ଅପେକ୍ଷା କରିଛି ମଙ୍ଗଳ

”ଏ ଯାଏ ୮ଟି ମହାକାଶଯାନ
ମଙ୍ଗଳକୁ ପରିକ୍ରମା କରିସାରିଛନ୍ତି।
ସେଗୁଡ଼ିକ ଭିତରେ ଭାରତର ‘ମଙ୍ଗଳଯାନ’ ଅନ୍ୟତମ, ଯାହାକୁ ୫ା୧୧ା୨୦୧୩ ତାରିଖରେ ଇସ୍ରୋ ପଠେଇଥିଲା ଓ ତାହା ୨୪ା୦୯ା୨୦୧୪ତାରିଖରେ ମଙ୍ଗଳକୁ ପରିକ୍ରମା କରିବା ଆରମ୍ଭ କରିଥିଲା। ନିଜ ପୃଷ୍ଠରେ ଜଳର ଉପସ୍ଥିତିକୁ ନେଇ ମଙ୍ଗଳ
ଗ୍ରହ ଅନେକ ଥର ଚର୍ଚ୍ଚାର ପରିସରକୁ ଆସିଛି।“

 

ମଙ୍ଗଳ ଆମ ପୃଥିବୀର ନିକଟତମ ପଡ଼ୋଶୀ ଗ୍ରହ ା ଏହାକୁ ପୃଥିବୀର ଯାଆଁଳା ଭଉଣୀ ବୋଲି କୁହାଯାଏ। ତେଣୁ ତା’ ପ୍ରତି ଆମର ବେଶି ଦରଦ। ରାତିରେ ଏହା ଲାଲ ରଙ୍ଗର ତାରା ଭଳି ଦେଖାଯାଏ। ତେଣୁ ଏହାକୁ ‘ଲୋହିତ ଗ୍ରହ’ (ରେଡ୍‌ ପ୍ଲାନେଟ୍‌) କୁହାଯାଏ। ପୃଥିବୀ ଭଳି ମଙ୍ଗଳ ବି ବିରାଟ ପେଣ୍ଡୁଟିଏ।
ଆକାରକୁ ଦେଖିଲେ ପୃଥିବୀର ଅଧା ହେଉଛି ମଙ୍ଗଳ। ପୃଥିବୀ ଆକାଶରେ ଯେପରି ସୂର୍ଯ୍ୟ ଉଦୟ ଓ ଅସ୍ତ ହୁଏ, ମଙ୍ଗଳ ଆକାଶରେ ସେହିପରି ମଧ୍ୟ ହୁଏ ।
ଆମର ୨୪ ଘଣ୍ଟାରେ ଗୋଟିଏ ଦିନ ହୁଏ।
କିନ୍ତୁ ମଙ୍ଗଳ ଗ୍ରହରେ ୨୪ ଘଣ୍ଟା ୩୭ ମିନିଟରେ ଗୋଟିଏ ଦିନ ହୁଏ। ଆମର ୧୨ ମାସରେ ଏକବର୍ଷ ଓ ମଙ୍ଗଳରେ ୨୩ ମାସରେ ଏକ ବର୍ଷ ହୁଏ। ଏବେ ମଙ୍ଗଳରେ ବାସକରିବା ପ୍ରସଙ୍ଗକୁ ଆଧାରକରି ଅନେକ ଆଲୋଚନା ହେଉଛି। ନିକଟ ଅତୀତରେ ମଙ୍ଗଳ ପୃଷ୍ଠରେ ଜଳର ସନ୍ଧାନ ସମ୍ପର୍କିତ ଅନେକ ଚମତ୍କାର ତଥ୍ୟ ଆମକୁ ମିଳିଛି। ଆଜିକାଲିର ଗବେଷଣାକୁ ଦେଖିଲେ ଲାଗୁଛି, ମଙ୍ଗଳରେ ଦିନେ ନା ଦିନେ ମଣିଷର ପାଦ ପଡ଼ିବା କଥାଟା ନିଶ୍ଚୟ ସତ ହେବ। ଏହି ପରିପ୍ରେକ୍ଷୀରେ ବିଗତ ବର୍ଷଗୁଡ଼ିକରେ ମହାକାଶ କ୍ଷେତ୍ରରେ ଏକାଧିକ ଚର୍ଚ୍ଚିତ ଗବେଷଣା ଭିତରୁ ମଙ୍ଗଳ ଗ୍ରହ ସମ୍ପର୍କିତ ଗବେଷଣାକୁ ନେଇ ବେଶ୍‌ ଚହଳ ସୃଷ୍ଟି ହୋଇଥିଲା।
