ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ;ଜମ୍ମୁ-କଶ୍ମୀର ପର୍ଯ୍ୟଟନକୁ ନେଇ ବଢ଼ୁଛି ଆଶା

 

ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଲଦାଖ ଓ ଉପତ୍ୟକାରେ ପର୍ଯ୍ୟଟନ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନରେ ଜଣାଇଥିଲେ। ଉପତ୍ୟକାର ପର୍ଯ୍ୟଟନ ଶିଳ୍ପକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ, ଯାହା ଦ୍ୱାରା ଏହା ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଥିଲେ। କିନ୍ତୁ ଜମ୍ମୁ-କଶ୍ମୀରରେ ପରିବେଶରେ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟନ ସେକ୍ଟର ଆଗେଇ ପାରିବ ନାହିଁ ବୋଲି ରାଜ୍ୟର ଟ୍ୟାକ୍ସି ଅପରେଟର୍ସ ସଂଘର ପ୍ରେସିଡେଣ୍ଟ ମହମ୍ମଦ ଆଶ୍ରଫ ଲୋନ୍‌ କହିଥିବା ବେଳେ ଅନ୍ୟମାନେ ଏଥିରେ ଏକମତ ନୁହଁନ୍ତି। ଉପତ୍ୟକାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଥିବା ସେମାନେ ଆଶାପ୍ରକାଶ କରିଛନ୍ତି।
ଜମ୍ମୁ-କଶ୍ମୀର ରାଜସ୍ବ ଆୟର ମୁଖ୍ୟରେ ରହିଛି ପର୍ଯ୍ୟଟନ। ରାଜ୍ୟର ଅର୍ଥନୀତିରେ ଏହାର ଅବଦାନ ଅନେକ। ଏଠାକାର ପ୍ରାୟ ୬୦ ପ୍ରତିଶତ ଅଧିବାସୀ ଉଭୟ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ପର୍ଯ୍ୟଟନ ଶିଳ୍ପ ତଥା ସହାୟକ କାର୍ଯ୍ୟକଳାପରେ ସମ୍ପୃକ୍ତ। ଏହି ଶିଳ୍ପ ରାଜ୍ୟ ଜିଡ଼ିପିରେ ୧୫% ଯୋଗଦାନ ଦେଇଥାଏ। ତେବେ ୩୭୦ ପ୍ରତ୍ୟାହାର ପରେ ଉପତ୍ୟକାରେ ରାଜନୈତିକ ଅସ୍ଥିରତା ବଢ଼ିଯିବ ବୋଲି ଲୋନ୍‌ ଆଶଙ୍କାବ୍ୟକ୍ତ କରିଥିବା ବେଳେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ(ଏଚ୍‌ଆର୍‌ଏଡବ୍ଲ୍ୟୁଆଇ)ର ପ୍ରେସିଡେଣ୍ଟ ତଥା ଫେଡେରେଶନ ଅଫ୍‌ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଏଆଇ)ର ଭାଇସ ପ୍ରେସିଡେଣ୍ଟ ଗୁର୍‌ବକ୍ସିସ୍‌ ସିଂ କୋହଲି କହିଛନ୍ତି ଯେ, ଅନୁଚ୍ଛେଦ ପ୍ରତ୍ୟାହାର ପରେ ଉପତ୍ୟକା ପର୍ଯ୍ୟଟନର ପ୍ରକୃତ କ୍ଷମତା ବିକଶିତ ହେବ। ପର୍ଯ୍ୟଟନ ଜମ୍ମୁ-କଶ୍ମୀରର ମୁଖ୍ୟ ଶିଳ୍ପ ହୋଇଥିଲେ ସୁଦ୍ଧା ଏହା ରାଜ୍ୟର ରାଜସ୍ବରେ ସେଭଳି ଯୋଗଦାନ ଦେଇପାରିନାହିଁ ବୋଲି ସେ ଜାରି ବିବୃତିରେ ପ୍ରକାଶ କରିଛନ୍ତି। ଚାମ୍ବର ଅଫ୍‌ ଟ୍ରେଡର୍ସ ଫେଡେରେଶନ ପ୍ରେସିଡେଣ୍ଟ ନିରଜ ଆନନ୍ଦ କହିଛନ୍ତି ଯେ, ୩୭୦ ପ୍ରତ୍ୟାହାର ହେବା ପରେ ସମସ୍ତ ସେକ୍ଟରରେ ବିପୁଳ ହାରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟକୁ ଅଧିକ ରାଜସ୍ବ ମିଳିବ। ରାଜ୍ୟବାସୀଙ୍କ ଭାଗ୍ୟ ରାତାରାତି ବଦଳିଯିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ସମସ୍ତ ଦିଗରୁ ସେଠାରେ ବିକାଶ ହେବାକୁ ଯାଉଛି। ସୂଚନାଥାଉ କି, କେନ୍ଦ୍ର ସରକାର ୩୭୦ ପ୍ରତ୍ୟାହାର କରିବା ପୂର୍ବରୁ ଉପତ୍ୟକାରେ ଉପସ୍ଥିତ ଥିବା ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତୁରନ୍ତ ସ୍ଥାନ ଖାଲି କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଲଓ୍ବାମା ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନର ବିଶେଷ କ୍ଷତି ହୋଇଛି। ତେବେ ଲୋନ୍‌ କହିଛନ୍ତି ଯେ, ଏବେ ଉପତ୍ୟକାରେ ପର୍ଯ୍ୟଟନ ଋତୁ ଶେଷ ହୋଇଛି। ଆସନ୍ତାବର୍ଷ ମାର୍ଚ୍ଚ ପୂର୍ବରୁ ପୁନର୍ବାର ପର୍ଯ୍ୟଟନ ଗତିବିଧି ଆରମ୍ଭ ହେଲା ଭଳି ଲାଗୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର...

ଭେଣ୍ଡର ବକେୟା ଶୀଘ୍ର ପ୍ରଦାନ ନେଇ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯-୯: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ଆସନ୍ତା ମାସ ୧୫ ସୁଦ୍ଧା...

ଜିଏସ୍‌ଟିରୁ ଜନଧନ ଯାଏ.. ମନେ ରହିବେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୫-୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କର ଶନିବାର ପରଲୋକ ହୋଇଯାଇଛି। ସେ ଜଣେ ବିଦ୍ୱାନ, ପ୍ରଖର ବକ୍ତା ଭାବେ ପରିଚିତ। ତାଙ୍କର ଅର୍ଥ, ଆଇନ...

୭୫୦୦ ଟଙ୍କାରୁ ଅଧିକ ଫ୍ଲାଟ୍‌ ମେଣ୍ଟେନାନ୍ସ ଲାଗି ଦେବାକୁ ହେବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୪-୭-କେନ୍ଦ୍ର ସରକାର ଫ୍ଲାଟ୍‌ ମେଣ୍ଟେନାନ୍ସରୁ ମଧ୍ୟ ଜିଏସ୍‌ଟି ଆଦାୟ ଲାଗି ସ୍ଥିର କରିଛନ୍ତି। ଏଣିକି ଫ୍ଲାଟ୍‌ ମେଣ୍ଟେନାନ୍ସ ବାବଦରେ ରେସିଡେଣ୍ଟ ଓ୍ବେଲ୍‌ଫେୟାର ଆସୋସିଏଶନକୁ ପ୍ରତି ମାସରେ...

ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ...

ଗ୍ରାହକଙ୍କୁ ରେନୋର ସହାୟତା

ଭୁବନେଶ୍ୱର,୧୪।୪: କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସମୟରେ ରେନୋ ଇଣ୍ଡିଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ଲକ୍‌ଡାଉନ ପାଇଁ ଗ୍ରାହକ ବିଭିନ୍ନ ସମସ୍ୟା...

ଆର୍ଥିକ ପ୍ୟାକେଜ ଦେବେନି ସରକାର

ନୂଆଦିଲ୍ଲୀ,୨୩-୮: ଦେଶର ଅର୍ଥନୀତି ଧିମା ହେବା କାରଣରୁ ଉଦ୍ୟୋଗ ଜଗତ ଏବେ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ...

ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୬: ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୮.୨ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ଏହା ୫୦୧.୭ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଗୋଟିଏ ସପ୍ତାହ ତଳେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *