Posted inଖେଳ

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ ହୋଇ ବସିପଡି ଭାବୁଥିଲେ ଲୋକଙ୍କ ଷ୍ଟାମିନା ଆଉ ପରଫରମାନ୍ସର କଥା। କେମିତି ଲୋକମାନେ ଏକସମୟରେ ଘଣ୍ଟା ଘଣ୍ଟା ଧରି ଦୌଡୁଛନ୍ତି। ପାଣିରେ ପହଁରୁଛନ୍ତି ଆଉ ସାଇକେଲ ଧରି ଛୁଟି ଯାଉଛନ୍ତି କିଲୋମିଟର ପରେ କିଲୋମିଟର। ତାଙ୍କର ଏପରି ଦକ୍ଷତାର ରହସ୍ୟ କ’ଣ? କ’ଣ ଆଉ କେମିତି ଲୁହା ପରି ଶରୀର ଧାରଣ କରିଛନ୍ତି ଆଉ କେମିତି ଘଣ୍ଟା ଘଣ୍ଟା ଧରି ଶାରୀରିକ ପରିଶ୍ରମ ଜଣେ କରିପାରୁଛି ବେଶ୍‌ ଅନାୟାସରେ? ଏ ପ୍ରଶ୍ନର ଉତ୍ତର ହୁଏତ ତାଙ୍କ ପାଖରେ ନ ଥିଲା। ତେବେ ସେ ଜାଣିଥିଲେ ଯେ ନିୟମିତ ଏବଂ ପ୍ରଚୁର ପରିଶ୍ରମ କୌଣସି ଲୋକର ଭାଗ୍ୟକୁ ପରିବର୍ତ୍ତନ କରି ଦେଇପାରେ। ଆଉ ଏହି ଚିନ୍ତାଧାରାକୁ ନେଇ ସେ କାମରେ ଲାଗିଗଲେ। ମହାନଦୀର ଖୋଲା ଛାତିରେ ପହଁରିବା ହେଉ କିମ୍ବା ସାଇକେଲ ଧରି ଏକୁଟିଆ କଟକରୁ କେନ୍ଦୁଝରଯାଏ ଯିବା ହେଉ। ଏ ସବୁ ମାଇଲ ଖୁଣ୍ଟ ପାର ହେଉଥିବା ଲୋକଟିଏ ନିଜ ନା ଆଗରେ ଆଇରନ ମ୍ୟାନ ଲଗାଇବାର ପ୍ରଚେଷ୍ଟା କରି ଚାଲିଥିଲା। ସେଦିନ ସେ ଲୋକ ଆଖିରେ ଦପ୍‌ କରି ଜଳି ଉଠିଥିବା ଏହି ଝୁଙ୍କ୍‌ ସମୟକ୍ରମେ ବଡ ହେଉଛି ସିନା କମିବାର ନାମ ଧରୁନାହିଁ, କେବେ ବି ଧରିନାହିଁ।
ଆମେ ନୟାଗଡର ସୌଭାଗ୍ୟଙ୍କ କଥା ହିଁ କହୁଛୁ। ସେହି ସୌଭାଗ୍ୟ ଯିଏ ନୟାଗଡର ଇଟାମାଟିରେ ୧ ଜୁଲାଇ ୧୯୮୯ରେ ଜନ୍ମ ହୋଇଥିଲେ। ଯିଏ ବି ଟେକ ପାଠ ପଢିଥିଲେ ବି ଟା୍ରଇଥଲନ ପାଇଁ ଏବେ ଓଡିଶାରେ ପରିଚିତି ପାଇଛନ୍ତି। ଯିଏ ନିକଟରେ ଗତ ଫେବୃୟାରୀରେ ହାଫ ଆଇରନ ମ୍ୟାନର ଉପାଧି ପ୍ରଥମେ ପାଇଥିଲେ। ଶ୍ରୀଲଙ୍କାର ଟୁରିଜମ ପ୍ରମୋଶନ ବ୍ୟୁରୋ ଦ୍ୱାରା ଆୟୋଜିତ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଜୀବନରେ ପ୍ରଥମ ଥର ପାଇଁ ହାଫ୍‌ ଆଇରନ ମ୍ୟାନ୍‌ର ଉପାଧି ପାଇଲେ। କିଛିମାସ ପରେ ସୌଭାଗ୍ୟ ଆଉ ପାଦେ ଆଗେଇଯାଇ ଜର୍ମାନୀର ହାମବର୍ଗରେ ନୂଆ ଇତିହାସ ସ୍ଥାପନ କଲେ। କଲମ୍ବୋରେ ଥିଲା ହାଫ ମାରାଥନ୍‌ କିନ୍ତୁ ଜର୍ମାନୀରେ ସେ ଦୌଡିଥିଲେ ଫୁଲ ମାରାଥନ। ଏଇଠି ହିଁ ତାଙ୍କୁ ମିଳିଲା ଫୁଲ୍‌ ଆଇରନ ମ୍ୟାନର ଉପାଧି। ଟ୍ରାଇଥଲନ କହିଲେ ଏକ ଏପରି ଆମେରିକାନ ଏବଂ ୟୁରୋପୀୟ ପ୍ରତିଯୋଗିତାକୁ ବୁଝାଏ ଯେଉଁଥିରେ ପ୍ରତିଯୋଗୀକୁ ୩.୮ କିମି ପହଁରିବା, ୧୮୦ କିଲୋମିଟରର ସାଇକେଲ ଚଳାଇବା ଏବଂ ୪୨.୨ କିମିର ଗୋଟିଏ ଫୁଲମାରାଥନ ଦୌଡିବାକୁ ହୋଇଥାଏ । ୨୨୬ କିମିର ଏହି କଷ୍ଟସାଧ୍ୟ ପ୍ରତିଯୋଗିତାକୁ ସାରିବା ପାଇଁ ପ୍ରତିଯୋଗୀଙ୍କୁ ବେଳେ ବେଳେ ୧୬ ଘଣ୍ଟାଯାଏ ଅବିରତ ପରିଶ୍ରମ କରିବାକୁ ହୋଇଥାଏ। ପ୍ରାୟ ୪୦ ବର୍ଷ ତଳେ ହାୱାଇ ଆଇଲାଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ଏବେ ବିଶ୍ୱର ଅନ୍ୟତମ ଏକ୍ସଟ୍ରିମ୍‌ ସ୍ପୋଟର୍‌ସ ଭାବେ ପରିଚିତ। ଭାରତରେ ଏହି ଖେଳ ବିଷୟରେ ଲୋକ ୨୦୧୬ରେ ଜାଣିଲେ ଯେତେବେଳେ ପୂର୍ବତନ ସୁପର ମଡେଲ ମିଲିନ୍ଦ୍‌ ସୋମେନ ୫୦ ବର୍ଷ ବୟସରେ ଏହି ଖେଳରେ ନିଜର ପରାକାଷ୍ଠା ଦେଖାଇ ଏହି ଆଇରନ ମ୍ୟାନ୍‌ ଉପାଧି ହାସଲ କରିଥିଲେ। ଏବେ ଭାରତରେ ପାଖାପାଖି ୧୦୦ ଜଣ ଏପରି ଆଇରନ ମ୍ୟାନ୍‌ ଥିବା ବେଳେ ସୌଭାଗ୍ୟଙ୍କ ପରି ତିନିଜଣ ଓଡ଼ିଆ ଏହି ଉପାଧି ପାଇଛନ୍ତି। କୁହାଯାଏ ବିଶ୍ୱକ୍ରୀଡ଼ାରେ ଏମିତି ଅନେକ ନଜିର ଅଛି ଯେଉଁଠାରେ ଗୋଟିଏ କ୍ରୀଡାରେ ଜଣଙ୍କର ସଫଳତା ଅନ୍ୟ ଅନେକଙ୍କ ପାଇଁ ସୁଯୋଗର ଦୁଆର ସବୁକୁ ମେଲିଦେଇଥାଏ। ସୌଭାଗ୍ୟ ମଧ୍ୟ ମିଳିନ୍ଦଙ୍କ ଏହି ସଫଳତା ଦେଖି କାମରେ ଲାଗି ପଡିଲେ। କାମ କହିଲେ ଦିନକୁ ପାଞ୍ଚ ଘଣ୍ଟାର ଚାଲି, ଆଉ ରବିବାର ଦିନ ୬-୮ ଘଣ୍ଟାର ସାଇକ୍ଲିଂ। ଏତିକିରେ କାମ ସରିଲାନି ବରଂ ୨୦୧୬ରେ ସେ ଓସିଏରେ ସନ୍ତରଣ ଶିଖିଲେ।
ଯଦି ନୟାଗଡର ସୌଭାଗ୍ୟ ରଥ ଆଜି ଆଇରନ ମ୍ୟାନ ସୌଭାଗ୍ୟ ହୋଇପାରିଛନ୍ତି ସେଥିପାଇଁ ୨୦୧୬ ମସିହାକୁ ହିଁ ଶ୍ରେୟ ଦେବାକୁ ପଡିବ। ୨୦୧୬ରୁ ହିଁ ସେ ବିଧିବଦ୍ଧ ଭାବେ ମାରାଥନ ସବୁକୁ ଦୌଡିବାକୁ ଆରମ୍ଭ କଲେ । ଜାନୁୟାରୀ ୧୬ ଭୁବନେଶ୍ୱର ହାଫ ମାରାଥନରେ ପ୍ରଥମେ ଦୌଡି ୧୦ କିମି ଦୂରତାକୁ ୧ ଘଣ୍ଟା ୨୦ ମିନିଟରେ ପୂରଣ କଲେ। ତା’ ପର ବର୍ଷ ସେ ସେଇ ପ୍ରତିଯୋଗିତାର ହାଫ ମାରାଥନକୁ ଦୌଡିଲେ ୨ ଘଣ୍ଟା ୨୫ ମିନିଟ୍‌ରେ। ଏଯାଏ ହାଫ ମାରାଥନ ଦୌଡୁଥିବା ସୌଭାଗ୍ୟ ୨୦୧୭ରେ ଥୋନ୍ନୁର ଟା୍ରଇଥଲନରେ ଭାଗ ନେଲେ ପ୍ରଥମ ଥର କରି। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ଟା୍ରଇଥଲନରେ ସେ ଭାଗ ନେଇ ସେ ପ୍ରତିଯୋଗିତାରେ ନିଜର ଅଲିଭା ସ୍ବାକ୍ଷର ଛାଡି ଯାଇଛନ୍ତି। ଓଡ଼ିଶାର ଏହି ଗର୍ବିତ ଆଇରନ ମ୍ୟାନ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ପରିଚୟ ପାଲଟିଛନ୍ତି। କେବଳ ୨୦୧୮ରେ ହିଁ ସେ ଭାଗ ନେଇଛନ୍ତି ଏକାଧିକ ଜାତୀୟ ସ୍ତରୀୟ ଇଭେଣ୍ଟରେ। ସତାରାର ନାଇଟ ଚ୍ୟାଲେଞ୍ଜ ମାରାଥନ, ୧୧,୫୦୦ ଫୁଟ ଉପରେ ଅନୁଷ୍ଠିତ ହେଉଥିବା ଲଦାଖ ମାରାଥନ ଛଡା, ହାଇଦ୍ରାବାଦ, ରାୟପୁର ଏବଂ ଗୋଆ ହାଫ ମାରାଥନ ମଧ୍ୟ ଦୌଡିଛନ୍ତି।
ଆକାଶବାଣୀ କଟକରେ କାମ କରୁଥିବା ସୌଭାଗ୍ୟଙ୍କ ପାଇଁ ଏ ଯାତ୍ରା ଏବେ ବି ବେଶ୍‌ କାଠିକର ମନେ ହେଉଛି। ଓଡ଼ିଶାରେ କୌଣସି ଟ୍ରାଇଥଲନ କ୍ଲବ ନାହିଁ। ତାଙ୍କୁ ଏ ନେଇ କୋଚିଂ ଦେବାକୁ କିମ୍ବା ମାନସିକ ସମର୍ଥନ ଦେବାକୁ ବି କେହି ନାହାନ୍ତି। ଟ୍ରାଇଥଲନ ପାଇଁ ବ୍ୟବହୃତ ସାଇକେଲର ଦାମ ୧.୫ରୁ ୨ ଲକ୍ଷ ଭିତରେ ହେଉଥିବା ବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ପଞ୍ଜୀକରଣ ପାଇଁ ୬୦,୦୦୦ ଯାଏ ଦେବାକୁ ହୁଏ। ଏହା ବାଦ୍‌ ପୁଣି ଯିବା ଆସିବା ଏବଂ ରହିବା ଖର୍ଚ୍ଚ ଅଲଗା। ଟ୍ରାଇଥଲନ ଚାଲୁନଥିବା ବେଳେ ଏ ନେଇ ଅଭ୍ୟାସ କରିବା ଏବଂ ପୁଷ୍ଟିକର ଖାଦ୍ୟ ବାବଦ ମାସକୁ ୧୨ ହଜାରର ରୁ ୨୦ ହଜାରଯାଏ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ଏପରି ସ୍ଥିିତିରେ ନିୟମିତ ସହାୟତା ନ ମିଳିଲେ ସୌଭାଗ୍ୟଙ୍କର ଏ ନିଶା ଯେ ବେଶି ଦିନଯାଏ କାଏମ ରହିବା ତାହା ଚିନ୍ତା କରିବା କଷ୍ଟକର।

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ବିଜୟ ପରେ କୋଚ୍‌ ନୁହେଁ, ରାହୁଲ ଦ୍ରାବିଡଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଲୋକେ, ଜାଣନ୍ତୁ କାହିଁକି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରିଛି। ଜିତିବା ପାଇଁ ଭାରତ...

ପେସାଦାର ମହିଳା ଫୁଟବଲର

ମାତ୍ର ୧୦ ବର୍ଷ ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କରିଥିବା ମହିଳା ଷ୍ଟ୍ରାଇକର ବାଲା ଦେବୀ ଏବେ ଇତିହାସ ସୃଷ୍ଟି କରିଛନ୍ତି।...

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ...

ଶାକିବ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର

ଦୁବାଇ, ୨୩।୫- ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ଥିବାବେଳେ ବାଂଲାଦେଶ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଶ୍ରେଷ୍ଠ ଦିନିକିଆ...

ଇଞ୍ଜିନିୟରଙ୍କ ଅଭିଯୋଗକୁ ଅନୁଷ୍କାଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧।୧୧(ପି.ଟି.)- ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ...

ଭାରତ ବନାମ ଇଂଲଣ୍ଡ: ଦିନିକିଆ ଦଳରେ ସୂର୍ଯ୍ୟକୁମାର, କ୍ରୁନାଲ, କ୍ରିଷ୍ଣା

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା...

କୋହଲିଙ୍କୁ ମିଳିଲା ଲାଭ

ନୂଆଦିଲ୍ଲୀ,୧୪।୯: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ।...

୨୨ ବର୍ଷର କ୍ୟାରିୟର,୪୦୦ରୁ ଅଧିକ ଗୋଲ୍‌: କିଛି ଏଭଳି ଥିଲେ ଧ୍ୟାନଚାନ୍ଦ, ଯାହାଙ୍କ ପ୍ରଶଂସକ ପାଲଟିଥିଲେ ହିଟ୍‌ଲର

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ଘୋଷଣାକ୍ରମରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିବାକୁ ଘୋଷଣା...

Advertisement
Archives

Model This Week