ଆଇସିସି ବିଶ୍ୱକପ୍‌: ଅଭିଜ୍ଞ ମାଲିଙ୍ଗା ଶ୍ରୀଲଙ୍କାର ଆଶା ଭରସା

କଲମ୍ବୋ,୨୭।୫(ଏଏଫ୍‌ପି)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ୟତମ ବୟୋଜ୍ୟୋଷ୍ଠ ଖେଳାଳିଭାବେ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୟସ ବଢୁଥିଲେ ମଧ୍ୟ ତାଙ୍କ ବୋଲିଂରେ ଚମକ ଏବେ ବି ଦେଖିବାକୁ ମିଳୁଛି। ଏହି ମେଗା ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ନିଜ ସମାଲୋଚକଙ୍କୁ ଚୁପ୍‌ କରିବେ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ କାରଣରୁ ମାଲିଙ୍ଗାଙ୍କୁ ଦିନିକିଆ ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା। ୪ ମାସ ମଧ୍ୟରେ ଶ୍ରୀଲଙ୍କା ୮ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଖେଳାଳିଙ୍କୁ ଏକାଠି କରିବାରେ ସେ ବିଫଳ ହୋଇଥିଲେ ଓ ସିନିୟର ଖେଳାଳିଙ୍କ ସହ ତାଙ୍କର ମତଭେଦ ହୋଇଥିଲା ବୋଲି ଶ୍ରୀଲଙ୍କା ଚୟନକର୍ତ୍ତାମାନେ ସେତେବେଳେ କହିଥିଲେ। ମାଲିଙ୍ଗା ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ତେବେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବାପରେ ସେ ଅବସର ନିଷ୍ପତ୍ତିରୁ ଓହରିଛନ୍ତି।
ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୩୫ ବର୍ଷୀୟ ମାଲିଙ୍ଗା ୧୬ଟି ଉଇକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫାଇନାଲର ଅନ୍ତିମ ଓଭରରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବୋଲିଂ କରି ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମାଲିଙ୍ଗା ସାଧାରଣତଃ ଘଣ୍ଟା ପ୍ରତି ୮୬ ମାଇଲ୍‌ ବା ୧୩୮ କି.ମି. ବେଗରେ ବୋଲିଂ କରୁଛନ୍ତି। ତାଙ୍କ ସ୍ଲୋୟର ବଲ୍‌ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ବିଶ୍ୱକପ୍‌ ପୂର୍ବରୁ ମାଲିଙ୍ଗା ଫର୍ମକୁ ଫେରିବା ଶ୍ରୀଲଙ୍କା ପାଇଁ ଶୁଭ ଲକ୍ଷଣ ବୋଲି କୁହାଯାଇପାରେ।
ମାଲିଙ୍ଗାଙ୍କୁ ବାଦ୍‌ ଦେଲେ ଶ୍ରୀଲଙ୍କା ଦଳରେ ସେଭଳି କୌଣସି ଅଭିଜ୍ଞ ବୋଲର ନାହାନ୍ତି। ଏପର୍ଯ୍ୟନ୍ତ ମାଲିଙ୍ଗା ୩୨୨ଟି ଦିନିକିଆ ଉଇକେଟ ଅକ୍ତିଆର କରିଛନ୍ତି। ଦଳର ବୋଲିଂ ଆକ୍ରମଣକୁ ସେ ଆହୁରି ଶାଣିତ କରିବେ ବୋଲି ଆଶା କରାଯାଉଛି। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ ବିଶ୍ୱକପ୍‌ ଟି୨୦ ଟାଇଟଲ ହାସଲ କରିଥିଲା। ଅବଶ୍ୟ ସେତେବେଳେ ଦଳରେ ମାହେଲା ଜୟବର୍ଦ୍ଧନେ, କୁମାର ସାଙ୍ଗକାରା ଓ ତିଲକରତ୍ନେ ଦିଲସାନଙ୍କ ଭଳି ତାରକା ତଥା ଅଭିଜ୍ଞ ଖେଳାଳି ଦଳରେ ଥିଲେ। ତେବେ ଏହି ଖେଳାଳିମାନେ ଅବସର ନେବା ପରେ ଶ୍ରୀଲଙ୍କା ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ଏବେ ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ଉପରେ ଗୁରୁଦାୟିତ୍ୱ ରହିଛି। ମାଲିଙ୍ଗାଙ୍କୁ ଠିକ୍‌ ଭାବେ ବ୍ୟବହାର କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱକପ୍‌ରେ ମାଲିଙ୍ଗଙ୍କ ପ୍ରଦର୍ଶନ ସବୁବେଳେ ଭଲ ରହିଆସିଛି। ୨୦୦୭ ବିଶ୍ୱକପ୍‌ରେ ମାଲିଙ୍ଗା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ରେ ୪ ବଲରୁ ୪ଟି ଉଇକେଟ ଅକ୍ତିଆର କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ୨୦୧୧ ବିଶ୍ୱକପ୍‌ରେ ମାଲିଙ୍ଗା କେନିଆ ବିପକ୍ଷରେ ଆଉ ଏକ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ନୂଆ ବଲ୍‌ରେ ବୋଲିଂ କରି ପ୍ରଥମ ସ୍ପେଲ୍‌ରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗଙ୍କୁ ଆରଟ କରି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୧୯୯୬ରେ ବିଶ୍ୱକପ୍‌ ପ୍ରଥମଥର ପାଇଁ ହାସଲ କରିଥିଲା। ଏହି ପ୍ରଦର୍ଶନକୁ ଦୋହରାଇବାକୁ ହେଲେ ମାଲିଙ୍ଗାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ହେବ। ତେବେ ଏଥିପାଇଁ ମାଲିଙ୍ଗାଙ୍କୁ ଫିଟ୍‌ନେସ ବଜାୟ ରଖିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା-ଲୌରା

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର...

ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ

ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି। ...

ଡୋପ୍‌: ଶଟ୍‌ ପୁଟର ନବୀନ ଚିକାରା ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୮।୩(ପି.ଟି.): ଭାରତୀୟ ତାରକା ଶଟ୍‌ପୁଟର ନାବୀନ ଚିକାରା ୪ ବର୍ଷ ବାସନ୍ଦ ହୋଇଛନ୍ତି। ଓ୍ବଲର୍‌ଡ ଆଥଲେଟିକ୍ସର ଇଣ୍ଟିଗ୍ରେଟେଡ ୟୁନିଟ୍‌ ତାଙ୍କୁ କ୍ରୀଡ଼ାରୁ ବାସନ୍ଦ କରିଛି।...

ସିଡ୍‌ନୀ ସିକ୍ସର୍ସକୁ ୨୫ହଜାର ଡଲାର ଜରିମାନା

ସିଡ୍‌ନୀ, ୨୩ା୧୧ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ରବିବାର ମହିଳା ବିଗ୍‌ ବାଶ୍‌‌ ଟିମ୍‌ ସିଡ୍‌ନୀ ସିକ୍ସର୍ସକୁ ୨୫,୦୦୦ ଆମେରିକୀୟ ଡଲାର ଜରିମାନା କରିଛି। ଏହି ଟିମ୍‌...

ଭାରତ- ଶ୍ରୀଲଙ୍କା ପ୍ରଥମ ଟି୨୦: ଫୋକସ୍‌ରେ ବୁମ୍‌ରା

ଗୁଆହାଟୀ, ୫।୧(ପି.ଟି.)- ସ୍ଥାନୀୟ ବର୍ସପାରା କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା...

ଚେନ୍ନାଇକୁ ଲାଗିବ ବଡ଼ ଝଟ୍‌କା

ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଆଇପିଏଲର ୧୪ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ବିସିସିଆଇ ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି। ଆଇପିଏଲ କାର୍ଯ୍ୟସୂଚୀରେ ସବୁଠାରୁ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ହାଲେପ୍‌, ଭିଟୋଲିନା ବିଜୟୀ

ପ୍ୟାରିସ୍‌,୩।୧୦(ଏପି): ପ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ୍‌ ତଥା ଟାଇଟଲ ଫେଭରାଇଟ୍‌ ରୋମାନିଆର ସିମୋନା ହାଲେପ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ...

Advertisement
Archives

Model This Week