Posted inଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ପାକ୍‌ ଆତଙ୍କବାଦୀ: ଏଲ୍‌ଓସି, ଆଇବିରେ ହାଇଆଲର୍ଟ

ନୂଆଦିଲ୍ଲୀ,୫ା୧୦: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ଆତଙ୍କବାଦୀ ଅପେକ୍ଷାରତ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଶୁକ୍ରବାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା (ଆଇବି)ରେ ହାଇ ଆଲର୍ଟ ଜାରି ହୋଇଛି। ଏଲ୍‌ଓସି ନିକଟବର୍ତ୍ତୀ ମଛିଲ ଓ କେରନ ସେକ୍ଟରରେ ବହୁସଂଖ୍ୟାରେ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି। ସୀମା ଆରପଟ ଅନ୍ୟ ଏକ ଲଞ୍ଚପ୍ୟାଡ୍‌ରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କର ଏକ ୬ ଜଣିଆ ଗ୍ରୁପ୍‌କୁ ଠାବ କରାଯାଇଛି। ଏହା ବ୍ୟତୀତ କେରନ ସେକ୍ଟର ନିକଟବର୍ତ୍ତୀ ଜୁରାଠାରେ ଥିବା ଲଞ୍ଚପ୍ୟାଡ୍‌ରେ ମଧ୍ୟ କେତେଜଣ ଆତଙ୍କବାଦୀ ଥିବା ଜଣାପଡିଛି। ସେହିପରି ଏଲ୍‌ଓସି ଆରପଟେ ଥିବା ମୋହରାରେ ୩ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଭାରତର ଭିମ୍ବର ଗଲି ସେକ୍ଟରକୁ ଲାଗି ଏହି ଅଞ୍ଚଳ ରହିଛି। ସେହିପରି ଏଲ୍‌ଓସି ନିକଟବର୍ତ୍ତୀ ଲଞ୍ଜୋତ୍‌ ଓ ଡାଡୋଟ ଲଞ୍ଚପ୍ୟାଡ଼୍‌ରେ ଆତଙ୍କବାଦୀଙ୍କର ୩ରୁ ୪ଟି ଗୋଷ୍ଠୀ ରହିଥିବାବେଳେ ତେଜିଆନ ଲଞ୍ଚପ୍ୟାଡ୍‌ରେ ଅତିରିକ୍ତ ୪ରୁ ୫ଟି ଗୋଷ୍ଠୀ ଅପେକ୍ଷାରତ ଅଛନ୍ତି।
ଗୋଇନ୍ଦା ସୂଚନା ଅନୁଯାୟୀ, ପିଓକେର ସଲହୁନ ଓ ମାଟ୍ରିଆନରେ ଅନୂ୍ୟନ ୫୦ ଜେଇଏମ୍‌ ଆତଙ୍କବାଦୀଙ୍କ ସହ ୩୦ ଲଶ୍କର-ଇ-ତୋଇବା ଆତଙ୍କବାଦୀ ରହିଛନ୍ତି। ସେହିପରି କେରନ ସେକ୍ଟର ଦେଇ ଭାରତରେ ଅନୁପ୍ରବେଶ ଲାଗି ଲଶ୍କର ଓ ଅଲ୍‌-ବଦର ସଂଗଠନର ପାଖାପାଖି ୯୦ ଆତଙ୍କବାଦୀ ପ୍ରତୀକ୍ଷା କରିଥିବା ଜଣାପଡିଛି। ଏମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଇହୁଦୀ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ଶୁକ୍ରବାର ସୀମାରେ ସେନା ଓ ପୋଲିସ ପକ୍ଷରୁ ମିଳିତ ତଲାସି ଅଭିଯାନ ବେଳେ ୧୭ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗୋଇନ୍ଦା ସୂଚନାକ୍ରମେ ଖରଗଲି ଓ ଲୋରାନ ସୀମାନ୍ତ ଅଞ୍ଚଳରେ ତଲାସି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri