ଅସହାୟଙ୍କ ଅନ୍ତିମ ସଂସ୍କାର କଲେ

ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ ବୁଧବାର ମୃତ୍ୟୁ ହୋଇଛି। ମା’ ପାତି ନାଏକ(୭୦) ଓ ପ୍ରମୋଦଙ୍କୁ ଜିଲାର ସାଥୀ ପରିବାର ସଦସ୍ୟମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ପ୍ରମୋଦଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର କରାଇ ଉଦାହରଣ ସୃଷ୍ଟି କରିଛନ୍ତି।
ଭୋକ ଉପାସରେ ପଡିରହିଥିବା ମାନସିକ ରୋଗାକ୍ରାନ୍ତ ପ୍ରମୋଦ ଓ ତାଙ୍କ ମା’ଙ୍କୁ ଗତ ୬ ତାରିଖରେ ସାଥୀ ପରିବାର ପକ୍ଷରୁ ଉଦ୍ଧାର କରାଯାଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୌଣସି ସମ୍ପର୍କୀୟ ନ ଥିବାରୁ ଅନୁଗୋଳ ଥାନା କଞ୍ଜନୀ ଓ ପୁରୁଣାକୋଟ ଥାନା ଶରଧାପୁର ଗ୍ରାମର ଦୂର ସମ୍ପର୍କୀୟଙ୍କୁ ଡକାଇ ଡାକ୍ତରଙ୍କ ଅଭିଯୋଗ କ୍ରମେ ବନ୍ତଳା ଏଏସ୍‌ଆଇ ବି. ଏନ୍‌. ସାହୁ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ବ୍ୟବଚ୍ଛେଦ ପୂର୍ବରୁ ସାଥୀ ପରିବାରର ସଦସ୍ୟମାନେ ପ୍ରମୋଦଙ୍କ ମା’ଙ୍କୁ ଆଣି ପୁଅର ଶେଷଦର୍ଶନ କରିବାର ବ୍ୟବସ୍ଥା କରାଇଥିଲେ। ସଙ୍ଗଠନର ସୁବ୍ରତ ପ୍ରଧାନ, ଶୁଭେନ୍ଦୁ ସାହୁ, ସମ୍ବିତ ସାହୁ, ଅମରେଶ ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ସୌଭାଗ୍ୟ ରଞ୍ଜନ ପ୍ରଧାନ, ଆଦିତ୍ୟ ବେହେରା, ସାମାଜିକକର୍ମୀ ପ୍ରତାପ ପ୍ରଧାନ, ଦିନେଶ ଦେହୁରୀ, ପ୍ରଭାତ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

‘ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ’ , ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇ ଏମିତି କହିଲେ…

ଭଞ୍ଜନଗର,୩/୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଡେପୁଟି କଲେକ୍ଟର ରଚିତା…

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri