ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେର ସ୍ଲଟକୁ ନେଇ ବିଭିନ୍ନ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ବିମାନ କମ୍ପାନୀର ସ୍ଲଟକୁ ଅସ୍ଥାୟୀ ଭାବେ ଅନ୍ୟ ସଂସ୍ଥାକୁ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। ଜେଟ୍‌ ପରିଚାଳନା ସ୍ଥିତିକୁ ଆସିଗଲେ ସ୍ଲଟ୍‌ଗୁଡିକ ପୁଣି ଥରେ ଏହାକୁ ଦିଆଯିବା ନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନିର୍ଦ୍ଧାରିତ ନିୟମ ମୁତାବକ ଏହାର ସ୍ଲଟ୍‌ ସଂରକ୍ଷିତ କରାଯିବ ବୋଲି କମ୍ପାନୀକୁ ଭରସା ମଧ୍ୟ ଦିଆଯାଇଛି। ଯାତ୍ରୀ ସୁବିଧାକୁ ଧ୍ୟାନରେ  ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ହୋଇଥିବା ବେଳେ କେବଳ ୩ ମାସ ଲାଗି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିମାନ ସଂଖ୍ୟା ହ୍ରାସ ଯୋଗୁ ଯାତ୍ରୀ ମାନେ ଭୋଗୁଥିବା ବିଭିନ୍ନ ଅସୁବିଧାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସ୍ଲଟ୍‌ ପ୍ରଦାନକୁ ନେଇ କର୍ମଚାରୀ ଅସନ୍ତୁଷ୍ଟ

ଜେଟ୍‌ର ଭାଗରେ ପଡିଥିବା ସ୍ଲଟ୍‌କୁ ଅନ୍ୟ ସଂସ୍ଥାଗୁଡିକୁ ପ୍ରଦାନ କରିବା ଯୋଗୁ କର୍ମଚାରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜେଟ୍‌ର ବିଡିଂ ପ୍ରକ୍ରିୟା ନ ଶେଷ ହେବା ଯାଏ ଏହାର ସ୍ଲଟ୍‌କୁ ଅନ୍ୟ କୌଣସି କମ୍ପାନୀକୁ ନ ଦିଆଯାଉ ବୋଲି କର୍ମଚାରୀ ସଂଘ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିବେଦନ କରିଛି।

ବିମାନ ଯାତ୍ରା ଅଭିବୃଦ୍ଧି ପ୍ରଭାବିତ

ଗତ ୫୪ ମାସ ଧରି ଘରୋଇ ବିମାନ ଶିଳ୍ପରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରା ଲାଗି ରହିଥିବା ବେଳେ ଜେଟ୍‌ ଉଡାଣ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବା ଯୋଗୁ ଏହା ପ୍ରଭାବିତ ହୋଇଛି। ୨୦୧୯ରେ ଦେଶ ମଧ୍ୟରେ ୧.୧୫ କୋଟି ଲୋକ ବିମାନ ଯାତ୍ରା କରିଥିଲେ। ଏହା ଗତ ବର୍ଷ ତୁଳନାରେ ମାତ୍ର ୦.୧% ଅଧିକ ରହିଛି। ଅପରପକ୍ଷରେ ଦେଶ ମଧ୍ୟରେ ଫ୍ଲାଇଟ୍‌ ସଂଖ୍ୟା କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୧୩ ମାର୍ଚ୍ଚରେ ସ୍ପାଇସ୍‌ ଜେଟ୍‌ ୧୩ ବୋଇଙ୍ଗ ୭୩୭ ମାକ୍ସ ବିମାନ ବନ୍ଦର ଉଡାଣ ବନ୍ଦ କରିଥିବା ବେଳେ ଜେଟ୍‌ ୩୭ଟି ବିମାନ ଉଡାଣ ବନ୍ଦ କରିଥିଲା। ନିରାପତ୍ତା ଜନିତ କାରଣ ଯୋଗୁ କମ୍ପାନୀଗୁଡିକ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡିଛି।

ଏୟାର ଇଣ୍ଡିଆରେ କର୍ମଚାରୀ ଅଭାବ

ଜେଟ୍‌ ଏୟାରଓ୍ବେଜ ସଙ୍କଟ ଯୋଗୁ ଅନିର୍ଦ୍ଧିଷ୍ଟ ସମୟ ଲାଗି ଉଡାଣ ବନ୍ଦ କରିଥିବା ବେଳେ ଋଣ ସମସ୍ୟା ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ମଧ୍ୟ ସମସ୍ୟା ଲାଗି ରହିଛି। ଏୟାର ଇଣ୍ଡିଆ ବର୍ତ୍ତମାନ କର୍ମଚାରୀ ଏବଂ ଅଧିକାରୀଙ୍କ ଅଭାବ ସମସ୍ୟା ଦେଇ ଗତି କରୁଛି। ବିମାନ ଚଳାଉଥିବା ବୋର୍ଡରେ ମଧ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ବର୍ତ୍ତମାନ ସମସ୍ୟା ସାମ୍ନା କରୁଛି। କମ୍ପାନୀର ବୋର୍ଡରେ ମାତ୍ର ଜଣେ ସ୍ଥାୟୀ ନିର୍ଦ୍ଦେଶକ ରହିଛନ୍ତି। ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ୩୨ ହଜାରରୁ ହ୍ରାସ ଘଟି ୯,୫୦୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri