ଆଏଜ୍‌ ବି ଘନାପେଡା ତେଲର ଚାହିଦା ଅଛେ

ଭବାନୀପାଟଣା, ୨୯ା୬ (ଡି.ଏନ୍‌.ଏ) : ମନୁଷ୍‌ ସମାଜର ବିକାଶ ସଂଗେ ଫିଦିନିଅଁ। ଚଲନିରେ ତେଲର ଉପକାରିତାକେ ସେ ଅନୁଭବ କରିଛେ। ଭିନେ ଭିନେ କିସମର ତୈଳବୀଜ ଚିନ୍‌ହଁଟ କରି ସେଥ୍‌ରୁ ତେଲ ବାହାର କରବାର କଉଶଲ ଉଦ୍‌ଭାବନ କରିଛେ। ଆଘ ସବୁଗଁ।ରେ ତେଲି ସମାଜର ଲୋକ୍‌ ଘନାରେ ପେଡ଼ି ତେଲ ବାହାର କରୁଥିଲେ ଆର ବିକୁଥିଲେ। ଘନାପେଡ଼ା ତେଲ ଆର ଆଏଜ୍‌କାଲି ବଜାରରେ ମିଲୁଥିବାର ତେଲର ଗୁନ୍‌ଧରମ୍‌ ଭିତରେ ଆକାଶ ପାତାଲ ଫରକ୍‌ ରହିଛେ। ବଜାରରେ ମିଲୁଥିବାର ଭିନେ ଭିନେ କିସମର ତେଲର ଗୁନ୍‌ଧରମ୍‌ ବଲି ବିଶେଷ କିଛି ନାଇଁ। ସେନ୍‌ତା ବାସନାର ଲାଗି ବି ତେଲରେ ନାନା ପରକାର ରାସାୟନିକ ଜିନିଷର ବେଭାର କରାଯାଉଛେ। ହେଲେ ଆଏଜ୍‌ ବି କଳାହାଣ୍ଡି ଜିଲାର ଅନେକ ଗଁାଗଁଡ଼ାରେ ଲୋକ୍‌ ପାରମ୍ପରିକ ଘନାପେଡ଼ା ତେଲ ବେଭାର କରୁଛନ୍‌। ଜିଲାର ଅନେକ ଗଁ।ରେ ଲୋକ୍‌ ରଁଧାବଢ଼ାନୁ ମୂଲ କରି ଚିକିସତ୍ା ତକ୍‌ ଭିନେ ଭିନେ କାମ୍‌ ଲାଗି ଘନାପେଡ଼ା ତେଲ ବେଭାର କରୁଛନ୍‌। ଟୁଲ, କୁସୁମ, ସୂର୍ଯ୍ୟମୂଖୀ, ଜଡ଼ା, ସୁରଷୋ, ଭୂଇଁଚନା, ରାଶି ଲେଖେଁ ତୈଳବୀଜକେ ଘନାରେ ପେଡ଼ି ତେଲ ବାହାର କରଉଛନ୍‌। ଇ କାମ୍‌ରେ ଅତି କମ୍‌ରେ ୪ ଝନ୍‌ ଲୋକ୍‌ର ଦରକାର ପଡ଼ସି। ୨ ଝନ୍‌ ଘନାକେ ବୁଲାଲାବେଲେ ଝନେ ମୁଜିର ଗୁଁଡ଼କେ ଘନାରେ ପକଉଥିସନ୍‌, ସେନ୍‌ତା ଆର ଝନେ ତେଲ ଛିନ୍‌ବାର ସଂଗେ ଖାଦ(ପିଡୁଆ)କେ ବାହାର କରସନ୍‌। ଆଗରୁ ଅନେକ ଜାଗାରେ ଲୋକ୍‌ ତେଲ ଘନାରେ ବଲଦ୍‌, ଘୁଡ଼ା, ଗଧ୍‌ ଫଁାଦି ତେଲ ପେଡ଼ୁଥିଲେ। ଯେନ୍‌ଥିରେ ତେଲ ପେଡ଼ବାର ସହଜ ଆର ସୁବିଧା ହେଉଥିଲା। ଘନାପେଡ଼ା ତେଲର ଗୁନ୍‌ଧରମ ବହୁତ୍‌ ଅଧ୍‌କା ଆର ତେଲଟା ସୁଆଦିଆ ଲାଗବାର ସଂଗେ ଭଲ ବାସ୍‌ନା ହେସି। ଏହେଦେ ବି ଘନାପେଡ଼ା ତେଲର ଚାହିଦା କାହିଁରେ କେତେ, ହେଲେ ଆଏଜ୍‌କାଲି ବଡ଼ଭାରି ମେଶିନର ବେଭାର ଲାଗି ତେଲଘନା ଲୋପ୍‌ ପାଇଗଲାନ। ଟୁଲ ତେଲକେ ଆଏଜ୍‌ ବି କଳାହାଣ୍ଡି ଜିଲାର ଅନେକ ଗଁାରେ ଲୋକ୍‌ ଖାଏବାର ତେଲ ହିସାବେ ବେଭାର କରୁଛନ୍‌। ବିହାବରପନ, ପରବ୍‌ପରବାନୀରେ ପିଠାପନା ତିଆରିରେ ବେଭାର କରୁଛନ୍‌। ଇତାର ବାହାରେ ଦଁାତ୍‌ ରୋଗ୍‌, ହାରପିକ୍‌ ଲେଖେଁ ସମସିଆରେ ଟୁଲ ପିଡୁଆକେ ପୁଡ଼େଇ ତାର କୁହୁଲା ରୁଗୀକେ ଦେଲେ ରୋଗ୍‌ ଭଲ ହେଉଥିବାର ନଜିର ରହିଛେ। ସେନ୍‌ତା ପୁରାତନ ଲୁକ୍‌କର କହେବାର ହେଲା ବରଷା ଦିନେ ହେଉଥିବାର ଚରମ୍‌ ରୋଗ୍‌, ଖସୁ ଖୁଜରିିରେ କୁସୁମ ତେଲ ଲଗାଲେ ଛାଡ଼ିଯାଏସି। ସେଥିରଲାଗି ଆଏଜ୍‌ ବି କଳାହାଣ୍ଡି ଜିଲାର ଗଁାଗଁଲିମାନକେ ଟୁଲ, କୁସୁମ ମୁଜିରୁ ପାରମ୍ପରିକ ଉପେରେ ତେଲ ବାହାର କରାଯାଉଛେ। ହେଲେ ଆଧୁନିକତାର ଛାପ୍‌, ବିଜ୍ଞାପନର ପରଭାବରେ ଇ ସବୁ ପାରମ୍ପରିକ ଜିନିଷର ଚାହିଦା କମିଯାଉଛେ। ଇଆଡ଼େ ଦିନୁଦିନ୍‌କେ ଜଂଗଲ ପଦା ହେବାର ଲାଗି ଆଘର ଲେଖେଁ ଟୁଲ, କୁସୁମ ମୁଜି ନାଇଁ ମିଲବାର। ସରକାର ଇ ପାରମ୍ପରିକ ତେଲ ଉତ୍‌ପାଦନ କଉଶଲକେ ସୁରକ୍ଷିତ ରଖବାର ଲାଗି ତେଲ ଉତ୍‌ପାଦନକାରୀକୁଁ ପୋରଛାହନ୍‌ ଯୁଗେଇ ଦେବାର ଉଚିତ ବଲି ଇ ତେଲର ଉପକାରିତାକେ ଅନୁଭବ କରିଥିବାର ଲୋକ୍‌ମାନେ ମତ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri