Posted inଖେଳ

ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ

ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା ଚଳିତ ବିଶ୍ୱକପ୍‌ର ୪୨ତମ ମ୍ୟାଚ୍‌ରେ ୨୩ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୮୮ ରନ କରି ଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଆଫଗାନିସ୍ତାନକୁ ଖାଲି ହାତରେ ଘରକୁ ଫେରିଛି। ୯ଟି ମ୍ୟାଚ୍‌ ଖେଳି ଆଫଗାନିସ୍ତାନ ସବୁଥିରେ ପରାସ୍ତ ହୋଇ କୌଣସି ପଏଣ୍ଟ ନ ପାଇଁ ଟେବୁଲ ସର୍ବନିମ୍ନ ଦଶମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୬ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହି ବିଶ୍ୱକପ୍‌ ଅଭିଯାନ ଶେଷ କରିଛି। ୭୭ ରନର ଉପଯୋଗୀ ଇନିଂସ ଖେଳିଥିବା ଓ୍ବେଷ୍ଟଇଣ୍ଡିଜ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୧୨ ରନ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ଓପନର ତଥା ଅଧିନାୟକ ଗୁଲବଦିନ ନାଇବଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୫ ରନ କରି ନାଇବ କେମର ରୋଚ୍‌ଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଲୁଇସ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ରହମତ ଶାହ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକରାମ ଅଲି ଖିଲି ସାହସିକ ବ୍ୟାଟିଂ କରି ୧୫୦ ବଲରୁ ୧୩୩ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ ରହମତ ୬୨ ରନ କରି କ୍ରେଗ ବ୍ରାଥଓ୍ବେଟଙ୍କ ବଲ୍‌ରେ କ୍ରିସ୍‌ ଗେଲ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ତୃତୀୟ ଉଇକେଟରେ ଅଲିଖିଲ ଓ ନାଜିବୁଲ୍ଲା ଜଡ୍ରାନ ୫୧ ରନ ସଂଗ୍ରହ କରିଥିଲେ। ତେବେ ଅଲିଖିଲ ୯୩ ବଲରୁ ୮ ଚୌକା ସହ ଶତକ ହାସଲ ଆଡକୁ ଯାଉଥିବା ବେଳେ କ୍ରିସ୍‌ ଗେଲ୍‌ଙ୍କ ବଲ୍‌ରେ ସୁଇପ୍‌ କରିବାକୁ ଯାଇ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ନାଜିବୁଲ୍ଲା ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୮ ବଲରୁ ୩୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ୨ ରନ କରିଥିବା ବେଳେ ମହମ୍ମଦ ନବୀ ରୋଚଙ୍କ ବଲ୍‌ରେ ଆଲେନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରୀ ୬ ରନ କରିଥିବା ବେଳେ ହେଟମେୟରଙ୍କୁ କ୍ୟାଚ୍‌ ଦେଇ ରୋଚ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ଏହା ପରେ ୩୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୪୦ ରନ କରି ଛକା ମାରିବାକୁ ପ୍ରୟାସ କରି ଅସଘର ଆଫଗାନ ବ୍ରାଥଓ୍ବେଟଙ୍କ ବଲ୍‌ରେ ହୋଲ୍ଡରଙ୍କୁ କ୍ୟାଚ୍‌ ଦେଇଥିଲେ। ଦଲତ ଜଡ୍ରାନ ୧ ରନ କରିଥିବା ବେଳେ ବ୍ରାଥଓ୍ବେଟଙ୍କ ତୃତୀୟ ଶିକାର ହୋଇଥିଲେ। ରସିଦ ଖାଁ ୯ ଓ ସୟଦ ଶିରଜାଦ ୧୭ ବଲରୁ ୨ଟି ଲେଖାଏ ଚୌକା ଓ ଛକା ସହ ୨୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ବ୍ରାଥଓ୍ବେଟ ୪, ରୋଚ ୩, ଓସେନ ଥୋମାସ ଓ ଗେଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ଓପନର ଏଭିନ ଲୁଇସ, ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ, ନିକୋଲାସ ପୁରନଙ୍କ ଅର୍ଦ୍ଧଶତକ ଓ ସିମରନ ହେଟମେୟର, ଅଧିନାୟକ ଜାସନ ହୋଲ୍ଡରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ୭ ରନ କରି ଦଲତ ଜଡ୍ରାନଙ୍କ ବଲ୍‌ରେ ଉଇକେଟକିପର ଇକରାମ ଅଲି ଖିଲିଙ୍କ ଦ୍ୱାରା ଆଉଟ ହୋଇଥିଲେ। ତେବେ ଏହାପରେ ଲୁଇସ୍‌ ଓ ହୋପ୍‌ ଦ୍ୱିତୀୟ ଉଇକେଟରେ ୮୮ ରନ କରି ସ୍ଥିତି ସମ୍ଭାଳିଥିଲେ। ଲୁଇସ୍‌ ୭୮ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନ କରି ତାରକା ସ୍ପିନର ରସିଦ ଖାଁଙ୍କ ବଲ୍‌ରେ ମହମ୍ମଦ ନବୀଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ହେଟମେୟର ୩ ଚୌକା ଓ ୨ ଛକା ସହ ୩୧ ବଲରୁ ଦ୍ରୁତ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ହୋପ୍‌ ୬ ଚୌକା ଓ ୨ ଛକା ସହ ୯୨ ବଲରୁ ୭୭ ରନ କରି ନବୀଙ୍କ ବଲ୍‌ରେ ଡିପ୍‌ ମିଡ୍‌ ଉଇକେଟରେ ରସିଦ ଖାଁଙ୍କୁ କ୍ୟାଚ୍‌ ଦେଇଥିଲେ। ପୁରନ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହେବା ପୂର୍ବରୁ ୪୩ ବଳରୁ ୬ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଦଳର ସ୍କୋରକୁ ତିନିଶହ ରନ ପାଖରେ ପହଞ୍ଚାଇଥିଲେ। ଶେଷରେ ହୋଲ୍ଡର ୩୪ ବଲ୍‌ରୁ ୧ ଚୌକା ଓ ୪ ଛକା ସହ ୪୫ ରନ ସଂଗ୍ରହ କରି ସୟଦ ଶିରଜାଦଙ୍କ ବଲ୍‌ରେ ଦଲତ ଜଡ୍ରାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। କ୍ରେଗ୍‌ ବ୍ରାଥଓ୍ବେଟ୍‌ ୪ ବଲରୁ ୨ ଚୌକା ଓ ୧ ଛକା ସହ ୧୪ ରନ କରି ଅପରାଜିତ ରହିଥିଲେ। ଶେଷ ୧୦ ଓଭରରେ ପୁରନ ଓ ହୋଲ୍ଡର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଦଲତ ଜଡ୍ରାନ ୨, ଶିରଜାଦ, ନବୀ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୧୧/୬
(ହୋପ- ୭୭, ଲୁଇସ୍‌- ୫୮, ପୁରନ- ୫୮, ହୋଲ୍ଡର- ୪୫, ହେଟମେୟର- ୩୯, ଦଲତ- ୨/ ୭୩, ଶିରଜାଦ- ୧/ ୫୬, ନବୀ- ୧/୫୬, ରସିଦ- ୧/୫୨)।
ଆଫଗାନିସ୍ତାନ ୫୦ ଓଭରରେ ୨୮୮ ଅଲଆଉଟ
(ଅଲିଖିଲ- ୮୬, ରହମତ-୬୨, ଅସଘର-୪୦, ନାଜିବୁଲ୍ଲା- ୩୧, ଶିରଜାଦ- ୨୫, ବ୍ରାଥଓ୍ବେଟ- ୪/୬୩, ରୋଚ୍‌- ୩/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri