Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଡ୍ର : ରୋହିତ ବିଫଳ; ପଞ୍ଚାଲ, ସିଦ୍ଧେଶ, ଭରତଙ୍କ ଅର୍ଦ୍ଧଶତକ

ବିଜୟନଗରମ,୨୮।୯(ପି.ଟି.)- ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଓପନର ହିସାବରେ ନୂଆ ଭୂମିକାରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଛନ୍ତି। ମାତ୍ର ଦୁଇଟି ବଲ୍‌ ଖେଳି ସେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି। ତେବେ ମିଡଲ ଅର୍ଡରରେ ପ୍ରିୟଙ୍କ ପଞ୍ଚାଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ଓ ସିଦ୍ଧେଶ ଲାଡ ଅର୍ଦ୍ଧଶତକ ହାସଲ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି।
ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ ଦିବସର ଖେଳ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିବସରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଓପନର ଏଡେନ ମାର୍‌କ୍ରାମଙ୍କ ଶତକ ସହାୟତାରେ ୬୪ ଓଭରରେ ୬ ଉଇକେଟ ହରାଇ ୨୭୯ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ମ୍ୟାଚ ଶେଷହେବା ବେଳକୁ ୬୪ ଓଭରରେ ୮ ଉଇକେଟ ହରାଇ ୨୬୫ ରନ ସଂଗ୍ରହ କରିଛି।
ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଭର୍ନନ ଫିଲାଣ୍ଡରଙ୍କ ବଲ୍‌ରେ ବଦଳ ଖେଳାଳି ତଥା ଉଇକେଟ କିପର ହେନେରିଚ କ୍ଲାସେନଙ୍କୁ କ୍ୟାଚ ଦେଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ବଲ୍‌ ରୋହିତଙ୍କ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ସେ ଚକ୍‌ମା ଖାଇଥିଲେ। ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ୯୨ଟି ବଲ ଖେଳି ୬ ଚୌକା ସହ ୩୯ ରନ ସଂଗ୍ରହ କରି ସ୍ପିନର କେଶବ ମହାରାଜାଙ୍କ ବଲ୍‌ରେ ଫିଲାଣ୍ଡରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ବେଙ୍ଗଲ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନ ମାତ୍ର ୧୩ ରନ କରି କାଗିସୋ ରାବାଡ଼ାଙ୍କ ବଲ୍‌ରେ ମାରକ୍ରାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପଞ୍ଚାଲ ୬୦ ରନର ଉପଯୋଗୀ ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୭୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ଓ ଗୋଟିଏ ଛକା ମାରିଥିଲେ। ପଞ୍ଚାଲ ଫିଲାଣ୍ଡରଙ୍କ ବଲ୍‌ରେ ଡୁପ୍ଲେସିଙ୍କୁ କ୍ୟାଚ ଦେଇଥିଲେ। ଅଭିଜ୍ଞ କରୁନ ନାୟାର ମହାରାଜଙ୍କ ବଲ୍‌ରେ କ୍ଲାସେନଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପୂର୍ବରୁ ୧୯ ରନ ସଂଗ୍ରହ କରିଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ୫୭ଟି ବଲ୍‌ରୁ ୭ ଚୌକା ଓ ୫ଟି ଛକା ସହ ୭୧ ରନ କରି ମହାରାଜଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଜଲାଜ ସାକସେନା ୨ରନ କରି ଆଉଟ ହୋଇଥିବା ବେଳେ ଧର୍ମେନ୍ଦ୍ର ସିନ୍‌ ଜାଡେଜା ଖାତା ଖୋଲିପାରି ନ ଥିଲେ। ତେବେ ମୁମ୍ବାଇ ବ୍ୟାଟ୍ସମ୍ୟାନ ସିଦ୍ଧେଶ ଲାଡ ୮୯ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଷଷ୍ଠ ଉଇକେଟ ଯୋଡିରେ ଭରତ ଓ ଲାଡ ୨୦ ଓଭରରେ ୧୦୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ମହାରାଜ ସର୍ବାଧିକ ୩, ଫିଲାଣ୍ଡର ୨, ରାବାଡ଼ା, ଡେନ ପିଟ୍‌ ଓ ସେନୁରାନ ମୁଥୁସାମି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୯/୫ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଟେମ୍ବା ବଭୁମା ୫୫ ରନରୁ ଖେଳ ଆରମ୍ଭ କରି ୮୭ ରନର ଉପଯୋଗୀ ଇନିଂସ ଖେଳି ଅପରାଜିତ ରହିଥିଲେ। ଫିଲାଣ୍ଡର ୪୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ ଓ ଦକ୍ଷିଣ ଆଫ୍ରିକା ୬ ଉଇକେଟ ହରାଇ ୨୭୯ ରନ କରି ଇନିଂସ ଘୋଷଣା କରିଥିଲା। ବୋଲିଂରେ ବୋର୍ଡ ସଭାପତି ଏକାଦଶ ତରଫରୁ ସ୍ପିନର ଧର୍ମେନ୍ଦ୍ରସିନ୍‌ ଜାଡେଜା ୩, ଉମେଶ ଯାଦବ ଓ ଇଶାନ ପୋରେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୬୪ ଓଭରରେ ୨୭୯/୬ରେ ଇନିଂସ ଘୋଷଣା
(ଏଡେନ ମାରକ୍ରାମ- ୧୦୦, ଟେମ୍ବା ବଭୁମା- ୮୭, ଭର୍ନନ ଫିଲାଣ୍ଡର- ୪୮, ଧର୍ମେନ୍ଦ୍ରସିନ ଜାଡେଜା- ୩/୬୬)।
ବୋର୍ଡ ସଭାପତି ଏକାଦଶ ୬୪ ଓଭରରେ ୨୬୫/୮
(ଶ୍ରୀକର ଭରତ- ୭୧, ପ୍ରିୟଙ୍କ ପଞ୍ଚାଲ- ୬୦, ସିଦ୍ଧେଶ ଲାଡ- ୫୨*, ମୟଙ୍କ ଅଗ୍ରଓ୍ବାଲ- ୩୯, କରୁନା ନାୟାର- ୧୯, ଅଭିମନ୍ୟୁ ଈଶ୍ୱରନ- ୧୩, ରୋହିତ-୦, କେଶବ ମହାରାଜ- ୩/୩୫, ଭର୍ନନ ଫିଲାଣ୍ଡର- ୨/ ୨୭)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri