ଅବସରପ୍ରାପ୍ତ ରେଲ୍‌ଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଟିକେଟ ବିକ୍ରି କରୁଥିବାବେଳେ ଧରିଲା ପୋଲିସ

କଟକ ରୋଡ୍‌,୬ା୧(ଡି.ଏନ.ଏ.): ଭୁବନେଶ୍ୱରର ଏକ ଲଜିଂରେ ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ସୁରାକ ପାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଲକ୍ଷ୍ମୀସାଗର ପୋଲିସ ରବିବାର ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଥାଉ କି, ଗତ ୨୦୧୯ ନଭେମ୍ବର ୧୮ରେ ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେଶନ ବଜାର ୬ନଂ. ପ୍ଲାଟ୍‌ଫର୍ମ ନିକଟରେ ଥିବା ଏକ ଲଜିଂରେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ଟି.ଭେଙ୍କଟ ରାଓଙ୍କୁ କେହି ଦୁର୍ବୃତ୍ତ ତଣ୍ଟିକାଟି ହତ୍ୟା କରିଥିଲେ। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିଲା। ଏପରି କି ଭେଙ୍କଟଙ୍କ ସହ ଘଟଣା ଦିନ ଯାଇଥିବା ଯୁବକଙ୍କ ଫଟୋ ରେଳ ଷ୍ଟେଶନ ସିସି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଧରା ନ ପଡ଼ିବା କମିଶନରେଟ ପୋଲିସ ପାଇଁ ଚିନ୍ତା ବଢ଼ାଇଥିଲା। ତେବେ ଶନିବାର ରାତିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଯୁବକ ଜଣକ ରେଲ୍‌ଓ୍ବେ ପୋଲିସ ଓ ଆରପିଏଫ ହାତରେ ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣାର ଗୁମର ଖୋଲିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ରହୁଥିବା ଉକ୍ତ ଯୁବକ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ଆସିଥିଲେ। ୧ନଂ ପ୍ଲାଟଫର୍ମ ବାହାରେ ଥିବା ଏଟିଭିଏମ୍‌ (ଅଟୋମେଟିକ ଟିକେଟ ଭେଣ୍ଡିଂ ମେଶିନ) ମାଧ୍ୟମରେ ଯାତ୍ରୀଙ୍କୁ ଟିକେଟ ବିକ୍ରି ପାଇଁ ଉଦ୍ୟମ ଚଳାଉଥିବାବେଳେ ଖବରପାଇ ଜିଆର୍‌ପି ଓ ଆରପିଏଫ ଅଧିକାରୀ ଆସି ଯୁବକଙ୍କୁ କାବୁ କରିନେଇଥିଲେ। ଥାନାକୁ ଅଣାଯିବା ପରେ ଯୁବକଙ୍କ ନିକଟରେ ଭେଣ୍ଡିଂ ମେଶିନ ଚଳାଇବା ପାଇଁ ୩ଟି ଫାସିଲେଟର କାର୍ଡ ମିଳିଥିଲା। ଏକାଧିକ କାର୍ଡ ମିଳିବା ପରେ ରେଲ୍‌ଓ୍ବେ ପୋଲିସର ସନ୍ଦେହ ବଢ଼ିବା ସହ ଅଧିକ ପଚରାଉଚରା ପରେ ଉକ୍ତ କାର୍ଡଗୁଡ଼ିକ ହତ୍ୟାର ଶିକାର ହୋଇଥିବା ଭେଙ୍କଟଙ୍କର ବୋଲି ଜଣାପଡିଥିଲା। ଏଥିସହ ତାଙ୍କ ନିକଟରେ ଏକ ବ୍ୟାଗରେ ଥିବା ପ୍ଲାସ ଜବତ ହେବା ପରେ ଷ୍ଟେଶନରେ ଲୁଟପାଟ କରୁଥିବା ସନ୍ଦେହ ହୋଇଥିଲା। ଏହାସହ ଯୁବକ ଜଣକ କ୍ୟାପିଟାଲ ଥାନା ଅଧୀନ ଅଶୋକ ନଗରରେ ଥିବା ଏକ ଲଜିଂରେ ରହୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ସେଠାକୁ ନେଇ ଚଢ଼ାଉ କରିଥିଲା। ଗତ ଅଗଷ୍ଟ ମାସରୁ ସେ ଲଜିଂରେ ରହୁଥିବାବେଳେ ନିୟମିତ ଭାବେ ରେଲଓ୍ବେ ଷ୍ଟେଶନ ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରିକି ଭେଙ୍କଟଙ୍କ ହତ୍ୟା ଦିନ ଘଟଣାର ସିସିଟିଭି ଫୁଟେଜ ପୁନର୍ବାର ଯାଞ୍ଚ ପରେ ଯୁବକଙ୍କ ଫଟୋ ଭେଙ୍କଟଙ୍କ ସହ ଦେଖିବା ପରେ ଅଧିକ ଖୋଲତାଡ଼ ହୋଇଥିଲା। ତେବେ ଦୀର୍ଘ ସମୟ ଜେରା ପରେ ଯୁବକ ଜଣକ ଭେଙ୍କଟଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଜିଆର୍‌ପିର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏପରି କି ଲଜିଂରେ ଭେଙ୍କଟଙ୍କୁ ତଣ୍ଟିକାଟି ହତ୍ୟା ପରେ ତାଙ୍କ ନିକଟରୁ ୪୭ହଜାର ଟଙ୍କା ଓ ଫାସିଲେଟର ଚୋରି କରି ନେଇଯାଇଥିଲେ। ପରେ ଜିଆରପି ପକ୍ଷରୁ ଅଟକ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନାକୁ ଜିମା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରଲୋକ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତନ ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ବିଶୋୟୀଙ୍କର ଝାରପଡାସ୍ଥିତ ବାସଭବନରେ ବୁଧବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୯୫ ବର୍ଷ ହୋଇଥିଲା।...

ଅମାନିଆଙ୍କୁ ସାବାଡ଼ କଲା ପୋଲିସ: ଅପରାହ୍ନ ୧ଟା ସୁଦ୍ଧା ୮୪୭ ବାଇକ୍‌ ଜବତ

ଭୁବନେଶ୍ୱର,୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮...

ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ସମ୍ମିଳନୀର ଅଭିନନ୍ଦନ: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଗତ ସାଧାରଣ ନିର୍ବାଚନରେ ବିପୁଳ ଜନସର୍ଥନ ଲାଭ କରିବା ସହ ଲଗାତର ପଞ୍ଚମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛନ୍ତି ବିଜେଡି ସୁପ୍ରିମୋ...

ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି...

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ମହିଳାଙ୍କ ମଳଦ୍ୱାରରୁ ବାହାରିଲା ବୋତଲ ମୁହଁ

କଟକ ଅଫିସ, ୫।୬:ଚୁଲିରେ ରୋଷେଇ କରୁଥିବା ବେଳେ ଚୁଲି ଭିତରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। କୌଣସି ପ୍ରକାରେ ଚୁଲି ଭିତରେ ଏକ କାଚ ବୋତଲ ରହି...

ଗହଳି କମାଇବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲା ବିଏମ୍‌ସି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରେନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିଜ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ପାଇଁ...

ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ

ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ।...

ଭୁବନେଶ୍ୱରରେ ଆଉ ୧୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୫ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର...

Coronavirus Update


Archives

Model This Week

Why Dharitri