ଏଯାଏ ୮ଟି ମହାକାଶଯାନ ମଙ୍ଗଳକୁ ପରିକ୍ରମା କରିସାରିଛନ୍ତି। ସେଗୁଡିକ ଭିତରେ ଭାରତର ‘ମଙ୍ଗଳଯାନ’ ଅନ୍ୟତମ, ଯାହାକୁ ୫ା୧୧ା୨୦୧୩ ତାରିଖରେ ଇସ୍ରୋ ପଠେଇଥିଲା ଓ ତାହା ୨୪ା୦୯ା୨୦୧୪ ତାରିଖରେ ମଙ୍ଗଳକୁ ପରିକ୍ରମା କରିବା ଆରମ୍ଭ କରିଥିଲା। ନିଜ ପୃଷ୍ଠରେ ଜଳର ଉପସ୍ଥିତିକୁ ନେଇ ମଙ୍ଗଳ ଗ୍ରହ ଅନେକ ଥର ଚର୍ଚ୍ଚାର ପରିସର ଭିତରକୁ ଆସିଛି। ମଙ୍ଗଳପୃଷ୍ଠରେ ତରଳ ଜଳର ପ୍ରବାହ ରହିଛି ବୋଲି ୨୦୧୫ ସେପ୍ଟେମ୍ବର ୨୮ ତାରିଖରେ ଆମେରିକାର ଗବେଷଣା ସଂସ୍ଥା ‘ନାସା’ ଘୋଷଣା କରିଥିଲା। ନାସା ସଂସ୍ଥା ୧୨ା୦୮ା୨୦୦୫ ତାରିଖରେ ‘ମାର୍ସ ରେକୋନାଇସାନ୍‌ସ ଅବିଟର’ (ଏମ୍‌ଆର୍‌ଓ) ନାମକ ମହାକାଶଯାନକୁ ମଙ୍ଗଳ ଗ୍ରହକୁ ପଠାଇଥିଲା, ଯାହାକି ସେଠାରେ ପହଞ୍ଚି ୧୦ା୦୩।୨୦୦୬ ତାରିଖରୁ ମଙ୍ଗଳ ଗ୍ରହ ଚାରିପଟେ ପରିକ୍ରମା କଲା। ମଙ୍ଗଳ ଚାରିପଟେ ବୁଲୁବା ସମୟରେ ମଙ୍ଗଳ ପୃଷ୍ଠର ହଜାର ହଜାର ଫଟୋ ଉଠାଇ ପୃଥିବୀକୁ ପଠାଉଥିଲା। ତା’ସହ ଅନେକ ସୂଚନା ମଧ୍ୟ ଦେଉଥିଲା। ସେହି ଫଟୋ ଓ ସୂଚନାରୁ ସେଠାରେ ଜଳ ପ୍ରବାହିତ ହେଉଛି ବୋଲି ଜଣାପଡ଼ିଲା। ଏହା ସେତେବେଳେ ବେଶ୍‌ ଚର୍ଚ୍ଚାର ବିଷୟ ଥିଲା।
ମଙ୍ଗଳକୁ ନେଇ ଏତେ ଚର୍ଚ୍ଚା ହେବାର କାରଣ ସେଠାରେ ଜନବସତି ସ୍ଥାପନ କରିବା ପାଇଁ ପୃଥିବୀବାସୀ ଆଗ୍ରହର ସହ ଅନେଇ ବସିଛନ୍ତି। କିନ୍ତୁ ସେଥିପାଇଁ ସେଠାରେ ପ୍ରଚୁର ଜଳର ବ୍ୟବସ୍ଥା ହେବା ଜରୁରୀ। ସେଭଳି ପରିସ୍ଥିତିରେ ୨୦୧୬ରେ ମଙ୍ଗଳପୃଷ୍ଠରେ ଜଳକୁ ନେଇ ମିଳିଥିବା ଅନେକ ଚମତ୍କାର ତଥ୍ୟ ଆମ ସମସ୍ତଙ୍କୁ ଆଶ୍ୱାସନା ଦେଉଛି।
ମଙ୍ଗଳ ପୃଷ୍ଠର ‘ୟୁଟୋପିଆ ପ୍ଲାନିସିଆ’ ଅଞ୍ଚଳରେ ପ୍ରଚୁର ଜଳର ସନ୍ଧାନ ମିଳିଛି, ଯାହାକି ବରଫ ରୂପରେ ରହିଛି।ସେହି ବରଫକୁ ତରଳେଇଦେଲେ ସେଠାରେ ଏକ ବିରାଟ ହ୍ରଦ ସୃଷ୍ଟି ହେବ। ତେଣୁ ସେଠାରେ ଆଉ ଜଳର ଅଭାବ ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେଣୁ ପୃଥିବୀର ଲୋକମାନେ ଅନେଇ ବସଛନ୍ତି, କେବେ ସେଠାକୁ ଯାଇ ଘରଦ୍ୱାର ତିଆରି କରିବେ। କିନ୍ତୁ, ଏହା କ’ଣ ସହଜ କଥା? ନା, ଆଦୌ ସହଜ କଥା ନୁହେଁ, କାଠିକର ପାଠ।
ମଙ୍ଗଳରେ ଅମ୍ଳଜାନ ଏକ ସମସ୍ୟା। ଆମ ବାୟୁମଣ୍ଡଳରେ ଯଥେଷ୍ଟ ଅମ୍ଳଜାନ ଅଛି। ୧୦୦ ବୋତଲ ବାୟୁରେ ୨୧ ବୋତଲ ଅମ୍ଳଜାନ ରହିଛି ଏବଂ ଅଧା ବୋତଲରୁ କମ୍‌ ଅଙ୍ଗାରକାମ୍ଳ ରହିଛି।
ଆମର ଶ୍ୱାସକ୍ରିୟା ପାଇଁ ଏମିତିକା ବାୟୁମଣ୍ଡଳ ଆବଶ୍ୟକ। ତଥାପି ଏଥିରେ ଅଙ୍ଗାରକାମ୍ଳ ପରିମାଣ ଟିକିଏ ବଢ଼ିଗଲେ ଆମେ ବଞ୍ଚିବା କଷ୍ଟକର ହୋଇପଡୁଛି। କିନ୍ତୁ ମଙ୍ଗଳର ବାୟୁମଣ୍ଡଳରେ ଯଥେଷ୍ଟ ଅଙ୍ଗାରକାମ୍ଳ ଅଛି। ୧୦୦ ବୋତଲ ବାୟୁରେ ୯୬ବୋତଲ ଅଙ୍ଗାରକାମ୍ଳ ରହିଛି ଏବଂ ଅଧା ବୋତଲରୁ କମ୍‌ ଅମ୍ଳଜାନ ରହିଛି। ତେଣୁ ନାକରେ ଅମ୍ଳଜାନ ଥଳି ଝୁଲେଇଲେ ଯାଇ ଆମେ ସେଠାରେ ରହିପାରିବା।  ଅଧିକ ଥଣ୍ଡା ଓ ଅତି କମ୍‌ ଚାପ ହେତୁ ମଙ୍ଗଳ ପୃଷ୍ଠରେ ତରଳ ଅବସ୍ଥାରେ ଜଳ ରହିବା କଥା ନୁହେଁ। ତଥାପି ସେଠାରେ ପାଣିର ଧାର ଅଛି ବୋଲି ପ୍ରମାଣ ମିଳିଛି। କିନ୍ତୁ ଅଧିକାଂଶ ଜଳ ରହିଛି ବରଫ ରୂପରେ, ଯାହାକୁ ବୈଜ୍ଞାନିକମାନେ ଅବତଳ ଦର୍ପଣ ବ୍ୟବହାର କରି ସୂର୍ଯ୍ୟକିରଣ ଦ୍ୱାରା ତରଳେଇ ବ୍ୟବହାର କରିବା ପାଇଁ ଭାବୁଛନ୍ତି। ଅର୍ଥାତ୍‌ ସେଠାରେ ଆମ ପାଇଁ ଯଥେଷ୍ଟ ଜଳ ନାହିଁ। ପହଁରିବା ପାଇଁ ନଦୀପୋଖରୀ ନାହିଁ। ମାଛ ମାରିବା ପାଇଁ ନୀଳଦରିଆ ନାହିଁ। ଯାହା ବି ଜଳ ଅଛି ବୋଲି କୁହାଯାଉଛି, ତାହା ଆମର ସ୍ବାସ୍ଥ୍ୟ ପାଇଁ ଉପେଯାଗୀ କି ନୁହେଁ, ସେକଥା ଜଣାପଡିନାହିଁ। ପୃଥିବୀରେ ଏତେ ତରଳ ଜଳ ଥାଉ ଥାଉ ବ୍ୟବହାର ଉପଯୋଗୀ ଜଳର ପରିମାଣ ଯଥେଷ୍ଟ ନୁହେଁ। ତେଣୁ ମଙ୍ଗଳପୃଷ୍ଠରେ ଜଳକଷ୍ଟ ନହେବ ବୋଲି କେମିତି କହିବା?
ଆଉ ଏକ ସମସ୍ୟା ହେଉଛି ଖାଦ୍ୟ। ଆମେ ଯାହା ବି ଖାଉ, ତାହା ଗଛଲତାରୁ ମିଳେ। ମଙ୍ଗଳରେ ଗଛଲତା ତ ଦୂର କଥା, ଏଯାଏ ଶିଉଳିର ସନ୍ଧାନ ବି ମିଳିନାହିଁ। ମଙ୍ଗଳ ମାଟିରେ ଗଛଲତା ବଞ୍ଚତ୍ପାରିବ। କିନ୍ତୁ ଟାଣ ଖରା ନାହିଁ। ସବୁଜଗୃହ ଭିତରେ ଗଛ ଲଗାଯିବ। ଗଛ ଖାଦ୍ୟ ତିଆରି କରିବା ପାଇଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଅଛି। କିନ୍ତୁ ଶ୍ୱାସକ୍ରିୟା କରିବା ପାଇଁ ଯଥେଷ୍ଟ ଅମ୍ଳଜାନ ନାହିଁ। ତେଣୁ ବିଦ୍ୟୁତ୍‌-ବିଶ୍ଳେଷଣ ପ୍ରକ୍ରିୟାରେ ପାଣିରୁ ଅମ୍ଳଜାନ ତିଆରି କରି ଗଛଲତାକୁ ଯୋଗାଇ ଦିଆଯିବ। ଏହି କଥାଟା ଠିକ୍‌ ଲାଗୁନାହିଁ। ପୃଥିବୀରେ ଗଛଲତା ବଞ୍ଚତ୍ବା ପାଇଁ କୌଣସି ଅସୁବିଧା ନାହିଁ। କିନ୍ତୁ ଲୋକେ ଚାଷ କରୁ ନାହାନ୍ତି। ମଙ୍ଗଳରେ ଏତେ କଟକଣା ଭିତରେ କେମିତି ଚାଷ କରିବେ ? ପୁଣି ସ୍ପେଶ୍‌ ଶୁଟ୍‌ ପିନ୍ଧି ଚାଷ କରିବେ ? ଖାଲି ଚାଷୀ ନୁହେଁ, ସମସ୍ତେ ଦେହକୁ ଚାପିରଖିଥିବା ସ୍ପେଶ୍‌ ଶୁଟ୍‌ ପିନ୍ଧି ରହିବେ।
୨୦୧୯ ମସିହା ସୁଦ୍ଧା କୌଣସି ମହାକାଶଚାରୀ ମଙ୍ଗଳକୁ ଯାଇନାହାନ୍ତି। ସେଠାରେ କେବଳ ରୋଭରଯାନ ଓହ୍ଲାଇଛି। କିନ୍ତୁ କୌଣସି ମହାକାଶଯାନ ମଙ୍ଗଳପୃଷ୍ଠରେ ଓହ୍ଲାଇବା ପରେ ପୁଣି ପୃଥିବୀକୁ ଫେରି ନାହିଁ। ଆସନ୍ତା ୨୦୩୦ ମସିହା ବେଳକୁ ମଣିଷ ମଙ୍ଗଳପୃଷ୍ଠରେ ପାଦ ପକେଇବ ବୋଲି ଡକ୍ଟର ଅବଦୁଲ କାଲାମ୍‌ କହିଥିଲେ। ହଁ, କଥାଟା ସତ ହେବାକୁ ଯାଉଛି। ମହାକାଶଚାରୀମାନେ ସେଠାକୁ ଯିବାର ବଡ ଯୋଜନା ଚାଲିଛି।ସେମାନେ ସେଠାରେ ରହିବେ ଓ ଘର ତିଆରି କରିବେ ା ଜାଳେଣି, ପାଣି ଓ ଅମ୍ଳଜାନର ବ୍ୟବସ୍ଥା କରିବେ। କିନ୍ତୁ ମଙ୍ଗଳ ବହୁ ଦୂରରେ ଥିବାରୁ ମହାକାଶଯାନ ସେଠାରେ ପହଞ୍ଚତ୍ବା ପାଇଁ ୧୦ ମାସ ଲାଗୁଛି ା ତେଣୁ ପୃଥିବୀ ଗ୍ରହରୁ ଲୋକଙ୍କୁ ଧରି ମଙ୍ଗଳ ଗ୍ରହକୁ ଯିବା କାଠିକର ପାଠ ା ସେଥିପାଇଁ ଯଥେଷ୍ଟ ଖାଦ୍ୟ, ଜଳ ଓ ଜାଳେଣି ଦରକାର, ଯାହାକି ଏବେ ସମ୍ଭବ ନୁହେଁ ା ତେବେ ସୋଲାର ଇଲେକ୍ଟ୍ରିକ୍‌ ପ୍ରପଲସନ ବ୍ୟବହାର କରି ଯାତ୍ରା-ସମୟକୁ କମ୍‌ କରିବା ପାଇଁ ଗବେଷଣା ଚାଲିଛି ା କିଭଳି ସ୍ପେଶସୁଟ୍‌ ପିନ୍ଧିଲେ ଅସୁବିଧା ହେବନାହିଁ, ସେ ବିଷୟରେ ପରୀକ୍ଷା ଚାଲିଛି ା ଶୀଘ୍ର ସୂଚନା ଆଦାନ ପ୍ରଦାନ ପାଇଁ ମଙ୍ଗଳ ଓ ପୃଥିବୀ ମଧ୍ୟରେ ବେତାର ଯୋଗାଯୋଗ ବ୍ୟବସ୍ଥାକୁ ଦ୍ରୁତ କରାଯିବାର ଯୋଜନା ହେଉଛି ା
ମଙ୍ଗଳ ଆମକୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଛି ା କିନ୍ତୁ ସେଠାରେ ବାୟୁମଣ୍ଡଳରେ ଯଥେଷ୍ଟ ଅମ୍ଳଜାନ ନାହିଁ ା ହେଲେ ପାଣି ଥିବାର ପକ୍‌କା ସୂଚନା ମିଳି ସାରିଛି ା ପାଣିରେ ଶିଉଳି ରହିଲେ ଧୀରେ ଧୀରେ ସେଠାରେ ଅମ୍ଳଜାନର ପରିମାଣ ବୃଦ୍ଧିପାଇବ ା ପରେ ପରେ ଗଛ ଲତା ସୃଷ୍ଟି ହେବ ା ହେଲେ ମଣିଷ ବଞ୍ଚତ୍ପାରିବା ଭଳି ଯଥେଷ୍ଟ ଅମ୍ଳଜାନ ସୃଷ୍ଟି ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିବ ା ଦିନ ଥିଲା, ପୃଥିବୀର ବାୟୁମଣ୍ଡଳରେ ବି ଯଥେଷ୍ଟ ଅମ୍ଳଜାନ ନଥିଲା ା ତେଣୁ ମଙ୍ଗଳରେ ଜଳ ଥିଲେ ଭବିଷ୍ୟତରେ ଅମ୍ଳଜାନ ଆସିପାରେ ା ଅର୍ଦ୍ଧଶତାବ୍ଦୀ ହେଲା ମଣିଷ ଯାଇ ଚନ୍ଦ୍ରରେ ପାଦ ଦେଇଛି ା ଦିନେ ମଙ୍ଗଳଗ୍ରହରେ ବି ପହଞ୍ଚତ୍ବ ା ସତ କହିଲେ ମଣିଷ ବଞ୍ଚତ୍ବା ପାଇଁ ପୃଥିବୀର ସୁବିଧା ଅନ୍ୟ କୌଣସି ଗ୍ରହରେ ନାହିଁ ା ତଥାପି ଆନନ୍ଦ ପାଇଁ ମଙ୍ଗଳକୁ ଅଳ୍ପ ଦିନ ଲାଗି ଯିବାରେ କିଛି ଆପତି ନାହିଁ ା କିନ୍ତୁ ସେଠାରେ ଜନବସତି ସ୍ଥାପନ କରି ସବୁଦିନ ରହିବା ସହଜ ନୁହେଁ ା ତଥାପି ଆମେ ବିଜ୍ଞାନ ବଳରେ ଅପହଞ୍ଚ ଜାଗାରେ ପହଞ୍ଚତ୍ବା ପାଇଁ ଆଗ୍ରହୀ ା ପୃଥିବୀବାସୀ ବିଜ୍ଞାନ ବଳରେ ମଙ୍ଗଳଗ୍ରହକୁ ଯାଆନ୍ତୁ ା ସେଠାରେ ଘରଦ୍ୱାର ତିଆରି କରି ରୁହନ୍ତୁ ବା ନ ରୁହନ୍ତୁ ବିଜ୍ଞାନର ଜୟଗାନ କରନ୍ତୁ।

କମଳାକାନ୍ତ ଜେନା

-ଓଡିଶା ଶିକ୍ଷା ସେବା (୧), ସହକାରୀ ପ୍ରଫେସର, ଭଦ୍ରକ ଅଟୋନୋମସ କଲେଜ, ଭଦ୍ରକ
ମୋ : ୯୪୩୭୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri