Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଜୋକୋଭିଚ୍‌ ୬-୪, ୪-୬, ୨-୬, ୬-୩, ୬-୪ ମାରାଥନ ସେଟ୍‌ରେ ପଞ୍ଚମ ସିଡ୍‌ ଖେଳାଳି ଅଷ୍ଟ୍ରିଆର ଡୋମିନିକ ଥିମ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ଙ୍କୁ ପାଖାପାଖି ୪ ଘଣ୍ଟା ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ୩୨ ବର୍ଷୀୟ ଜୋକୋଭିଚ୍‌ ରେକର୍ଡ ଅଷ୍ଟମଥର ପାଇଁ ଏହି ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ସେ ମଧ୍ୟ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଆଉ ୨/୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ସେ ଯଥାକ୍ରମେ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହେବେ। ଏହି ସଫଳତା ସହ ସୋମବାର ପ୍ରକାଶିତ ହେବାକୁ ଥିବା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ସ୍ପେନ୍‌ର ରାଫାଲ ନାଡାଲଙ୍କୁ ହଟାଇ ସେ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିବା ସ୍ପଷ୍ଟ ହୋଇଛି। ର଼୍ୟାଙ୍କିଙ୍ଗ୍‌ରେ ନାଡାଲ ଦ୍ୱିତୀୟ, ଫେଡରର ପୂର୍ବପରି ତୃତୀୟ ଓ ଥିମ୍‌ ଗୋଟିଏ ପାହ୍ୟା ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିବେ।
ଜୋକୋଭିଚ୍‌ କ୍ରମାଗତ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ୍‌ ମୋର ଫେଭରାଇଟ୍‌ ଟୁର୍ନାମେଣ୍ଟ। ପୁଣିଥରେ ଏହି ଟାଇଟଲ ଜିତିବାରୁ ନିଜକୁ ଭାଗ୍ୟବାନ୍‌ ମନେକରୁଛି। ଏହି ବିଜୟ ସହ ସେ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ତୃତୀୟ ବ୍ୟକ୍ତି ଭାବେ ସେ ଗୋଟିଏ ଗ୍ରାଣ୍ଡସ୍ଲାମ(ଅଷ୍ଟ୍ରେଲିଆନ ଓପନ୍‌)ରେ ୮ କିମ୍ବା ଅଧିକଥର ଟାଇଟଲ ଜିତିଛନ୍ତି। ନାଡାଲ ପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌ରେ ୧୨ଥର ଓ ଫେଡରର ଓ୍ବିମ୍ବେଲଡନ୍‌ରେ ୮ଥର ଟାଇଟଲ ଜିତିବାର ଗୌରବ ଅର୍ଜନ କରିସାରିଛନ୍ତି। ଗତ ୭ଟି ପ୍ରୟାସରେ ଜୋକୋଭିଚ୍‌ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିପାରି ନ ଥିଲେ। ତେଣୁ ଏହି ବିଜୟ ତାଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି।
ଫାଇନାଲରେ ଥିମ୍‌ଙ୍କୁ ହରାଇବା ପାଇଁ ଜୋକୋଭିଚ୍‌ଙ୍କୁ ବେଶ୍‌ କଷ୍ଟ କରିବାକୁ ପଡ଼ିଥିଲା। ଜୋକୋଭିଚ୍‌ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ୨୬ ବର୍ଷୀୟ ଥିମ୍‌ ଫିଟ୍‌ ଓ ବେଶ୍‌ ଫାଷ୍ଟ ଥିଲେ। ଗ୍ରାଉଣ୍ଡ ଷ୍ଟ୍ରୋକ୍‌ରେ ସେ ଜୋକୋଭିଚ୍‌ଙ୍କୁ ପଛରେ ପକାଇଥିଲେ। ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍‌ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ପରାସ୍ତ ହୋଇ ୨-୧ରେ ପଛରେ ପଡ଼ି ବେଶ୍‌ ନିରାଶ ହୋଇଥିଲେ। ତେବେ ପ୍ରଦର୍ଶନରେ ଉନ୍ନତି ଆଣି ସେ ଚତୁର୍ଥ ଓ ପଞ୍ଚମ ସେଟ୍‌ରେ ବିଜୟୀ ହୋଇ ଶେଷରେ ବାଜି ମାରିଥିଲେ। ପୂର୍ବରୁ ଜୋକୋଭିଚ୍‌ ସେମିଫାଇନାଲରେ ତୃତୀୟ ସିଡ୍‌ ରୋଜର ଫେଡରରଙ୍କୁ ୭-୬, ୬-୪, ୬-୩ ସେଟ୍‌ରେ ଓ ଥିମ୍‌ ସପ୍ତମ ସିଡ୍‌ ଆଲେକ୍‌ଜାଣ୍ଡର ଜେଭରେଭଙ୍କୁ ୩-୬, ୬-୪, ୭-୬, ୭-୬ ସେଟ୍‌ରେ ହରାଇ ଫାଇନାଲକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri