେଣ ଉପରେ ମାସିକ ସୀମାକୁ ହଟାଇ ଦେଇଛି। ଖାତାରେ ୨୫ ହଜାର ମାସିକ ହାରାହାରି ବାଲାନ୍ସ ରଖୁଥିବା ଗ୍ରାହକମାନେ ବ୍ୟାଙ୍କ ଶାଖାରୁ ୨ଥର ଦେୟମୁକ୍ତ ଉଠାଣ କରିପାରିବେ। ସେହିଭଳି ମାସିକ ହାରାହାରି ୨୫ରୁ ୫୦ ହଜାର ବାଲାନ୍ସ ରଖିଥିବା ଗ୍ରାହକ ୧୦ ଥର ଦେୟମୁକ୍ତ ଉଠାଣ କରିବାକୁ ସକ୍ଷମ ହେବେ। ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିଲେ ଗ୍ରାହକ ଅସୀମିତ ଉଠାଣ କରିପାରିବେ।
– ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ମିଳିବନି କ୍ୟାଶବ୍ୟାକ
ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ପେମେଣ୍ଟ ଉପରେ ୦.୭୫% ରିହାତି ଅକ୍ଟୋବର ପହିଲାରୁ ଆଉ ମିଳିବନି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିଲେ। ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏଭଳି ସୁବିଧା ଦେଉଥିଲେ। ଏସ୍‌ବିଆଇର ଏଭଳି ନିଷ୍ପତ୍ତି ପରେ ଅନ୍ୟ କମ୍ପାନୀ ମଧ୍ୟ ଏନେଇ ବିଚାର କରିବାର ସମ୍ଭାବନା ରହିଛି।
– ପେନଶନ ପଲିସି ନିୟମ
୧୦ ବର୍ଷ ସର୍ଭିସ ପୂରା କରିବା ପୂର୍ବରୁ ଯଦି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ୨୦୧୯ ଅକ୍ଟୋବର ପହିଲା ପୂର୍ବରୁ ହୋଇଥାଏ, ସେ ଲଗାତର ଭାବେ ୭ ବର୍ଷ ସେବା ଦେଇଥାନ୍ତି ତେବେ ତାଙ୍କ ପରିଜନଙ୍କୁ ଉପନିୟମ (୩) ଅନୁସାରେ ପେନଶନ ଲାଗୁ ହେବ।
– କର୍ପୋରେଟ ଟିକସ ହ୍ରାସ ସୁବିଧା
କର୍ପୋରେଟ ଟିକସ ହ୍ରାସର ଫାଇଦା ଉପଲବ୍ଧ ହେବ। ଅକ୍ଟୋବର ପହିଲା ପରଠାରୁ ସ୍ଥାପନ ହୋଇଥିବା ମାନୁଫାକଚରିଂ ୟୁନିଟ ଗୁଡିକ ଲାଗି ୧୫% ଟିକସ ପ୍ରଦାନର ବିକଳ୍ପ ରହିବ। ଏହି କମ୍ପାନୀଗୁଡିକ ଉପରେ ସରଚାର୍ଜ ସହ ମୋଟ ଟିକସ ହାର ୧୭.୦୧% ରହିବ।
-ଶସ୍ତା ହେବ ହୋଟେଲ ରୁମ୍‌
– ୧୦୦୦ ଟଙ୍କାର ରୁମ ଭଡା ଲାଗି ସରକାର ଜିଏସ୍‌ଟିକୁ ବାଦ ଦେଇଛନ୍ତି। ୧୦୦୧ରୁ ୭୫୦୦ ପର୍ଯ୍ୟନ୍ତ ହୋଟେଲ ରୁମ ଉପରେ ୧୮% ପରିବର୍ତ୍ତେ ୧୨% ଜିଏସ୍‌ଟି ଲାଗୁ ହେବ। ୭,୫୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଟେଲରୁମ ଉପରେ ୨୮% ବଦଳରେ ୧୮% ଜିଏସ୍‌ଟି ଲାଗିବ। ୧ ଅକ୍ଟୋବର ପରର ବୁକିଂ ଲାଗି ଏହା ମିଳିବ। ସେହିଭଳି ରେଳଗାଡି ଡବା ଉପରେ ଜିଏଟି ବଢାଯିବା ସହ ୫ରୁ ୧୨% ହୋଇଛି। ମୃଦୁ ପାନୀୟ କ୍ଷେତ୍ରରେ ଏହା ୧୮ରୁ ୨୮%କୁ ବଢିଛି।
– ଜିଏସ୍‌ଟି ଫର୍ମରେ ପରିବର୍ତ୍ତନ
ବାର୍ଷିକ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ସଂସ୍ଥାଗୁଡିକ ଲାଗି ଅକ୍ଟୋବର ପହିଲାରୁ ନୂଆ ଜିଏସ୍‌ଟି ରିଟର୍ନ ଫର୍ମ ଆସିବ। ଏମାନେ ଜିଏସ୍‌ଟିଆର୍‌-୧ ବଦଳରେ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ଭରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲ୍ୟାଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ କରିବ ବ୍ରିଟେନ

ମୁମ୍ବାଇ: ପଳାତକ ଆର୍ଥତ୍କ ଅପରାଧୀ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବର୍ତ୍ତମାନ ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହେଲେ ଏହି ପ୍ରକ୍ରିୟା ଜାରି...

ସମାଧାନ ହେବ ଆୟକର ସାଇଟ୍‌ ସମସ୍ୟା

ନୂଆଦିଲ୍ଲୀ,୨୩।୮: ଚଳିତ ବର୍ଷ ଜୁନ୍‌ରୁ ବ୍ୟବହୃତ ହୋଇ ଆସୁଥିବା ଆୟକର ବିଭାଗର ନୂତନ ଆୟକର ‘ଇ-ଫାଇଲିଂ ପୋର୍ଟାଲ’ରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ...

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର...

ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

  ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ...

ତୃପ୍ତି ସେଲ୍‌ସ ଆଣ୍ଡ ସର୍ଭିସ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର, ୧୩-୮ (ବ୍ୟୁରୋ): ଫୋର୍ଡ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପାତ୍ରପଡାଠାରେ ତୃପ୍ତି ଫୋର୍ଡ ସେଲ୍‌ସ ସର୍ଭିସ ସୁବିଧାର ଶୁଭାରମ୍ଭ କରାଯାଇଛି। ନୂଆ ଫାସିଲିଟିକୁ କମ୍ପାନୀର ସେଲ୍‌ସ...

୧୭% ଖସିଲା ଜୁମ୍‌ ଶେୟାର

ନୂଆଦିଲ୍ଲୀ: ଫାଇଜର କରୋନା ଭାକ୍‌ସିନ ୯୦% ପର୍ଯ୍ୟନ୍ତ ସଫଳ ହେଉଥିବା ରିପୋର୍ଟ ଆସିବା ପରେ ସାରା ବିଶ୍ୱର ଶେୟାର ବଜାରରେ ଉତ୍ସାହ ଦେଖାଯାଇଛି। ଏଭଳି ସ୍ଥିତିରେ...

କେମିତି ମିଳିବ ଅର୍ଥ ବ୍ୟବସ୍ଥାକୁ ଗତି: ମନ୍ତ୍ର ଦେଲେ ଶକ୍ତିକାନ୍ତ

ମୁମ୍ବାଇ,୨୭।୭: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏହି ସମୟରେ ଅର୍ଥ ବ୍ୟବସ୍ଥାର ଗତିବିଧିକୁ ବଢ଼ାଇବାର ଉପାୟ ସମ୍ପର୍କରେ...

ରୁଚି-ଫ୍ରୋଜିଟ୍‌ର ୨ ନୂଆ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୭।୮: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ. ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ୍‌ର ୨ଟି ନୂଆ ଫୁଡ୍‌...

Advertisement
Archives

Model This Week