ଆଇଏଏସ୍‌ ଅଫିସର, ବ୍ୟାଙ୍କ ଅଧିକାରୀଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼: ୭ ବର୍ଷରେ ୭୦ ଲକ୍ଷର କାରବାର

କଟକ ଅଫିସ, ୮।୧:ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଓ ୟେସ୍‌ ବ୍ୟାଙ୍କର ଭାଇସ୍‌ ପ୍ରେସିଡେଣ୍ଟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଉଭୟଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ ଯାଞ୍ଚ କରିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଉପାଧ୍ୟାୟଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ୭୦ ଲକ୍ଷ ଟଙ୍କା କାରବାର ମଧ୍ୟରୁ କେବଳ ୨୨ ଲକ୍ଷ ଟଙ୍କା ଉପାଧ୍ୟାୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଜମା ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆସିଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି। ସେଥିମଧ୍ୟରୁ କେତେକ ସନ୍ଦେହଜନକ ଆକାଉଣ୍ଟ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଏହି ସନ୍ଦେହଜନକ ଆକାଉଣ୍ଟରୁ ଲାଞ୍ଚ ଆକାରରେ ଟଙ୍କା ଆସିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ସନ୍ତୋଷଙ୍କର ୟେସ୍‌ ବ୍ୟାଙ୍କରେ ୫ ମାସର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଉଭୟଙ୍କର ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡ କାରବାର ସମ୍ପର୍କରେ ଜାଣିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଚିଠି କରାଯାଇଛି। ଅନ୍ୟପକ୍ଷରେ ଉଭୟଙ୍କର ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡ ଜମା ଜାଣିବା ନିମନ୍ତେ ନ୍ୟାଶନାଲ ସିକ୍ୟୁରିଟିଜ୍‌ ଡିପୋଜିଟାରୀ ଲିମିଟେଡ୍‌ (ଏନ୍‌ଏସ୍‌ଡିଏଲ୍‌), ସେଣ୍ଟ୍ରାଲ ଡିପୋଜିଟାରୀ ସର୍ଭିସେସ୍‌ ଲିମିଟେଡ୍‌ (ସିଡିଏସ୍‌ଏଲ୍‌) ଓ କମ୍ପ୍ୟୁଟର ଏଜ୍‌ ମ୍ୟାନେଜମେଣ୍ଟ ସର୍ଭିସେସ୍‌ ଲିମିଟେଡ୍‌ (କାମ୍‌ସ)କୁ ମଧ୍ୟ ଭିଜିଲାନ୍ସ ଚିଠି ପଠାଇଛି।
ସୂଚନାଥାଉ କି, ଗତ ଡିସେମ୍ବର ୩୦ ତାରିଖରେ ଉଭୟଙ୍କୁ ଭିଜିଲାନ୍ସ ସେଲ୍‌ ଗିରଫ କରିଥିଲା। ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥାର ୫୦ ଲକ୍ଷ ଟଙ୍କାର ବିଲ୍‌ ରିଲିଜ କରିବା ପାଇଁ ଆଇଏଏସ୍‌ ଅଫିସର ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ନିଜେ ଏହି ଲାଞ୍ଚ ଗ୍ରହଣ ନ କରି ସେ ବ୍ୟାଙ୍କ ମ୍ୟାନେଜର ସନ୍ତୋଷଙ୍କୁ ମଧ୍ୟସ୍ଥ କରିଥିଲେ। ଘଟଣାଦିନ ସନ୍ତୋଷ ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ର ଜଣେ ଅଧିକୃତ ପ୍ରତିନିଧିଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସନ୍ତୋଷଙ୍କୁ ଭିଜିଲାନ୍ସ ଜେରା କରିବା ପରେ ଉପାଧ୍ୟାୟଙ୍କ ଲିଙ୍କ୍‌ ପଦାକୁ ଆସିଥିଲା। ଉଭୟଙ୍କୁ ୨୦୧୯ ଡିସେମ୍ବର ୩୧ ତାରିଖରେ କୋର୍ଟଚାଲାଣ କରାଯାଇଥିଲା। ତେବେ ଅଧିକ ପଚ ରାଉଚରା ପାଇଁ ଭିଜିଲାନ୍ସ ସେମାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଗତ ୫ ତାରିଖରେ ଜେଲ୍‌ ପଠାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ୟେସ୍‌ ବ୍ୟାଙ୍କ ଭାଇସ୍‌ ପ୍ରେସିଡେଣ୍ଟ ପଟ୍ଟନାୟକଙ୍କୁ ବ୍ୟାଙ୍କ ପକ୍ଷରୁ ମଧ୍ୟ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri