ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

 

ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ରେଟ୍‌ (ବ୍ୟାଙ୍କଗୁଡିକୁ ପ୍ରଦାନ କରୁଥିବା ଋଣ ଉପରେ ସୁଧହାର)କୁ ୦.୨୫% ବା ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯ରେ ଲଗାତର ଭାବେ ୫ଥର ଲାଗି ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ଫଳରେ ଏହା ୧.୩୫% କମି ୫.୧୫% ରହିଛି।
ଆର୍‌ବିଆଇର ଏହି ଘୋଷଣା ପରେ ବାସଗୃହ ଏବଂ ଅଟୋ ଭଳି ଋଣ ଉପରେ ବ୍ୟାଙ୍କଗୁଡିକ ଧାର୍ଯ୍ୟ କରୁଥିବା ସୁଧହାର କମିବ ବୋଲି ଜଣାପଡିଛି। ରେପୋ ରେଟ୍‌ ସହ ପ୍ରତ୍ୟକ୍ଷ ଭାବେ ଏହା ସଂଯୋଗ ହୋଇଥିବାରୁ ଗ୍ରାହକ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସି ଆସିଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବାରେ ଏପରି ଏକ ପଦକ୍ଷେପ ସହାୟକ ହେବା ନେଇ ଆଶା କରାଯାଉଛି। ଅଭିବୃଦ୍ଧି ଦିଗରେ ସରକାର ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଏହାକୁ ଆଉ ଗୋଟିଏ ପାଦ ଆଗେଇ ନେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପାର୍ବଣ ସମୟରେ ଏଭଳି ଘୋଷଣା ଚାହିଦା ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହି ନିଷ୍ପତ୍ତିକୁ ଦେଶର ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି।
କେନ୍ଦ୍ରୀୟ ବ୍ୟାଙ୍କ ଏହାର ଚତୁର୍ଥ ଦ୍ୱିମାସିକ ବୈଠକରେ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନ ୬.୧କୁ ହ୍ରାସ କରିଛି। ପୂର୍ବରୁ ଜିଡିପି ଅଭିବୃଦ୍ଧି ୬.୯% ରହିବା ନେଇ ଏହା ଆକଳନ କରିଥିଲା। ନିର୍ଦ୍ଧାରିତ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିଥିବା ବେଳେ ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ମୁଦ୍ରାନୀତି କମିଟିର ସବୁ ସଦସ୍ୟ ରେପୋ ହ୍ରାସ ନେଇ ଭୋଟ ଦେଇଥିବା ବେଳେ ରବିନ୍ଦ୍ର ଢୋଲାକିଆ ୦.୪୦% ହ୍ରାସ ସମ୍ପର୍କରେ ଭୋଟ୍‌ କରିଥିଲେ। ସେପ୍ଟେମ୍ବର ତ୍ରୈମାସ ଲାଗି ମୁଦ୍ରାସ୍ଫୀତି ୩.୬% ରହିବା ନେଇ କୁହାଯାଇଛି। ଏହା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ୩.୫%ରୁ ୩.୭% ରହିବା ନେଇ ଆକଳନ ହୋଇଛି। ସେହିଭଳି ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରାରମ୍ଭିକ ଭାଗରେ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିବ ବୋଲି ପ୍ରସ୍ତାବ ରଖାଯାଇଛି। ଅଭିବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ମୁଦ୍ରାନୀତି କମିଟି ସ୍ବାଗତ କରିଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ବଜାରର ମନୋଭାବ ତଥା ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
କୃଷି କ୍ଷେତ୍ରକୁ ନେଇ କମିଟି ବେଶ ଆଶାବାଦୀ ରହିଛି। ଏହି କ୍ଷେତ୍ର ନିଯୁକ୍ତି , ଆୟ ଏବଂ ଚାହିଦା ବୃଦ୍ଧି ଦିଗରେ ଯୋଗଦାନ ରଖିବ ବୋଲି କୁହାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ୧.୧୦% ସୁଧହାର ହ୍ରାସ କରିଥିବା ବେଳେ ଏହାର ଲାଭ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଭାବେ ମିଳି ନାହିଁ। କାରଣ ବ୍ୟାଙ୍କଗୁଡିକ ୦.୨୯% ସୁଧହାର ହ୍ରାସର ଲାଭ ଗ୍ରାହକଙ୍କୁ ଦେଇଛନ୍ତି। ନିୟନ୍ତ୍ରଣାଧିନ ମୁଦ୍ରାସ୍ପୀତି ଏବଂ ଅଭିବୃଦ୍ଧି ଆଧାରରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିବ ବୋଲି ବଜାର ବିଶେଷଜ୍ଞମାନେ ଆଶା ରଖିଥିଲେ। ରିଟେଲ ଋଣକୁ ଏକ୍ସଟରନାଲ ବେଞ୍ଚମାର୍କ ସହ ଯୋଡିବା ଲାଗି ରିଜର୍ଭ ବ୍ୟାଙ୍କ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲା ପ୍ରାୟ ଅଧିକାଂଶ ବ୍ୟାଙ୍କ ଏହି ଧାରାକୁ ଆପଣାଇଛନ୍ତି। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଋଣ ଗ୍ରହୀତାଙ୍କ ମନରେ ଖୁସି ସଞ୍ଚାର କରିଛି। ଏହାବାଦ ରିଜର୍ଭ ବ୍ୟାଙ୍କ ମାଇକ୍ରୋ ଲେଣ୍ଡରଙ୍କ ହାଉସହୋଲ୍ଡ ସୀମା ଏବଂ ଋଣ ପ୍ରଦାନ ସୀମାକୁ ୧ ଲକ୍ଷ ପରିବର୍ତ୍ତେ ୧.୨୫ ଲକ୍ଷ ଟଙ୍କାକୁ ବଢାଇଛି। ଅପରପକ୍ଷରେ ଲୋକମାନେ ଦେଶର ଲୋକମାନେ ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri