ଅର୍ଥନୀତିରେ ମାନ୍ଦାବସ୍ଥା ସମୟାନୁବର୍ତ୍ତୀ

ମୁମ୍ବାଇ,୩୦-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ନିଜର ବାର୍ଷିକ ରିପୋର୍ଟ ଜାରି କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଚକ୍ରୀୟ ହ୍ରାସ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରୁ ବାହାରି ଆସିବାକୁ ହେଲେ ବଡ଼ ଧରଣର ସଂସ୍କାର ଜରୁରୀ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଢ଼ାଞ୍ଚାଗତ ସମସ୍ୟା ସୃଷ୍ଟି ଯୋଗୁ ଦେଖାଦେଇଛି ବୋଲି କୁହାଯାଇଛି।
ଆର୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ବୃହତ ଆର୍ଥିକ ଦୃଶ୍ୟପଟ ଅସ୍ଥିର ରହିଥିବା ବେଳେ ବଜାରରେ ସନ୍ଦେହ ସୃଷ୍ଟି ହୋଇଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ ଏକାଧିକ ପ୍ରଶ୍ନ ମନକୁ ଆସୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାନ୍ଦାବସ୍ଥାର ପ୍ରକୃତ କାରଣ ଖୋଜିବା ଅସମ୍ଭବ ଏବଂ ଏହାକୁ ଅଲଗା କରିବା ମଧ୍ୟ ମୁସ୍କିଲ୍‌। ପ୍ରାୟ ସମସ୍ତ କ୍ଷେତ୍ର ଯଥା: ମାନୁଫାକ୍‌ଚରିଂ, ଟ୍ରେଡ୍‌, ହୋଟେଲ, ପରିବହନ, ଯୋଗାଯୋଗ, ପ୍ରସାରଣ, ନିର୍ମାଣ, କୃଷି ଏବଂ ରିଏଲ ଇଷ୍ଟେଟ୍‌ରେ ମାନ୍ଦାବସ୍ଥାର ପ୍ରଭାବ ଅନୁଭୂତ ହେଉଛି ବୋଲି ଏଥିରେ କୁହାଯାଇଛି। ଏଣୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଚାହିଦା ବୃଦ୍ଧି ଏବଂ ଘରୋଇ ନିବେଶ ବଢ଼ାଇବା ସର୍ବାଧିକ ପ୍ରାଥମିକତା ହେବା ଉଚିତ। ଏଥିପାଇଁ ବ୍ୟାଙ୍କ ଓ ଅଣବ୍ୟାଙ୍କ କ୍ଷେତ୍ରକୁ ଅଧିକ ଦୃଢ଼ିଭୂତ କରିବା ସହିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଆର୍‌ବିଆଇର କଣ୍ଟିଜେନ୍ସି ଫଣ୍ଡ ପରିମାଣ ହ୍ରାସ ପାଇ ୧,୯୬,୩୪୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ଏହା ୨,୩୨,୧୦୮ କୋଟି ଟଙ୍କା ଥିଲା। ଅତିରିକ୍ତ ପାଣ୍ଠିରୁ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ଦେବାକୁ ଯାଉଛି। ସେହିପରି ବଳକା ପାଣ୍ଠିରୁ କେନ୍ଦ୍ରୀୟ ବ୍ୟାଙ୍କ ୧.୨୩ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ଘୋଷଣା କରିସାରିଛି। ରିପୋର୍ଟ ଅନୁଯାୟୀ ଆର୍‌ବିଆଇର ଘରୋଇ ସ୍ରୋତରୁ ଆୟ ଜୁନ୍‌ ୩୦ରେ ଶେଷ ହୋଇଥିବା ଅବଧିରେ ୧୩୨.୦୭ ପ୍ରତିଶତ ବଢ଼ି ୧,୧୮,-୭୮ କୋଟି ଟଙ୍କା ରହିଛି, ଯାହା କି, ପୂର୍ବବର୍ଷ ୫୦,୮୮୦ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri