Posted inଖେଳ

ଆଇଏସ୍‌ଏଲ୍‌: ବିଦେଶୀ ଖେଳାଳିଙ୍କ ସଂଖ୍ୟା ନେଇ ଷ୍ଟିମାକଙ୍କ ଅସନ୍ତୋଷ

ମୁମ୍ବାଇ,୭।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟ ନେଇ ଭାରତୀୟ ଜାତୀୟ ଦଳର ହେଡ୍‌ କୋଚ୍‌ ଆଇଗର ଷ୍ଟିମାକ ଅସନ୍ତୋଷ ଜାହିର କରିଛନ୍ତି। ଲିଗ୍‌ରେ ଅଧିକ ବିଦେଶୀ ଖେଳାଳିଙ୍କୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଏହା ଦ୍ୱାରା ଦେଶରେ ବଡ଼ ଖେଳାଳି ସୃଷ୍ଟି ହୋଇପାରିବେ ନାହିଁ। ଅଧିକ ସଂଖ୍ୟାରେ ବିଦେଶୀ ଖେଳାଳି ଖେଳିଲେ ଦେଶରେ ଆଉ ଜଣେ ସୁନୀଲ ଛେତ୍ରୀ ସୃଷ୍ଟି କରିବାରେ ଅନ୍ତରାୟ ସୃଷ୍ଟି କରିବ।
ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌ ଦେଶର ଦୁଇ ପ୍ରମୁଖ ଫାଷ୍ଟ ଓ ସେକେଣ୍ଡ ଟାୟର ଲିଗ୍‌। ଏହି ଦୁଇ ଲିଗ୍‌ ଏସିଆନ୍‌ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ନୀତି ଅନୁସରଣ କରିବା ଉଚିତ୍‌। ଏହି ନୀତି ଅନୁସାରେ ଲିଗ୍‌ର ପ୍ରତି ମ୍ୟାଚ୍‌ରେ ୫ ବଦଳରେ ୪ ଜଣ ଖେଳାଳି ସାମିଲ ହେବା ଉଚିତ୍‌। ଏଏଫସି ନିୟମ ୩+୧ ନୀତି ଅନୁସରଣ କରାଯିବା ଉଚିତ୍‌। ବିଦେଶୀ ଖେଳାଳିଙ୍କ ପାଇଁ ଏହା ହେଉଛି ମୌଳିକ ନିୟମ। ଏସିଆର ଅଧିକାଂଶ ଦେଶ ଏହି ନିୟମ ପାଳନ କରୁଛନ୍ତି ଓ ଏଥିପାଇଁ ଏହି ଦେଶଗୁଡିକ ବେଶ୍‌ ସଫଳତା ହାସଲ କରିଛନ୍ତି ବୋଲି ଷ୍ଟିମାକ କହିଛନ୍ତି। ଏହା ଦ୍ୱାରା ଏହି ଦେଶଗୁଡିକରେ ଷ୍ଟ୍ରାଇକର, ଅଫେନ୍ସିଭ ମିଡ୍‌ଫିଲ୍ଡର ଓ ସେଣ୍ଟର ବ୍ୟାକ୍‌ ପାଇଁ ବହୁତ ବିକଳ୍ପ ସୃଷ୍ଟି ହୋଇପାରିଛି।
ଏବେ ମ୍ୟାଚ୍‌ରେ ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌ ଦଳଗୁଡିକ ୫ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଉଛନ୍ତି। ଅନ୍ୟପଟେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ କମ୍ପିଟିଶନ ନିୟମ ଅନୁସାରେ ପ୍ରତ୍ୟେକ ଦଳ ୪ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବ। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ଏଏଫ୍‌ସି ମେମ୍ବପର ଆସୋସିଏଶନର ନାଗରିକ ହେବା ନିହାତି ଜରୁରି। ଏବେ ସୁନୀଲ ଛେତ୍ରୀଙ୍କ ବିକଳ୍ପ ସୃଷ୍ଟି ହେବା କଷ୍ଟକର ହୋଇପଡିଛି ବୋଲି ଷ୍ଟିମାକ କହିଛନ୍ତି। ଏବେ ଯେତେବେଳେ ଷ୍ଟ୍ରାଇକର ଖୋଜିବାକୁ ଯାଉଛି ମୋତେ ୫ଜଣ ବିଦେଶୀ ଖେଳାଳି ନଜର ଆସୁଛନ୍ତି। ଆଇ- ଲିଗ୍‌ରେ ଭାରତୀୟ ଷ୍ଟ୍ରାଇକର ନାହାନ୍ତି। କେବଳ ଇଣ୍ଡିଆନ ଆରୋଜ ନିକଟରେ ଜଣେ ଭାରତୀୟ ବିକ୍ରମ ପ୍ରତାପ ସିଂ ରହିଛନ୍ତି। ଏବେ ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌କୁ ମିଶାଇଲେ ଭଲ ହେବ ବୋଲି ସେ ମତ ଦେଇଛନ୍ତି। ଜାତୀୟ ଦଳ ସଫଳତା ପାଇଲେ ଭାରତୀୟ ଫୁଟବଲ୍‌ର ବିକାଶ ହୋଇପାରିବ। ୨୦୨୬ ଫିଫା ବିଶ୍ୱକପ୍‌ରେ ୪୮ଟି ଦେଶ ସାମିଲ ହେବେ। ଫଳରେ ଏହି ବିଶ୍ୱକପ୍‌ରେ ୩-୪-୫ଟି ଏସୀୟ ଦେଶ ଅଂଶଗ୍ରହଣ କରିବେ। ଏସିଆର ଶ୍ରେଷ୍ଠ ୮ଟି ଦେଶ ସାମିଲ ହେବା ନେଇ ପ୍ରସ୍ତୁତି ପାଇଁ ଆମ ପାଖରେ ୪ବର୍ଷ ହାତରେ ରହିଛି। କରୋନା ଭାଇରସ୍‌ ପାଇଁ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଜାତୀୟ କ୍ୟାମ୍ପ ବାତିଲ ହେବା ନେଇ ମୋ ପାଖରେ କୌଣସି ଖବର ନାହିଁ ବୋଲି ଷ୍ଟିମାକ କହିଛନ୍ତି। ଆସନ୍ତା ୨୬ ତାରିଖରେ କାତାର ବିପକ୍ଷରେ ଭାରତ ବିଶ୍ୱକପ୍‌ କ୍ୱାଲିଫାୟର ଖେଳିବ।
ଇତିମଧ୍ୟରେ କରୋନାଭାଇରସ ସଂକ୍ରମଣ ପାଇଁ ଫିଫା ୨୦୨୨ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌ କ୍ୱାଲିଫାୟର୍ସ ଓ କାତାର ବିପକ୍ଷ ଘରୋଇ ମ୍ୟାଚ୍‌କୁ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଛି। ତେବେ ପରିସ୍ଥିତି ଯାହା ହେଉନା କାହିଁକି, ଆମକୁ ପ୍ରସ୍ତୁତି ଜାରି ରଖିବାକୁ ହେବ ବୋଲି ଷ୍ଟିମାକ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ।…

ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri