ଅଲାରନାଥଙ୍କ ଚାପ ବନ୍ଦ: ଚୈତନ୍ୟ ଚକଡ଼ାରେ ହେବ ଚନ୍ଦନ ଯାତ୍ରା

ବ୍ରହ୍ମଗିରି,୨୬।୪(ଡି.ଏନ୍‌.ଏ): ମହାମାରୀ କରୋନା ଯୋଗୁ ପ୍ରଭୁ ଅଲାରନାଥ ଦେବଙ୍କ ଚନ୍ଦନ ଯାତ୍ରା ଓ ଚାପଖେଳ ଉପରେ ପ୍ରଶାସନ ନିଷ୍ପତ୍ତି ବଦଳାଇଛି। ସାମାଜିକ ଦୂରତା ରକ୍ଷା ସହ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଚନ୍ଦନ ପୋଖରୀରେ ହେବାକୁ ଥିବା ଚାପ ଉପରେ ପୁନର୍ବାର ରୋକ ଲଗାଯାଇଛି। ମନ୍ଦିର ପରିସରସ୍ଥ ଚୈତନ୍ୟ ଚକଡ଼ାରେ ଚନ୍ଦନ ଯାତ୍ରା ହେବ। ଏ ନେଇ ଶନିବାର ମନ୍ଦିରର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ତଥା ତହସିଲଦାର କିଶୋରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏଥର ଚାପଯାତ୍ରା ବନ୍ଦ ରହିବ। ଅକ୍ଷୟତୃତୀୟାରେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ହେବା ସହିତ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ବାହୁ ବିଜେ କରାଯାଇ ବେଢା ପରିକ୍ରମା କରାଯିବ। ଚୈତନ୍ୟ ଚକଡ଼ାରେ ନିର୍ମିତ ଚନ୍ଦନ କୁଣ୍ଡରେ ଶ୍ରୀଜୀଉମାନଙ୍କର ସ୍ନାନାଦି ଓ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ସେବାୟତ ନିଯୋଗର ନାରାୟଣ ପୂଜାପଣ୍ଡା, ଶିବ ସୁଆର, ମଧୁସୂଦନ ପୂଜାପଣ୍ଡା, ଜଗମୋହନ ସୁଆର, ନୀଳମଣି ସୁଆର, ସୁକାନ୍ତ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri