ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠନ ହେଲା ଟିମ୍‌

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନି। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଏକ ୬ଜଣିଆ ଟିମ୍‌ ଗଠନ କରାଯାଇଛି। ମଙ୍ଗଳବାର ରାତିରେ ଏହି ଟିମ୍‌ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଥାନା ଅଧିକାରୀଙ୍କ ତଦନ୍ତକୁ ନେଇ ଅମରେଶଙ୍କ ସାଙ୍ଗ ଓ ସହଯୋଗୀମାନେ ଅସନ୍ତୋଷ ପ୍ରକାଶ କରି ତଦନ୍ତ ଅଧିକାରୀ ବଦଳାଇବାକୁ ଦାବି କରିଛନ୍ତି। ସେମାନେ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ କ୍ୟାଣ୍ଡେଲ ଜଳାଇ ଶୋଭାଯାତ୍ରାରେ ଆସି ଏୟାରଫିଲ୍ଡ ଥାନା ଘେରାଉ କରି ନାନା ସ୍ଲୋଗାନ ଦେଇଥିଲେ। ପୋଲିସ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରୁ। ଥାନାରେ ଅଭିଯୋଗ କରିଥିବା ଅମରେଶଙ୍କ ସାଙ୍ଗଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଜୋନ୍‌ ଏସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ବୁଝାଶୁଝା କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ଏନେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ହତ୍ୟାକାରୀମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଖୁବ୍‌ଶୀଘ୍ର ହତ୍ୟାକାରଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଭୟରେ ଦୁଇଗୋଷ୍ଠୀ ସଦସ୍ୟଙ୍କ ପରିବାର
ପୂର୍ବ ଶତ୍ରୁତାକୁ ନେଇ ଅମରେଶଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଘଟଣା ପରଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମୁହାଁମୁହିଁ ହେବାର ଆଶଙ୍କା ରହିଛି। ବିଶେଷକରି ଅମରେଶ ଗୋଷ୍ଠୀ ପ୍ରତିଶୋଧ ନେବାକୁ ଯୋଜନା କରୁଥିବାବେଳେ ଅପରଗୋଷ୍ଠୀର ସଦସ୍ୟଙ୍କ ପରିବାରରେ ଚିନ୍ତା ବଢ଼ିଛି। କୌଣସି ମୁହୂର୍ତ୍ତରେ ସେମାନଙ୍କ ପୁଅ କିମ୍ବା ପରିବାର ସଦସ୍ୟ ଉପରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହୁଛନ୍ତି। କାରଣ ଅମରେଶଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ତାଙ୍କ ସହଯୋଗୀମାନେ ମଧ୍ୟ ପ୍ରତିଶୋଧ ନେବାକୁ କହୁଥିବା ଶୁଣିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହୁଥିବାରୁ ପୋଲିସ ଏହା ଉପରେ କଡ଼ା ନଜର ରଖିଛି।
ହତ୍ୟା ପଛରେ ରାଜନୈତିକ କାରଣ
ଏବେ ବି ଅମରେଶ ହତ୍ୟାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ହତ୍ୟା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି। ଅମରେଶ ଜଣେ ନେତାଙ୍କ ସହଯୋଗରେ ଆଗକୁ ବଢୁଥିଲେ। ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିଲେ ମଧ୍ୟ ସେ ଖଣ୍ଡୁଆଳ ଛକ ନିକଟରେ ରହି ଅନ୍ୟମାନଙ୍କୁ ଡରାଇ ରଖୁଥିଲେ। ଏହାକୁ ସ୍ଥାନୀୟ ନେତାମାନେ ସହଜରେ ହଜମ କରିପାରୁ ନ ଥିଲେ। ସେମାନେ ଅମରେଶଙ୍କୁ ମାରିବା ପାଇଁ ପ୍ରତିପକ୍ଷ ଗୋଷ୍ଠୀକୁ ଅସ୍ତ୍ର କରିଥାଇପାରନ୍ତି ବୋଲି ଅମରେଶଙ୍କ ଜଣେ ସାଙ୍ଗ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅମରେଶଙ୍କ ବାପା ଜଣେ ବ୍ୟାଙ୍କ୍‌ ମ୍ୟାନେଜର ହୋଇଥିବାରୁ ଅର୍ଥର ଅଭାବ ନ ଥିଲା। ସେ ପରିବାର ଲୋକଙ୍କୁ ନ ମାନି ବହୁ ଅପରାଧରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ୨୨ରୁ ଊର୍ଦ୍ଧ୍ୱ ମାମଲା ଏୟାରଫିଲ୍ଡ ଥାନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri