Posted inଖେଳ

ଆଜରବୈଜାନ ଗ୍ରାଁ. ପ୍ରି. ହେବନାହିଁ

ବାକୁ, ୨୩ା ୩ (ଏପି)-ଆଜରବୈଜାନ ଫର୍ମୁଲା ଓ୍ବାନ୍‌ ଗ୍ରାଁପ୍ରିକୁ ସୋମବାର ସ୍ଥଗିତ ଘୋଷଣା କରାଯାଇଛି। ମହାମାରୀ କରୋନା ଭାଇରସ୍‌ ଆଶଙ୍କା ଯୋଗୁ ଜୁନ୍‌ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ ଆରମ୍ଭକୁ ସ୍ଥଗିତ ରଖାଯାଇଛି। ଭାଇରସ୍‌ ଯୋଗୁ ୨୦୨୦ ସିଜନର ପ୍ରଥମ ୮ଟି ରେସ୍‌ ସ୍ଥଗିତ କିମ୍ବା ବାତିଲ କରାଯାଇଛି। ବାକୁ ସିଟି ସର୍କିଟରେ ଜୁନ୍‌ ୭ରେ ଆଜରବୈଜାନ ଗ୍ରାଁ ପ୍ରି ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ସ୍ଥାନୀୟ ସରକାର ଏବଂ ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଅଟୋମୋବାଇଲ୍‌( ଏଫ୍‌ଆଇଏ)ର ପରିଚାଳନା ପରିଷଦ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରେସ୍‌ର ନୂଆ ତାରିଖ ସିଜନର ପର ଭାଗରେ ଘୋଷଣା କରାଯିବ। ଆଜରବୈଜାନରେ ୨୦୧୭ରୁ ଫର୍ମୁଲାଓ୍ବାନ ରେସ୍‌ ଆୟୋଜିତ ହୋଇଆସୁଛି। ସୂଚନାଯୋଗ୍ୟ ମାର୍ଚ୍ଚ ୧୩ରେ ସିଜନ ଆରମ୍ଭ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିକୁ ରେସ୍‌ ଆରମ୍ଭରୁ ଅଳ୍ପ କେଇ ଘଣ୍ଟା ପୂର୍ବରୁ ବାତିଲ କରାଯାଇଥିଲା। ଏହାର ସପ୍ତାହକ ପରେ ବିନାଦର୍ଶକରେ ଆୟୋଜିତ ହେବାକୁ ଥିବା ବାହାରିନ୍‌ ଗ୍ରାଁପ୍ରି ଏବଂ ଏପ୍ରିଲ ୫ରେ ଭିଏତ୍‌ନାମ ଗ୍ରାଁ ପ୍ରିକୁ ମଧ୍ୟ ସଙ୍ଗେ ସଙ୍ଗେ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ ୧୯ରେ ସାଂଘାଇଠାରେ ଆୟୋଜିତ ହେବାକୁଥିବା ଚାଇନିଜ ଗ୍ରାଁ ପ୍ରିକୁ ଫେବୃୟାରୀରୁ ସ୍ଥଗିତ ଘୋଷଣା କରାଯାଇ ସାରିଥିଲା। ଗତ ସପ୍ତାହରେ ଯେଉଁ ୩ଟି ରେସ୍‌ ବାତିଲ ଘୋଷଣା ହୋଇଥିଲା ତନ୍ମଧ୍ୟରେ ମୋନାକୋ ଗ୍ରାଁ ପ୍ରି ଅନ୍ୟତମ। ଅନ୍ୟ ଦୁଇଟି ରେସ୍‌ ନେଦରଲାଣ୍ଡ୍ସ ଓ ସ୍ପେନ୍‌ରେ ହୋଇଥାନ୍ତା। ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଆଜରବୈଜାନ ପଛକୁ ପରବର୍ତ୍ତି ରେସ୍‌ ଜୁନ୍‌ ୧୪ରେ କାନାଡ଼ାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri