ଅର୍ଥନୀତି ସଜାଡ଼ିବା ପାଇଁ ବଡ଼ ପ୍ୟାକେଜ :ଚ୍ୟାଲେଞ୍ଜ ବି ଛୋଟ ନୁହେଁ

ନୂଆଦିଲ୍ଲୀ,୧୪ା୫- କରୋନା ଭାଇରସ୍‌ ସାରା ବିଶ୍ୱର ଅର୍ଥନୀତିକୁ ଚରିଦେଇଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଭଳି କଟକଣା ଜାରି କରାଯାଇଛି। ଏଥିଯୋଗୁ ଆର୍ଥିକ ଗତିବଧି ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ଅର୍ଥନୀତି ଉପରେ କୋଭିଡ୍‌ର କୋରଡ଼ା ମାଡ଼ ପଡ଼ିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବଡ଼ଧରଣର ରିଲିଫ୍‌ ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଘୋଷଣା କରାଯାଇଥିବା କେତେକ ପ୍ୟାକେଜ ସହ ଏହାକୁ ମିଶାଇଲେ ସମୁଦାୟ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା (୨୬୬ ବିଲିୟନ୍‌ ଡଲାର) ହେବ, ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦%। ଏହି ମେଗା ପ୍ୟାକେଜ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା ଓ ଘରୋଇ ମାନୁଫାକ୍‌ଚରିଂ କ୍ଷେତ୍ରକୁ ବଳ ପ୍ରଦାନ ପୂର୍ବକ ଦେଶକୁ ଆମତ୍ନିର୍ଭରଶୀଳ କରିବ। ଏହାସହ ଭାରତର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ମନେକରାଯାଉଛି। ତେବେ କରୋନା ଭାଇରସ୍‌ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କୌଣସି ରାଷ୍ଟ୍ର ଅଦ୍ୟାବଧି ଏତେ ବିପୁଳ ପରିମାଣର ଆର୍ଥିକ ପ୍ୟାକେଜ ଘୋଷଣା କରିନାହାନ୍ତି। ଭାରତରେ ଘୋଷଣା କରାଯାଇଥିବା ଏହି ଅର୍ଥରାଶିକୁ ବିଶ୍ୱର ବଡ଼ ପ୍ୟାକେଜଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ତେବେ ପୂର୍ବ ଘୋଷଣାଗୁଡ଼ିକୁ ଦେଖିଲେ ସେସବୁ ଠିକ୍‌ ଭାବେ ଫଳ ଦେଉଥିବା ଜଣାପଡ଼ୁନାହିଁ। ଏବେ ଗରିବ, ଦାଦନ ଶ୍ରମିକ ଓ ଅନ୍ୟ ଅଣସଙ୍ଗଠିତ କ୍ଷେତ୍ରର କର୍ମଜୀବୀଙ୍କ ପାଇଁ ବ୍ୟବସ୍ଥା କରାଯାଇ ନ ଥିବାରୁ ବଡ଼ ପ୍ୟାକେଜ ସତ୍ତ୍ୱେ ଅର୍ଥନୀତି ସଜାଡ଼ିବା ପାଇଁ ଚ୍ୟାଲେଞ୍ଜ ବି କିଛି କମ୍‌ ନୁହେଁ।
ମିଳିଥିବା ସୂଚନାନୁସାରେ ଆମେରିକା ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ ହେଉଛି ତା’ ଜିଡିପିର ୧୩%। ସେହିପରି ଜାପାନ ନିଜ ଜିଡିପିର ୨୧%ରୁ ଊର୍ଦ୍ଧ୍ୱ ପରିମାଣର ପ୍ୟାକେଜ ଘୋଷଣା କରିଛି। ଭାରତର ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଏବଂ ଗରିବ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମାର୍ଚ୍ଚରେ ଘୋଷଣା କରାଯାଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ତର୍ଭୁକ୍ତ। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଲିକ୍ୱିଡିଟି ପଦକ୍ଷେପ ଓ ସୁଧହାର ହ୍ରାସ ମଧ୍ୟ ଏଥିରେ ସାମିଲ ରହିଛି। ମାର୍ଚ୍ଚ ମାସର ପ୍ରୋତ୍ସାହନ ଜିଡିପିର ୦.୮% ହୋଇଥିବାବେଳେ ଆର୍‌ବିଆଇର ସୁଧହାର ହ୍ରାସ ଓ ଲିକ୍ୱିଡିଟି ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପକୁ ମିଶାଇ ଏହା ୩.୨% (୬.୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚତ୍ଥିଲା। ପ୍ରଧାନମନ୍ତ୍ରୀ ସଦ୍ୟ ଘୋଷଣା କରିଥିବା ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ ମିଳିବ ତାହା ସ୍ପଷ୍ଟ କରି ନ ଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏନେଇ ବୁଧବାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ତେବେ ପୂର୍ବ ଘୋଷଣାକୁ ବାଦ୍‌ ଦେଲେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜର ଅତିରିକ୍ତ ପରିମାଣ ହେଉଛି ୧୨ ଲକ୍ଷ କୋଟି ଟଙ୍କା।
ଆକଳନ ଅନୁସାରେ ଲକ୍‌ଡାଉନ୍‌ ଯୋଗୁ ଏପ୍ରିଲରେ ୧୨.୨ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ସମୟକ୍ରମେ ଏହି ବେରୋଜଗାରି ହାର ବଢ଼ିବାରେ ଲାଗିଛି। ତେଣୁ ଭାରତର ଆମତ୍ନିର୍ଭରଶୀଳତା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟାର ପରିସଂଖ୍ୟାନ ଓ ଚାହିଦା (୫ଟି ସ୍ତମ୍ଭ) ଉପରେ ଛିଡ଼ା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏହି ଅର୍ଥର ବିନିଯୋଗ କରି ଦେଶକୁ ପୁଣିଥରେ ଛିଡ଼ା କରାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri