Advertisement

ଆଜିଠାରୁ ‘ଇକୋ ରିଟ୍ରିଟ୍‌’:ଗ୍ଲାମରସ୍‌ କ୍ୟାମ୍ପିଂ- ଫୁଡ୍‌-ଫନ୍‌

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍‌ଜ୍ୟୁରି କଟେଜ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ଭଲିବଲ୍‌, ଥେରାପ୍ୟୁଟିକ୍‌ ଓ୍ବାକ, ବିଚ୍‌ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍‌ ଓ ମନପସନ୍ଦର ଖାଦ୍ୟ। ଗୋଟିଏ ସ୍ଥାନରେ ସବୁକିଛିର ଅନୁଭବ ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’। ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନର ସ୍ବତନ୍ତ୍ରତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆକର୍ଷଣୀୟ ପଦକ୍ଷେପ ନିଆଯାଇଛି। ଏଥିରେ ଦେଶ ବିଦେଶର ପର୍ଯ୍ୟଟକ ପ୍ରଥମଥର ପାଇଁ ଓଡ଼ିଶାରେ ‘ଗ୍ଲାମରସ୍‌ କ୍ୟାମ୍ପିଂ’ ବା ଗ୍ଲାମ୍ପିଂର ମଜା ନେଇପାରିବେ। ବିଶ୍ୱପ୍ରସିଦ୍ଧ କୋଣାର୍କକୁ ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଆୟୋଜିତ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଉତ୍ସବକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁଜରାଟର କଚ୍ଛ ରାନ୍‌୍‌ ଉତ୍ସବ ଢାଞ୍ଚାରେ କରାଯାଉଥିବା ଏହି ଉତ୍ସବ ଡିସେମ୍ବର ୧୪ରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ରଭାବେ ପ୍ରସ୍ତୁତ ୫୦ଟି ଲକ୍‌ଜ୍ୟୁରି କଟେଜ୍‌ରେ ପର୍ଯ୍ୟଟକମାନେ ରହିବା ସହ ସୁସ୍ବାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏଥିସହ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ନିକଟକୁ ଜାଣିବାର ସୁଯୋଗ ପାଇପାରିବେ ବୋଲି ଶୁକ୍ରବାର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଥିଲେ। ୪.୮୨ କୋଟି ଟଙ୍କା ବଜେଟରେ ହେଉଥିବା ଏହି ୪୯ ଦିନିଆ ଉତ୍ସବ ଉଭୟ ସାଧାରଣ ଲୋକ ଏବଂ ଇନ୍‌ହାଉସ୍‌ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ। ଉତ୍ସବକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଥିବାବେଳେ କେବଳ ପବ୍ଲିକ୍‌ ଏରିଆକୁ ସାଧାରଣ ଲୋକଙ୍କୁ ଛଡାଯିବ। ସେହିଭଳି ଇନ୍‌ହାଉସ୍‌ ଏରିଆରେ କଟେଜ୍‌ ବୁକିଂ କରିଥିବା ପର୍ଯ୍ୟଟକମାନେ ରହିପାରିବେ। ସ୍ବତନ୍ତ୍ର ଷ୍ଟେଜ୍‌ ଏରିଆରେ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ଲୋକକଳା, ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ। ପ୍ରତି ଶନିବାର ସନ୍ଧ୍ୟାରେ ‘ୟୁଫୋରିଆ’, ଇଣ୍ଡିଆନ୍‌ ଓସେନ୍‌’ ଭଳି ବ୍ୟାଣ୍ଡ୍‌ ସହ ହର୍ଷଦୀପ କୌର, ବେନି ଦୟାଲ, ମାମେ ଖାନ୍‌, ସଲିମ ସୁଲେମାନ୍‌ ଓ କ୍ରିଷ୍ଣା ବେଉରାଙ୍କ ଭଳି ଖ୍ୟାତନାମା କଣ୍ଠଶିଳ୍ପୀମାନେ ଲାଇଭ୍‌ ମ୍ୟୁଜିକ୍‌ ପରିବେଷଣ କରିବେ। ଏଥିପାଇଁ ପ୍ରବେଶ ଶୁକ୍ଳ ଅତିକମ୍‌ରେ ୫୦ଟଙ୍କା ରହିବ। ଅସ୍ଥାୟୀଭାବେ ନିର୍ମିତ ୪ଟି ରେଷ୍ଟୁରାଣ୍ଟ୍‌ ପାରମ୍ପରିକ ଓଡ଼ିଆ ଖାଦ୍ୟରୁ ଆରମ୍ଭକରି ସମସ୍ତ ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ପରିବେଷଣ କରିବେ।
ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲିବାକୁ ଥିବାବେଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରେଲ୍‌ ସହ ଟେମ୍ପୁଲ୍‌ ଟୁର୍‌ ଏବଂ ଇକୋଲୋଜିକାଲ ଟୁର୍‌ ହେବ। ସେହିଭଳି ଆଡ୍‌ଭେଞ୍ଚର ସ୍ପୋର୍ଟସରେ ‘ଜେଟ୍‌-ସ୍କି’, ‘ସ୍ପିଡ୍‌ ବୋଟିଂ, ‘ପାରାସେଲିଂ’, ‘ଏଟିଭି’, ‘ଆର୍ଚେରୀ’, ‘ରାଇଫଲ୍‌ ଶୁଟିଂ’, ‘ବିଚ୍‌ ଭଲିବଲ୍‌’, ‘ଓ୍ବାଟର୍‌ ରୋଲର୍‌’ ଆଦି ରହିବ। ‘ମାଇସ୍‌ ଟୁରିଜିମ୍‌’କୁ ନଜରରେ ରଖି ଏଠାରେ ସ୍ବତନ୍ତ୍ର କନ୍‌ଫରେନ୍ସ ହଲ୍‌ କରାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର କର୍ପୋରେଟ୍‌ ପ୍ୟାକେଜ୍‌ ରହିଛି। ଏହାବ୍ୟତୀତ ସ୍ବତନ୍ତ୍ର ଫୁଡ୍‌ ଫେଷ୍ଟିଭାଲ ଓ ବିଚ୍‌ ମାର୍କେଟ୍‌ର ମଜା ସାଧାରଣ ଲୋକ ନେଇପାରିବେ। ପର୍ଯ୍ୟଟକମାନେ https://ecoretreat.odishatourism.gov.in/ ଏବଂ ecoretreat@panthanivas.com ଜରିଆରେ ବୁକିଂ କରିପାରିବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୭(ବ୍ୟୁରୋ) : ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ...

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ...

ଜଳୁଛି ସାରା ଓଡ଼ିଶା: ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ପ୍ରବଳ ଖରା ତାତିରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହୋଇଗଲାଣି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର...

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା...

ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ: ହଟହଟା ପର୍ଯ୍ୟଟକ

ଭୁବନେଶ୍ୱର,୭।୧(ବ୍ୟୁରୋ): ନନ୍ଦନକାନନ ଟିକେଟ କାଉଣ୍ଟରକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ କୋଭିଡ ନିୟମ ଅନୁଯାୟୀ, ଶୁକ୍ରବାରଠାରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ...

ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ ଅଫିସ, ୮ା୧୨: ବହୁ ବାଦବିବାଦ ପରେ ବନ୍ଦ ହୋଇଛି ଅଦିନିଆ ରଥଯାତ୍ରା। ଅସମୟରେ ରଥଯାତ୍ରା କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌...

ଶ୍ରୀମନ୍ଦିରରେ ଡ୍ରେସ୍‌ କୋଡ୍‌କୁ ନେଇ ଚର୍ଚ୍ଚା

ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା...

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

Advertisement
Archives

Model This Week