Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-
ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମେରିକା। ପୁରୁଷ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୁଷିଆକୁ ଭେଟିବ। ମ୍ୟାଚ୍‌ ଦ୍ୱୟର ପ୍ରଦର୍ଶନ ଭିତ୍ତିରେ କେଉଁ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ତାହା ସ୍ଥିର ହେବ। ଏଥିପାଇଁ ଭାରତୀୟ ମହିଳା ଦଳର କ୍ୟାମ୍ପ୍‌ କଳିଙ୍ଗ ଷ୍ଟାଡିୟମରେ ଚାଲୁ ରହିଥିବାବେଳେ ଶୁକ୍ରବାର ଆମେରିକା ମହିଳା ଦଳ ଭୁବନେଶ୍ୱରରେ ପହଞ୍ଚତ୍ଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସମେତ ଅନେକ ପୁରୁଷ ବିଭାଗ ଟୁର୍ନାମେଣ୍ଟ ଆୟୋଜନ ହୋଇଥିବାବେଳେ ମହିଳା ବିଭାଗର ଅନ୍ତର୍ଜାତୀୟ ମ୍ୟାଚ୍‌ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ।
ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ଆମେରିକା ଦଳ ବ୍ୟଗ୍ର ଥିବା ପ୍ରକାଶ କରିଛନ୍ତି ଅଧିନାୟିକା କାଥଲିନ ଶାର୍କି। ”ଆମେ ପୂର୍ବରୁ ଭାରତରେ କେବେହେଲେ ହକି ଖେଳିନାହୁଁ। ମାତ୍ର ଭାରତର ହକି ଇତିହାସ ବହୁତ ଭଲ ଏବଂ ଏଠାକାର ଲୋକମାନେ ହକିକୁ ବହୁତ ଭଲ ପାଆନ୍ତି ବୋଲି ଜାଣିଛୁ। କଳିଙ୍ଗ ଷ୍ଟାଡିୟମକୁ ମ୍ୟାଚ୍‌ ଦେଖିବାକୁ ଭରପୂର ଦର୍ଶକ ଆସନ୍ତି ବୋଲି ମଧ୍ୟ ଶୁଣିଛୁ। ଭୁବନେଶ୍ୱରରେ ହକି ବିଶ୍ୱକପ୍‌ର ଚିତ୍ତାକର୍ଷକ ଆୟୋଜନକୁ ଆମେ ଦେଖିଛୁ। ତେଣୁ ଆମେ ଏଠାରେ ଖେଳିବାକୁ ବ୍ୟଗ୍ର ଅଛୁ ଏବଂ ହକି ପାଇଁ ପ୍ରସିଦ୍ଧ ବିଶ୍ୱର ଅନ୍ୟତମ ସହରରେ ଖେଳିବା ଅନୁଭୂତି ନେଇ ସ୍ବଦେଶ ଫେରିବାକୁ ଚାହୁଁ“ ବୋଲି ଶାର୍କି ପ୍ରକାଶ କରିଛନ୍ତି। ୨୯ ବର୍ଷୀୟା ଶାର୍କି କ୍ୟାରିୟରରେ ୧୭୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି।
ଭାରତ ଓ ଆମେରିକା ମହିଳା ଦଳ ଶେଷଥର ପାଇଁ ୨୦୧୮ରେ ଲଣ୍ଡନରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ଟି ୧-୧ ଗୋଲ୍‌ରେ ଡ୍ର ରହିଥିଲା। ତେଣୁ ଭାରତୀୟ ଦଳର ଶକ୍ତି ସମ୍ପର୍କରେ ଶାର୍କି ଭଲଭାବେ ଅବଗତ ଅଛନ୍ତି। ”୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆଗାମୀ ୨ଟି ମ୍ୟାଚ୍‌ରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଚେଷ୍ଟା କରିବୁ“ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର ଭଲ ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ। ”ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଆମେ ଭଲଭାବେ ନିଜକୁ ପ୍ରସ୍ତୁତ କରିଛୁ। ଗତ ୧ ବର୍ଷ ଧରି ଆମ ପ୍ରଦର୍ଶନରେ କ୍ରମେ ଉନ୍ନତି ଆସିଛି। ଆମେ ଭାରତ ଖେଳିଥିବା ମ୍ୟାଚ୍‌ଗୁଡ଼ିକୁ ଅନୁଧ୍ୟାନ କରିଛୁ। ମ୍ୟାଚ୍‌ ୨ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା। ଆମ ପିଲାମାନେ ଖେଳିବା ପାଇଁ ବ୍ୟଗ୍ର“ ବୋଲି ସ୍କୁପ୍‌ମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri