ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨ ଲକ୍ଷ କର୍ମଚାରୀ ଛଟେଇ ହେବାର ଆଶଙ୍କା ରହିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତିି। ଇନ୍‌ଫୋସିସ ଏବଂ କଗ୍‌ନିଜାଣ୍ଟ ଭଳି କମ୍ପାନୀ ଗତ ୬ ମାସ ମଧ୍ୟରେ ଅନେକ କର୍ମଚାରୀଙ୍କୁ ଛଟେଇ କରି ସାରିଛନ୍ତି। ଏହି ସମୟ ମଧ୍ୟରେ ଆଇଟି କମ୍ପାନୀଗୁଡିକ ସେମାନଙ୍କ ଅତିରିକ୍ତ ଶ୍ରମ ଶକ୍ତିକୁ ଛଟେର ଧାରା ଜାରି ରଖିବେ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଧାରା ଲାଗି ରହିବ ବୋଲି ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ଆଣ୍ଡ ସର୍ଭିସେସ କମ୍ପାନୀଜ(ନାସକମ୍‌) ପକ୍ଷରୁ ସୂଚନା ରହିଛି। ଛଟେଇ ସତ୍ତ୍ୱେ ବିଗ୍‌ ଡାଟା, ଡାଟା ଆନାଲିସିସ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ ଏବଂ ସାଇବର ସିକ୍ୟୁରିଟି ଭଳି କ୍ଷେତ୍ରଗୁଡିକରେ ଏବେ ମଧ୍ୟ ଆଇଟି ପ୍ରଫେସନାଲଙ୍କ ଚାହିଦା ବଳବତ୍ତର ରହିଥିବା ଜଣାପଡିଛି।
ନାସକମ୍‌ର ବରିଷ୍ଠ ଉପସଭାପତି ସଙ୍ଗୀତା ଗୁପ୍ତା କହିଛନ୍ତି ଯେ, ଆଇଟି ଶିଳ୍ପରେ ଏବେ ଦ୍ରୁତ ହାରରେ ପରିବର୍ତ୍ତନ ଆସୁଛି। ଏହି କ୍ଷେତ୍ରରେ ନିଜର ସ୍ଥାନ ବଜାୟ ରଖିବା ଲାଗି ନିଜର ଦକ୍ଷତା ଏବଂ ଜ୍ଞାନକୁ ବଢାଇବା ଜରୁରୀ। ଯେଉଁ ଲୋକମାନେ ଏହା କରିବାକୁ ସକ୍ଷମ ହେବେ ନାହିଁ ସେମାନଙ୍କ ଚାକିରି ଯିବାର ସମ୍ଭାବନା ରହିଛି। ଆଇଟି ଶିଳ୍ପରେ ଛଟେଇ ଧାରା ଆଗାମୀ ୩ ବର୍ଷ ଯାଏ ଚାଲିବ। ମାତ୍ର କୁଶଳୀଙ୍କ ଚାହିଦା ଏବେ ମଧ୍ୟ ରହିଥିବା ଗୁପ୍ତା ସ୍ପଷ୍ଟ କରିଛନ୍ତି। ମିଡ୍‌ ଲେଭଲର କର୍ମଚାରି ଛଟେଇ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବେ। ଏମାନେ ପରିବର୍ତ୍ତିତ ସମୟ ସହ ନିଜକୁ ପ୍ରସ୍ତୁତ କରାଇ ପାରି ନ ଥିବା କୁହାଯାଉଛି। ଏହି କ୍ଷେତ୍ରରେ ୮ରୁ ୧୨ ବର୍ଷର ଅଭିଜ୍ଞତା ଥିବା ପ୍ରାୟ ୧୪ ଲକ୍ଷ ଲୋକ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଦକ୍ଷତା ତାଲିମ ମଧ୍ୟ ପ୍ରଦାନ କରାଯାଉଛି।
ଆଇଟି କ୍ଷେତ୍ରରେ ପ୍ରାୟ ୩ ଲକ୍ଷ ଲୋକଙ୍କର ନିଯୁକ୍ତି ହରାଇବାର ଆଶଙ୍କା ରହିଥିବା ରେଣ୍ଡଷ୍ଟେଡ ଟେକ୍ନୋଲୋଜିର ଉପସଭାପତି ୟେଶାବ ଗିରି କହିଛନ୍ତି। ଏହି ଲୋକଙ୍କୁ ପୁଣି ଥରେ ତାଲିମ ମଧ୍ୟ ଦିଆଯାଇପାରିବ ନାହିଁ। ଛଟେଇର କାରଣ କେବଳ ସ୍କିଲ ନୁହେଁ କମ୍ପାନୀ ନୂଆ ପ୍ରୋଜେଷ୍ଟ ଏବଂ ବାଣିଜ୍ୟକୁ ଧ୍ୟାନରେ ରଖି କର୍ମଚାରୀଙ୍କୁ କାଢୁଥିବା ସେ କହିଛନ୍ତି। ଆଇଟି କମ୍ପାନୀଗୁଡିକ ସେମାନଙ୍କ କ୍ଷମତାଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ବଡ ପ୍ରକଳ୍ପଗୁଡିକ ଶେଷ ହେବା ଲାଗି ଅଧିକ ସମୟ ଲାଗୁଛି। ଏଭଳି ସ୍ଥିତିରେ ଏଣ୍ଟ୍ରି ଲେଭଲରେ ସ୍ଥିତି ଭିନ୍ନ ରହିଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଟିସିଏସ୍‌ ୩୦ ହଜାର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବା ନେଇ ନିକଟରେ ଘୋଷଣା କରିଥିଲା। ସେହିଭଳି ଇନଫୋସିସ ୧୮ ହଜାର ଏବଂ ଓ୍ବିପ୍ରୋ ୨୦ ହଜାର ନୂଆ ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ...

ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି...

ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ...

ରେକର୍ଡ ସ୍ତରରେ ପୁଞ୍ଜିବଜାର

ମୁମ୍ବାଇ,୧୪।୧୦:  ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି...

ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍‌କମ୍‌-ଟ୍ୟାକ୍ସ ଇ-ଫାଇଲିଙ୍ଗ୍‌ ପ୍ଲାଟ୍‌ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍‌କମ୍‌-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ,...

ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୪।୫: ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ...

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ...

ଦକ୍ଷତା ବିକାଶ ମନ୍ତ୍ରଣାଳୟର କୌଶଳ ପକ୍ଷ ଅଭିଯାନ

ନୂଆଦିଲ୍ଲୀ,୨୪।୭: ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକତା ମନ୍ତ୍ରଣାଳୟ ପକ୍ଷରୁ କୌଶଳ ପକ୍ଷ ପାଳନ କରାଯାଉଛି। ଏହା ଚଳିତ ମାସ ୧୬ରୁ ୩୧ ଯାଏ ଅନୁଷ୍ଠିତ ହେବ।...

Advertisement
Archives

Model This Week