ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର ଛାପ୍‌ରେ କେତେ ମୂଲୁ ମେଟିଗଲାବେଲେ ଆରକେତେ ସମିଆର ସଂଗେ ତାଲ ଦେଇ ପାଲନ୍‌ ହେଉଛେ। ଆଏଜ୍‌କାଲି ଇ ଯାତ୍‌ରା ପରବ୍‌ମାନ ଲୋକ୍‌ ସଁସ୍‌କୁରୁତି ସଂଗେ ମିଶିଗଲାନ। ସେ ଭିତରୁ ବରଗଡ଼ ଜିଲା ବିଜେପୁରରେ ପାଲନ୍‌ ହେଉଥିବାର ଅନନ୍ତବ୍ରତ ମହୋଛବ୍‌ ତାର ଗୁଟେ ଚିନ୍‌ହଁା ଆଏ।
ଭୁଦୋ ମାସର ଉଜଲ ପଖ୍‌ ଚତୁରଦଶୀରେ ଅନନ୍ତବ୍ରତ ପାଲନ ହେସି। ପହପହନୁଁ ଘରର ବହ ଭୁଆସେନମାନେ ଗଧାବୁଡ଼ା କରି ୧୪ ପରକାର ପିଠାପନା କରସନ୍‌। ଇତାର ବାହାରେ ଜୁଗାର, ୧୪ ରକମର ଫଲଫୁଲ୍‌, ୧୪ଟା ଗଏଁଠ୍‌ ଥିବାର ବ୍ରତ ପୂଜାରେ ଲାଗ୍‌ସି। ଇ ବ୍ରତ ଥରେ ମୂଲ କଲେ ବ୍ରତଧାରୀ ଲାଗ୍‌ ଲାଗ୍‌ ୧୪ ବଛର ତକ୍‌ ପାଲନ କରବାର ରିକ୍‌ମା ପର୍‌ଚଲିତ ଅଛେ। କୁଟ୍‌ମର ସୁଖ୍‌ଶିଅଁାତି, ସଁସାରର ମଂଗଲ କାମନା କରି ବ୍ରତଧାରୀମାନେ ଇ ବ୍ରତ କରୁଥିବାର ପୁରୋହିତ ଚନ୍ଦନ ଶର୍ମା କହିଛନ୍‌। ଆଏଜ୍‌କେ ୫୫ ବଛର ତଲେ ବିଜେପୁର ମଝିପଡ଼ାନେ ଇ ବ୍ରତ ଗୁଟେ ଦିନ୍‌ ଲାଗି ହେଉଥିଲା। ହେଲେ ଏହେଦେ ମଝିପଡ଼ା, ଉପରପଡ଼ା, ତଲିପଡ଼ା, ମାଲପଡ଼ା, ଗାନ୍ଧୀପଡ଼ା, ଭୁଏପଡ଼ା, ବୀରବଜରଙ୍ଗ ଛକ୍‌ରେ ତିନ୍‌ଦିନ ଧରି ଜାକଜମକ୍‌ରେ ଇ ବ୍ରତ ପୂଜା ପାଲନ ହେଉଛେ। ଇ ସମିଆରେ ରଂଗବେରଂର ବିଜଲିବତୀ, ଆଏଁଖ୍‌ ଝଲ୍‌ସା ପୂଜା ମଡ଼ପ୍‌ ଆର ପୁରୋହିତମାନକର ମନ୍‌ତର ପାଠ୍‌ଥି ବିଜେପୁର ଚାରହିକୁତି କଁପିଯାଏସି। ଆଏଜ୍‌କାଲି ପୂଜା ବେଲେ ମୀନାବଜାର, ଉଠାଦୁକାନୀ, ରେହେଁଟି, ନାଟ୍‌, ଅପେରାର ମଜା ଉଠଉଛନ୍‌ ଭକତ୍‌ ଆର ଦେଖନହାରୀ। ପୂଜା ସମିଆରେ ଆସର ପାସର ଜିଲା ସମେତ ପଡ଼ିଶା ରାଏଜ୍‌ ଛତିଶଗଡ଼ରୁ ବି ଅନେକ ଦେଖନ୍‌ହାରୀ ଆସୁଛନ୍‌। ଦେଖନ୍‌ହାରୀକଁର ସୁବିଧା ଲାଗି ପରଶାସନ ଉପରପଡ଼ା, ଗାନ୍ଧୀଛକରେ ଆଶୁ ଚିକିଛା କେନ୍ଦ୍ର ଆର ଗାନ୍ଧୀଛକରେ ପୁଲିସ ସୂଚନା କେନ୍ଦ୍ର ଖୁଲୁଛେ। ବଛର ପଁାଚେ ହେଲା ପୂଜାବେଲେ ଉପରପଡ଼ା ପୂଜା କମିଟି ତରଫୁ ଭକତ ଆର ଦେଖନ୍‌ହାରୀକୁଁ ୧୪ ରକମର ପିଠାପନା, ମିଠା ଭୋଗ ବଁାଟ୍‌ବାର ଗୁଟେ ରିକ୍‌ମା ମୂଲ ହେଇଛେ। ପୂଜାର ଆରକଦିନ ବେଲବୁଡ଼ିଆ ଭିନେ ଭିନେ ପୂଜା ମଡ଼ପ୍‌ରେ ଦେଖନହାରୀକୁଁ ଅରନ୍‌ ପରସାଦ ବଁଟା ହେଉଛେ। ସେନ୍‌ତା ଚଲତି ବଛର ମହୋଛବ୍‌କେ ଆହୁରି ଜାକ୍‌ଜମକ୍‌ କରବାର ସଂଗେ ଦେଖନ୍‌ହାରୀକଁର ମନ୍‌ ଛିଁବାକେ ଫିପୂଜା ମଡ଼ପ୍‌ରେ ୪ରୁ ୫ ଲାଖ୍‌ ଟଁକା ଖରଚ୍‌ କରବାର ଯୋଜନା ରହିଛେ। ଆଏଁଖ୍‌ ଝଲସା ପୂଜା ମଡ଼ପ୍‌, ରଂଗ୍‌ବେରଂଗର ବିଜଲିବତୀ ସଜାଧଜା ସଂଗେ ୫ଶହ କଳାକାର କଳା ପର୍‌ଦରଶନ କରବାରଟା ଗୁଟେ ମୁଖିଆ ଆକର୍‌ଷନ ହେବା। ବ୍ରତଧାରୀକଁର ଚଁାଦାଭେଦାଥି ଇ ମହୋଛବ୍‌ ପାଲନ ହେଉଛେ। ୫୬ ବଛର ଧରି ଇ ଉଛବ୍‌ କରାଯାଉଥିଲେ ବି ସରକାରୀ ପୋରଛାହନ୍‌ ନାଇଁ ମିଲବାରଟା ଗୁଟେ ଦୁଖର କଥା ବଲି ମଝିପଡ଼ା ପୂଜା କମିଟିର ପୂରବର ସମ୍ପାଦକ ଜିତେନ୍ଦ୍ରୀୟ ମେହେର କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri