ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର ବ୍ରେଣ୍ଟ କ୍ରୁଡ୍‌ ଦର ୨୦% ବୃଦ୍ଧି ପାଇଛି, ଯାହା କି ୨୮ବର୍ଷ ପରେ ଗୋଟିଏ ଦିନରେ ଅଥର୍ର୍ାତ୍‌ ୧୯୯୧ ଜାନୁୟାରୀ ୧୪ ପରେ ଗୋଟିଏ ଦିନରେ ଏହା ସର୍ବବୃହତ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଦିନର କାରବାର ଶେଷ ବେଳକୁ ଏହା ୧୦% ଅର୍ଥାତ୍‌ ୬ ଡଲାର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବିତ ହେବ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆସନ୍ତା ୧୫ ଦିନ ମଧ୍ୟରେ ଦେଶରେ ତେଲ ଦର ପ୍ରାୟ ୫ରୁ ୭ ଟଙ୍କା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଶନିବାର ହୁଥି ବିଦ୍ରୋହୀ ସଂଗଠନ ପକ୍ଷରୁ ଆରାମ୍‌କୋର ଅବକ୍ୟାକ୍‌ ଓ ଖୁରାଇସସ୍ଥିତ ଦୁଇଟି ତୈଳ କୂଅ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହାପରେ ଆରାମ୍‌କୋର ତୈଳ ଉତ୍ପାଦନ ଦୈନିକ ପ୍ରାୟ ୧୦୦ ମିଲିୟନ ବ୍ୟାରେଲର ଅଧା ହୋଇଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨/୩ ଦିନ ଭିତରେ ଉତ୍ପାଦନ ହ୍ରାସ କରି କୂଅର ମରାମତି କରାଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୋମବାର ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୯.୫% ବୃଦ୍ଧି ପାଇ ବ୍ୟାରେଲ ପିଛା ୭୧.୯୫ ଡଲାରରେ ପହଞ୍ଚତ୍ୟାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ଅର୍ଥ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଥେଷ୍ଟ ବଢ଼ିବ। କାରଣ ଭାରତ ଏହାର ଚାହିଦାର ପ୍ରାୟ ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ। ତେବେ ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣ ପଛରେ ଇରାନର ହାତ ରହିଥିବା ଆମେରିକା ଅଭିଯୋଗ କରିଛି। ଇରାନ ବିରୋଧରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛି। ଅନ୍ୟପକ୍ଷରେ ଆକ୍ରମଣ ହେଲେ ଇରାନ ମଧ୍ୟ ଆମେରିକା ବିରୋଧରେ ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କହିଛି। ଆଗାମୀ ଦିନରେ ଗଲ୍ଫ ଅଞ୍ଚଳରେ ଯୁଦ୍ଧ ଲାଗିଲେ ତେଲ ଦର ଆହୁରି ବଢ଼ିଯିବ ଏଥିରେ ସନ୍ଦେହ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ(ଏଚ୍‌ପିସିଏଲ୍‌) ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ। କ୍ରୁଡ୍‌ ଦର ୧୦% ବଢ଼ିଲେ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବିତ ହେବ ବୋଲି ଅଧ୍ୟକ୍ଷ ଏମ୍‌.କେ.ସୁରନା କହିଛନ୍ତି।
ତେଲ ଉପଲବ୍ଧତା ପ୍ରଭାବିତ ହେବନି:ଧର୍ମେନ୍ଦ୍ର
ସୌଦି ଆରାମ୍‌କୋରେ ଡ୍ରୋନ୍‌ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହଠାତ୍‌ ବୃଦ୍ଧି ପାଇଛି। ତେଲ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ଦରବୃଦ୍ଧି ଘଟିଛି। ତେବେ ଭାରତ ପାଇଁ କିଛି ଅସୁବିଧା ହେବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ସରକାର ତୈଳ ମାର୍କେଟିଂ କମ୍ପାନୀଙ୍କ ସହ ମିଶି ସେପ୍ଟେମ୍ବର ମାସ ପାଇଁ ତେଲ ଯୋଗାଣର ସମୀକ୍ଷା କରିଛନ୍ତି। ଦେଶକୁ ତେଲ ଯୋଗାଣରେ କିଛି ଅସୁବିଧା ହେବ ନାହିଁ ବୋଲି ସରକାର ଆଶ୍ୱସ୍ତ ଅଛନ୍ତି। ଦରକାର ପଡିଲେ ଦେଶର ରଣନୈତିକ ଭଣ୍ଡାରରୁ ତେଲ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ଜଣାଇଛନ୍ତି ଯେ, ଡ୍ରୋନ୍‌ ଆକ୍ରମଣ ପରେ ସୌଦି ଆରାମ୍‌କୋର ଅଧିକାରୀମାନେ ଦେଶର ତୈଳ କମ୍ପାନୀଙ୍କୁ ଜଣାଇଛନ୍ତି ଯେ, ତାଙ୍କ ଦ୍ୱାରା ତୈଳ ଯୋଗାଣ ବ୍ୟାହତ ହେବ ନାହିଁ। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି। ମନ୍ତ୍ରଣାଳୟ, ତୈଳ କମ୍ପାନୀଗୁଡ଼ିକ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
୨୦ ଡଲାର ପର୍ଯ୍ୟନ୍ତ ବଢ଼ିବାରେ ଅଶୋଧିତ ତେଲ ଦର
ବିଶେଷଜ୍ଞଙ୍କ ମତକୁ ଉଦ୍ଧାର କରି ରଏଟର୍ସ ଲେଖିଛି ଯେ, ଆସନ୍ତା ୩୦ ତାରିଖ ସୁଦ୍ଧା ସୌଦି ଆରାମ୍‌କୋର ସ୍ଥିତି ନ ସୁଧୁରିଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୦୦ ଡଲାର ପ୍ରତି ବ୍ୟାରେଲ ଛୁଇଁପାରେ। ଆସନ୍ତା ୭ ଦିନ ଭିତରେ ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ତେଲ ଦର ୧୫ରୁ ୨୦ ଡଲାର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅପେକ୍ଷା କରିବାକୁ ହେବ: ଶକ୍ତିକାନ୍ତ
ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିବ। କାରଣ ଭାରତର ଚଳନ୍ତି ଖାତା ନିଅଣ୍ଟ ପରିମାଣ ଏବଂ ବିତ୍ତୀୟ ନିଅଣ୍ଟ ପରିମାଣ ବଢ଼ିବ। ଆରାମ୍‌କୋ ଘଟଣା ପରେ ତୈଳ ଓ ମୁଦ୍ରା ଦର ପ୍ରଭାବିତ ହେବ। ଆସନ୍ତା କିଛି ଦିନ ଭିତରେ ଏ ଦିଗରେ ସ୍ପଷ୍ଟତା ଆସିବ। ତେବେ ଆମକୁ ବର୍ତ୍ତମାନ ‘ଅପେକ୍ଷା କରିବାକୁ ହେବ’ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କହିଛନ୍ତି।
ଚଳନ୍ତି ଖାତା ନିଅଣ୍ଟ ବଢ଼ିବ
ସିଙ୍ଗାପୁରସ୍ଥିତ ଡିବିଏସ୍‌ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ୧୦% ବଢ଼ିଲେ ଭାରତର ଚଳନ୍ତି ଖାତା ନିଅଣ୍ଟ ପରିମାଣ ଜିଡିପିର ୦.୪ରୁ୦.୫% ବଢ଼ିବ। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ଗୋଟିଏ ଡଲାର ବଢ଼ିଲେ ଭାରତର ତୈଳ ଆମଦାନୀ ବିଲ୍‌ରେ ୨ ବିଲିୟନ ଡଲାର ଯୋଡି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?