Posted inଖେଳ

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବା ସହ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନିସିଆ ପ୍ରଭୃତି ହାଇପ୍ରୋଫାଇଲ କ୍ଲବ ପାଇଁ ଖେଳି ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ।

ରକା ଷ୍ଟ୍ରାଇକର ତଥା ସ୍ପେନର ଟପ୍‌ ଗୋଲ ସ୍କୋରର ଡେଭିଡ ଭିଲା ଅବସର ନେଇ ଘୋଷଣା କରିଛନ୍ତି। ୧୯ ବର୍ଷର ଘଟଣା ବହୁଳ କ୍ୟାରିୟରରେ ଭିଲା ସବୁ ପ୍ରକାର ସଫଳତା ପାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ରୂପେ ପରିଗଣିତ ହେଉଥିବା ଏହି ଭିଲା ୯୮ଟି ମ୍ୟାଚ୍‌ ଖେଳିଛନ୍ତି। ଆଉ ଦୁଇଟି ମ୍ୟାଚ୍‌ ଖେଳିଥିଲେ ସେ ମ୍ୟାଚ୍‌ ଖେଳିବାରେ ଶତକ ହାସଲ କରିଥାନ୍ତେ। ସ୍ପେନ ପାଇଁ ସେ ସର୍ବାଧିକ ୫୯ଟି ଗୋଲ ସ୍କୋର କରିଛନ୍ତି। ସ୍ପେନକୁ ବାଦ୍‌ ଦେଲେ ସେ ବିଭିନ୍ନ ବିଶ୍ୱସ୍ତରୀୟ କ୍ଲବ ପାଇଁ ଖେଳି ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଆସନ୍ତା ମାସରେ ସେ ଅବସର ନେବା କଥା ଘୋଷଣା କରିଛନ୍ତି। ୨୦୧୯ ଜେ- ଲିଗ୍‌ ସେସନ ପରେ ହିଁ ସେ ଫୁଟବଲ୍‌କୁ ଅଲବିଦା କରିବେ। ନିଜର ପାଖାପାଖି ଦୁଇ ଦଶନ୍ଧିର କ୍ୟାରିୟରରେ ୩୭ ବର୍ଷୀୟ ଭିଲା ଫିଫା ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରି ଅସାଧାରଣ ସଫଳତା ପାଇଛନ୍ତି। କ୍ଲବ୍‌ ଫୁଟବଲ୍‌ରେ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ, ଭାଲେନ୍ସିଆ ତରଫରୁ ଖେଳିଛନ୍ତି। ବେଶ ଭାବପ୍ରବଣ ହୋଇ ସେ ଅବସର କଥା ଘୋଷଣା କରିଛନ୍ତି। ଏନେଇ ଦୀର୍ଘ ଦିନରୁ ଚିନ୍ତା କରିଆସୁଥିଲି। ପରିବାର, ବନ୍ଧୁ ଓ ଶୁଭଚିନ୍ତକମାନଙ୍କ ସହ ଆଲୋଚନା କରି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଅବସର ନେବାକୁ ମୋତେ କେହି ବାଧ୍ୟ କରିନାହାନ୍ତି ଓ ଏହା ମୋର ନିଜ ନିଷ୍ପତ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଭିଲା ୩ଥର ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଛନ୍ତି। ୨୦୧୦ ବିଶ୍ୱକପ୍‌ରେ ସେ ଟାଇଟଲ ଜିତିଥିଲେ। ସେହିପରି ୨୦୦୮ରେ ସେ ୟୁରୋପିଆନ ଚାମ୍ପିୟନଶିପ୍‌ ହାସଲ କରିଥିଲେ। ଯଦିଓ ସେ ୨୦୧୨ ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ବିଜୟରେ ଇଞ୍ଜୁରି କାରଣରୁ ସାମିଲ ହୋଇ ପାରି ନ ଥିଲେ।
କ୍ଲବ ଫୁଟବଲ୍‌ରେ ସେ ୨୦୧୦-୧୧ରେ ଚାମ୍ପିୟନ୍ସ ଲିଗ୍‌, ୨୦୧୧ରେ ୟୁଇଏଫ୍‌ଏ ସୁପର କ୍ଲବ, ୨୦୧୧ରେ କ୍ଲବ ଓ୍ବଲର୍‌ଡ କପ୍‌, ୨୦୧୦- ୧୧ ଓ ୨୦୧୨-୧୩ରେ ବାର୍ସିଲୋନ ତରଫରୁ ଦୁଇଥର ଲା ଲିଗା ଟାଇଟଲ ଜିତିଥିଲେ। ୨୦୧୩-୧୪ରେ ସେ ଆଟଲେଟିକୋ ମାଡ୍ରିଡ ତରଫରୁ ତୃତୀୟ ଲା ଲିଗା ଟାଇଟଲ ଜିତିଥିଲେ। ଡିସେମ୍ବର ୭ରେ ତାଙ୍କର ଅବସରକାଳୀନ ଉତ୍ସବ ବା ରିଟାୟାର୍ଡମେଣ୍ଟ ସେରିମନୀ ଆୟୋଜନ ହେବ। ତାଙ୍କ ଏହି ଘୋଷଣା ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ନିରାଶ କରିଛି। ଦୀର୍ଘ ବର୍ଷ ଧରି ଫିଟନେସ୍‌ ଓ ଫର୍ମ ବଜାୟ ରଖି ସେ ବିଶ୍ୱ ଫୁଟବଲ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ଉଜ୍ଜ୍ୱଳମୟ କ୍ୟାରିୟର ଆଗାମୀ ପିଢ଼ିର ଫୁଟବଲରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri