Posted inଜାତୀୟ

ଅବସରର ୪୦ ବର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ କୋଟି ଟଙ୍କା ଦାନ କଲେ ୭୪ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୬।୭: ସିବିଆର୍‌ ପ୍ରସାଦ ନାମକ ଜଣେ ବ୍ୟକ୍ତି ଅବସରର ୪୦ ବର୍ଷ ପରେ ତାଙ୍କର ସମସ୍ତ ପେନସନ୍‌ ଅର୍ଥାତ୍‌ ୧ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ସୋମବାର ରାଜନାଥ ସିଂଙ୍କୁ ଭେଟି ସେ ଏକ ଚେକ୍‌ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପ୍ରାୟ ୯ ବର୍ଷ କାଳ ଭାରତୀୟ ବାୟୁସେନାରେ କାମ କରିବା ପରେ ରେଲଓ୍ବେରେ ଭଲ ସୁଯୋଗ ମିଳିବାରୁ ସେ ବାୟୁସେନାରୁ ଅବସର ନେଇଥିଲେ। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ରେଲଓ୍ବେରେ ଚାକିରି ମିଳି ନ ଥିଲା। ଏଥିରେ କିନ୍ତୁ ସେ ଭାଙ୍ଗି ନ ପଡି ନିଜର ଏକ କୁକୁଡା ଫାର୍ମ ଆରମ୍ଭ କରିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ପରିବାର ପ୍ରତିପୋଷଣ କରୁଥିଲେ ପ୍ରସାଦ। ଆଉ ତାଙ୍କୁ ଯେଉଁ ପେନସନ୍‌ ମିଳୁଥିଲା ସେ ସମସ୍ତ ଅର୍ଥକୁ ସେ ସାଇତି ରଖି ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ପ୍ରସାଦ କହିଛନ୍ତି ଅବସର ପରେ ସେନା ତାଙ୍କୁ ଯାହା ଦେଇଛି ତାକୁ ଫେରାଇ ଦେବାକୁ ଚିନ୍ତା କରି ସେ ଏପରି କରିଛନ୍ତି। ଏଥିରେ ସେ ଓ ତାଙ୍କ ପରିବାର ଖୁସି ବୋଲି ପ୍ରସାଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ ପାଇଁ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri