ଅନ୍ଧାରରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଠେଲି ହୋଇଯାଇଛି। ମହାବିଦ୍ୟାଳୟର ୩୮୦ ଛାତ୍ରୀଛାତ୍ର ବର୍ତ୍ତମାନ ରାଜରାସ୍ତାରେ। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ଏହି ଶିକ୍ଷାନୁଷ୍ଠାନକୁ ହଟାଇ ଦିଆଯିବା ପରେ ପ୍ରତିବାଦ ଦେଖାଦେଇଛି। ସୋମବାର ଅଭିଭାବକ ମହାସଂଘ ଓ ଛାତ୍ରୀଛାତ୍ରମାନେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶାସନ ସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ପାହାଳ ନିକଟସ୍ଥ ଜୋହଳରେ ଥିବା ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଏହି ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି। ଅନୁଷ୍ଠାନର ପାଖାପାଖି ୮୦% ସରଞ୍ଜାମ ଆପେକ୍ସ କଲେଜକୁ ସ୍ଥାନାନ୍ତରିତ ହୋଇସାରିଛି। ବାର୍ଷିକ ୭୦ ଲକ୍ଷ ଟଙ୍କା ଭଡ଼ା ସୂତ୍ରରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆଜିକୁ ୩ ମାସ ହେଲା ଏଠାରେ ଅଧ୍ୟୟନରତ ୩୮୦ ଛାତ୍ରୀଛାତ୍ର ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କ୍ଲାସ କରିପାରୁ ନାହାନ୍ତି ଓ ଏକ ସନ୍ଦିହାନୀ ଅବସ୍ଥାରେ ଅଛନ୍ତି। କାରଣ ଯେଉଁ ଆପେକ୍ସ କଲେଜରେ ଏହି ଶିକ୍ଷାନୁଷ୍ଠାନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି, ସେଠାରେ ଆବଶ୍ୟକୀୟ ଗୃହ, ଖେଳ ପଡ଼ିଆ ଓ ଆନୁସଙ୍ଗିକ ଭିତ୍ତିଭୂମି ନାହିଁ। ଅନ୍ୟପଟେ ଅଭିଭାବକମାନେ ଏହି ପରିପ୍ରେକ୍ଷୀରେ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଯଥାଶୀଘ୍ର ଏହାର ସମାଧାନ କରି ଆସନ୍ତା ୭ଦିନ ମଧ୍ୟରେ କୌଣସି ଲଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେ କହିଛନ୍ତି, ବିଭାଗୀୟ ସଚିବ ବିଶାଳ ଦେବଙ୍କ ମନୋମୁଖୀ ଓ ଦାୟିତ୍ୱହୀନ ନିଷ୍ପତ୍ତି ଯୋଗୁ ଆଜି ଏହି ଅନୁଷ୍ଠାନରେ ସଙ୍ଗିନ ପରିସ୍ଥିତ ସୃଷ୍ଟି ହୋଇଛି। ବିନା କୌଣସି ସରକାରୀ ଚୁକ୍ତିନାମାରେ ଏତେ ବଡ଼ ନିଷ୍ପତ୍ତି କିପରି ହେଲା। କିଏ ଏବଂ କେଉଁ ନ୍ୟସ୍ତସ୍ବାର୍ଥରେ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଏଠାରୁ ସ୍ଥାନାନ୍ତର କଲା। ସରକାରଙ୍କ ତହବିଲ୍‌ରୁ ଏତେ ପରିମାଣର ଅର୍ଥ କାହିଁକି ଅଯଥାରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନିଆଗଲା। ଯଦି ସରକାର ହକି ପାଇଁ ୩ ମାସ ମଧ୍ୟରେ ସବୁ ଭିତ୍ତିଭୂମି ଯୋଗାଇ ପାରୁଛନ୍ତି, ତେବେ ପିଲାଙ୍କୁ ମୂଳ ଶାରୀରିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସହାୟକ ହେଉଥିବା ଏହି ଅନୁଷ୍ଠାନକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ପୀଡିତଙ୍କ ପାଇଁ କେଶ ଦାନ

ବାରିପଦା ଅଫିସ,୧୫ା୧୨- ଶରୀରର ପ୍ରତ୍ୟେକଟି ଅଙ୍ଗକୁ ଦାନ କରିବା ପାଇଁ ରହିଛି ଇଚ୍ଛାଶକ୍ତି। ଚକ୍ଷୁଦାନ ଲାଗି ସ୍ବିକୃତୀ ଦେଇ ସାରିବା ପରେ ଏବେ କ୍ୟାନସର ପୀଡ଼ିତଙ୍କ...

ରାଜଧାନୀରେ ବ୍ୟାପିଲା ଡେଙ୍ଗୁ

ଭୁବନେଶ୍ୱର, ୩ା୭ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ସଙ୍କଟ ଟଳି ନ ଥିବାବେଳେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭରୁ ଭୁବନେଶ୍ୱର ମହାନଗର ନିଗମ...

ଚିକିତ୍ସା ସେବା ବଡ଼ ଚ୍ୟାଲେଞ୍ଜ: ତୃତୀୟ ଲହରରେ ଶିଶୁ ଚିନ୍ତା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ସାରା ଦେଶରେ ଏବେ ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଲାଣି। ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ, ୩ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ...

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ...

୭ ଦଲାଲ୍‌ଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୫।୨ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।...

ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର

କେନ୍ଦୁଝର,୮।୫: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ହାତୀର ଆଗ...

ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭ କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି...

Advertisement


Archives

Model This Week

Why Dharitri