ଅନୁଗୋଳ ପୌରପାଳିକାରେ ଲାଗୁହେଲା ଏଫଏସ୍ଏମ୍ ନିୟମ: ଘରୋଇ ସଂସ୍ଥା ପଞ୍ଜୀକରଣ ନ କଲେ ଜରିମାନା

ଅନୁଗୋଳ ଅଫିସ, ୧୧।୧ – ଅନୁଗୋଳ ପୌରପାଳିକାରେ ଶୁକ୍ରବାର ଠାରୁ ଏଫ୍‌ଏସ୍‌ଏମ୍‌ ନିୟମ ଲାଗୁ ହୋଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ତାଳଚେର ପୌରପାଳିକା ଓ ଆଠମଲ୍ଲିକ ଏନ୍‌ଏସିରେ ମଧ୍ୟ ଏହା ଲାଗୁ କରାଯାଇଛି। ଏ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନସିଲ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱରରୁ ଦୁଇ ଜଣ ଟିମ୍‌ ଲିଡର ଆସି ଏଫଏସ୍‌ଏମ୍‌ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏଣିକି ସହରରେ ପାଇଖାନା ସଫା କରୁଥିବା ଘରୋଇ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଆସିଛି। ପୌରପାଳିକାରେ ପ୍ରଥମେ ଘରୋଇ ସଂସ୍ଥା ପଞ୍ଜୀକରଣ କରିବା ପରେ ପାଇଖାନା ସଫେଇ କରିପାରିବେ। ନଚେତ ପୌରପାଳିକା ନିକଟରେ ଜରିମାନା ଗଣିବାକୁ ପଡ଼ିବ। ଏହି ନିୟମ ଅନୁଗୋଳ ପୌରପାଳିକାରେ ଶୁକ୍ରବାରଠାରୁ ଲାଗୁ ହୋଇଥିବାବେଳେ ପରେ ଏହା ଅନ୍ୟ ପୌରପାଳିକା ଓ ଏନ୍‌ଏସିରେ ଲାଗୁ କରାଯିବ। ପାଇଖାନା ସଫା କରୁଥିବା ଗାଡ଼ିଗୁଡ଼ିକ ପୌରପାଳିକାର ପରିମଳ ବିଭାଗରେ ପଞ୍ଜୀକରଣ କରିସାରିବା ପରେ ଲୋକଙ୍କ ପାଇଖାନା ସଫା କରିପାରିବେ। ଏପରି କି ପାଇଖାନାରୁ ବାହାରୁଥିବା ମଳପଙ୍କକୁ ନେଇ ପଞ୍ଚମହଲା ଠାରେ ନିର୍ମାଣ ହୋଇଥିବା ଲିକ୍ୱିଇଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟରେ ପକାଇବେ। ଏଥିରେ ଖିଲାପ କଲେ ପୌରପାଳିକା ୫୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିପାରିବ। ଏଥିସହ ଗାଡ଼ି ମଧ୍ୟ ସିଜ୍‌ କରିବା କ୍ଷମତା ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ନେଇ ପୌରପାଳିକାର କାଉନସିଲ୍‌ ହଲଠାରେ ଏଫ୍‌ଏସ୍‌ଏମ୍‌ର ଟିମ୍‌ ଲିଡର ରିତିକ୍‌ ଜୈନ୍‌ ଓ ସିକିଲ୍‌ ମିଶ୍ର ଯୋଗଦେଇ କିପରି ଗାଡ଼ିଗୁଡ଼ିକର ପଞ୍ଜୀକରଣ କରାଯିବ ଓ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ବ୍ୟବହାର ହେବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏହି ଶିବିରରେ ଅନୁଗୋଳ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଡୁଡ଼ା ଅନୁଗୋଳର ବଦ୍ରିନାରାୟଣ ଦାସ, ଆଠମଲ୍ଲିକ ବିଜ୍ଞାପିତ ପରିଷଦର ଅଧିକାରୀ, ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri