ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍‌ଷ୍ଟାଣ୍ଡ

ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ ବି ପଡ଼ିରହିଛି ବର୍ଷ ବର୍ଷ ଧରି। ତଥାପି ଅବହେଳିତ ହୋଇପଡ଼ିଛି ତାଳଚେର ବସ୍‌ଷ୍ଟାଣ୍ଡ। ଏଠାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅମଳ କରୁଛି ପୌରପାଳିକା। ହେଲେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ନେଉନି ପର୍ଯ୍ୟାପ୍ତ ପଦକ୍ଷେପ। ପାନୀୟ ଜଳ ଠାରୁ ଶୌଚାଳୟ ଯାଏ ଭିତ୍ତିଭୂମି ଥାଇ ବି ସବୁକିଛି ପଡ଼ିଛି ଅଚଳ ଅବସ୍ଥାରେ। ଯାତ୍ରୀଙ୍କ ଅପେକ୍ଷାସ୍ଥଳରେ ଫ୍ୟାନଟିଏ ମଧ୍ୟ ଲଗାଇ ନାହାନ୍ତି କର୍ତ୍ତୃପକ୍ଷ। ଏହାକୁ ନେଇ ଯାତ୍ରୀମହଲରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। 

୨୦୦୩ ନଭେମ୍ବର ୧୩ରେ ସମନ୍ବିତ କ୍ଷୁଦ୍ର ଓ ମଧ୍ୟମ ସହର ଉନ୍ନୟନ ଯୋଜନାରେ ତାଳଚେର ବସ୍‌ ଟର୍ମିନାଲ, ମାର୍କେଟ କମ୍ପ୍ଲେକ୍ସ ଓ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୦୫ ଅକ୍ଟୋବର ୧ରେ ଏହାର ଉଦ୍‌ଘାଟନ ହୋଇଥିଲା। ଏଠାକୁ ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ୮୦ରୁ ୧୦୦ ବସ୍‌ ଯିବା ଆସିବା କରୁଛି। ଏହାକୁ  ହିସାବକୁ ନେଲେ ଦୈନିକ ଚଳପ୍ରଚଳ ହେଉଥିବା ଯାତ୍ରୀଙ୍କ ସଂଖ୍ୟା ୮ରୁ ୧୦ ହଜାର ହେବ। ପୌର ପରିଷଦ ଏଠାରୁ ୩ ଲକ୍ଷ ଟଙ୍କା ବାର୍ଷିକ ପାର୍କିଂ ଫି ପାଉଛି। ଗତ ମାର୍ଚ୍ଚ ମାସରୁ ଏହାର ଟେଣ୍ଡର ସରିଯାଇଥିବାରୁ ପୌର କର୍ତ୍ତୃପକ୍ଷ ନିଜେ ପାର୍କିଂ ଫି ଆଦାୟ କରୁଛନ୍ତି। କିନ୍ତୁ ଏଠାରେ ଥିବା ଶୌଚାଳୟ ନା ବ୍ୟବହାର ଉପଯୋଗୀ ଅବସ୍ଥାରେ ଅଛି ନା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ମିଳୁଛି ଥଣ୍ଡା ପାନୀୟଜଳ। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନ ଥିବା ବେଳେ ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଠାରେ ଏକ ଫାଣ୍ଡି ଥିଲେ ବି ବସ୍‌ଷ୍ଟାଣ୍ଡ ପରିସରରେ ସନ୍ଧ୍ୟାହେଲେ ମଦ୍ୟପ ଓ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି।

ଦିନରେ ମଧ୍ୟ ରାସ୍ତା କଡରେ ଖୁଲମ୍‌ଖୁଲା ଭାବେ ଜୁଆଖେଳ ଚାଲୁଛି। ଦୀର୍ଘଦିନ ହେଲା ଏକ ଏଟିଏମ୍‌ ସ୍ଥାପନ ପାଇଁ ଦାବି ହେଉଥିଲେ ବି ତାହା ପୂରଣ ହେଉନାହିଁ। ଟିଟିପିଏସ୍‌ କର୍ତ୍ତୃପକ୍ଷ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୌଚାଳୟ ପାଇଁ ଟେଣ୍ଡର କରି ସାରିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁ ତାହା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଶୋଇଲେ ଶିକ୍ଷକ, ଘରକୁ ଫେରିଲେ ପିଲା

ବଇଣ୍ଡା,୩ା୧ (ପରିକ୍ଷିତ ସାହୁ):ପିଲାଙ୍କୁ ପଢ଼ାଇବା ପରିବର୍ତ୍ତେ ସ୍କୁଲ କାର୍ଯ୍ୟାଳୟରେ ଶୋଇପଡ଼ିଲେ ଶିକ୍ଷକ। ଦୀର୍ଘ ସମୟ ଯାଏ ଶିକ୍ଷକ ଜଣକ ନ ଉଠିବାରୁ ଶେଷରେ ବିଦ୍ୟାଳୟରେ ବସି...

ଶ୍ରମିକ ନେତାଙ୍କ ବିୟୋଗରେ ଶୋକ

ତାଳଚେର,୨୫ା୨ (ମନୋଜ ନନ୍ଦ)ବିଶିଷ୍ଠ ଶ୍ରମିକ ନେତା ଲମ୍ବୋଦର ନାୟକ(୮୪)ଙ୍କ ଶନିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିିଟାଲରେ ପରଲୋକ ଘଟିଛି। ଶ୍ରମିକମାନଙ୍କ ଅଧିକାର ପାଇଁ ନିଜ...

ଶୋଷ ମେଣ୍ଟାଇପାରୁନି ଦେଢ଼କୋଟିର ପ୍ରକଳ୍ପ

ବଇଣ୍ଡା,୨୫ା୨ (ପରିକ୍ଷିତ ସାହୁ)ସରକାରୀ ଯୋଜନାରେ ପାନୀୟ ପ୍ରକଳ୍ପ ନିର୍ମାଣ ହେଲା। ଦେଢ଼କୋଟିରୁ ଅଧିକ ଟଙ୍କା ବ୍ୟୟ କରାଗଲା। ହେଲେ ଦିନଟିଏ ମଧ୍ୟ ଲୋକଙ୍କ ଶୋଷ ମେଣ୍ଟାଇପାରିଲାନି...

ଅନୁଗୋଳରୁ ଅଯୋଧ୍ୟା ଗଡ଼ିଲା ସ୍ବତନ୍ତ୍ର ଆସ୍ଥା ଟ୍ରେନ

ଅନୁଗୋଳ:୨୩।୨(ଅମିତ କୁମାର ସାମଲ): ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ଏନେଇ ଦେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାମଲାଲାଙ୍କ ଦର୍ଶନ...

ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ

ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ...

ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ

ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର...

ଲୁଟେରାଙ୍କ ଟାର୍ଗେଟରେ ମେଡିସିନ ବ୍ୟବସାୟୀ

ବଇଣ୍ଡା,୧୮।୨(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା, ଜରପଡା, କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଚୋରି ବଢିବାରେ ଲାଗିଛି। ବିଶେଷ କରି...

ବୁଲୁଛି କ୍ଷତାକ୍ତ ହାତୀ: ଗୁଳି ବାଜିଥିବା…

ଛେଣ୍ଡିପଦା,୧୭।୨(ଅଜିତ ଧଳ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ୩ଦିନ ହେବ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri