ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ ଅନୁସାରେ ରୋହିଣୀ ନକ୍ଷତ୍ର (ମେ ୨୨- ଜୁନ ୭) ପ୍ରଚଣ୍ଡ ଖରାରେ ଧରାପୃଷ୍ଠକୁ ତତାଇ ଦିଏ। ସେହିପରି ମୃଗଶିରା(ଜୁନ ୭- ଜୁନ୨୦) କାଳବୈଶାଖୀର ପ୍ରଭାବରେ ଧରାପୃଷ୍ଠ ମାତିଉଠେ। ଠିକ୍‌ ସେମିତି ମୌସୁମୀ ଆଗମନରେ ଆରଦ୍ରା ନକ୍ଷତ୍ର( ଜୁନ ୨୧-ଜୁଲାଇ ୩) ଝିପିଝିପି ବର୍ଷାରେ ଜମି ଚାଷ ଉପଯୋଗୀ ହୋଇ ବୁଣା ବିହନକୁ ଅଙ୍କୁରୋଗ୍ଦମ କରି ସବୁଜିମା ଆଣିଦିଏ। ଓଡିଶାର ଭାତହାଣ୍ଡି କୁହାଯାଉଥିବା ସୁବର୍ଣ୍ଣପୁର ଜିଲାର ଚାଷୀକୂଳ ମାସ, ବର୍ଷ, ତିଥି ବା ତାରିଖ ଉପରେ ନିର୍ଭର ନକରି ପାରମ୍ପରିକ ନକ୍ଷତ୍ର ଗଣନା ଉପରେ ବିଶ୍ୱାସ ରଖି ଚାଷ କରିଥାନ୍ତି। ଚଳିତ ଖରିଫ ଋତୁରେ ଚାଷ ପାଇଁ ଚାଷୀ ତତ୍ପର ଥିବାବେଳେ ନକ୍ଷତ୍ର ଗଣନାକୁ ନେଇ ଆଗେଇ ନେଉଛି ଚାଷ। ଏହିକ୍ରମରେ ଉଲୁଣ୍ଡା ବ୍ଲକରେ ଚାଷୀ ଆରଦ୍ରା ନକ୍ଷତ୍ରରେ ବତୁରି ପାଗର ସୁଯୋଗ ନେଇ ଧାନ ବୁଣା ଆରମ୍ଭ କରିଛି। ମୌସୁମୀ ଆଇବାରେ ଡେରି ହେଲେ ବି ମଝି ମଝିରେ ହେଇଥିବା କାଳବୈଶାଖୀ ବର୍ଷା ଲାଗି ଠିକ ସମିଆରେ ବତରି ଧାନବୁନା ଜୋରସୋରରେ ଚାଲିଛେ ବୋଲି ଗୌଡଗଁାର ଚାଷୀ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି।
ଉଲୁଣ୍ଡା କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ମତେ, ବ୍ଲକରେ ଥିବା ସମଗ୍ର ୨୭୮୯୩ ହେକ୍ଟର ଜମିରୁ ଚଳିତ ଖରିଫ ପାଇଁ ୨୨୬୫୦ ହେକ୍ଟର ଜମିକୁ ଚାଷ ଉପଯୋଗୀ ଭାବେ ନିଆଯାଇଛି। ଏଥିରୁ ଧାନ ଚାଷ ପାଇଁ ୧୬୭୯୦ ହେକ୍ଟର, ମକା ୨୦୦, ଡାଲି ଜାତୀୟ ୩୦୦, ତୈଳବିଜ ୫୨୦, ତନ୍ତୁ ଜାତୀୟ ୬୩୦, ପରିବା ୧୧୫୦, ମସଲା ୨୫୦, ଆଖୁ ୬୦ ଏବଂ ଅନ୍ୟାନ୍ୟ ଫସଲ ୩୬୦ ହେକ୍ଟର ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ଉଲୁଣ୍ଡା ବ୍ଲକର ଚାଷୀ ଧାନକୁ ମୁଖ୍ୟ ଫସଲ ଭାବେ ଗ୍ରହଣ କରୁଥିବା ହେତୁ ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବ୍ଲକ ପାଇଁ କଲିଙ୍ଗ ୧୦୦ କୁଇଣ୍ଟାଲ, ଖଣ୍ଡଗିରି ୪୦୦, ଲଲାତ ୩୦୦, ସହଭାଗୀ ୩୦୦, ସଦାବ୍ଦି ୪୦୦, ଭୂବନ ୩୦୦, ସିଦ୍ଧାନ୍ତ ୧୦୦, ଜୋଗେଶ ୧୦୦, କାଦମ୍ବିନୀ ୧୦୦, ନବିନ ୧୦୦, ଚନ୍ଦନ ୧୦୦, ଏମଟିୟୁ – ୧୦୧୦ ୮୦୦, ୧୦୦୧ ବିହନ ୧୨୦୦, ପୂଜା ୧୦୦୦, ସ୍ବର୍ଣ୍ଣ ୧୭୦୦, ଆରଜିଏଲ-୨୫୩୮ ୧୦୦, ସତ୍ୟକ୍ରିଷ୍ଣା ୧୦୦, ପ୍ରତିକ୍ଷା ୧୦୦, ଗିତାଞ୍ଜଳି ୧୦୦, ତପସ୍ବିନୀ ୧୦୦, ମାନସ୍ବିନୀ ୧୦୦, ତେଜସ୍ବିନୀ ୧୦୦, ସୁନିତା ୧୦୦, ଜୟଦେବ ୧୦୦, ରାନି ୧୦୦ କୁଇଣ୍ଟାଲ ଧାନ ବିହନର ଆବଶ୍ୟକତା ଥିବା କୃଷି ବିଭାଗ ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି। ସେହିପରି ମୁଗ ଚାଷ ପାଇଁ ପିଡିଏମ ୫୪ ୧୦ କୁଇଣ୍ଟାଲ, ଆପିଏମ୧୪ ୨୦ କୁଇଣ୍ଟାଲ, ବିରିଟି୯ ୫ କୁଇଣ୍ଟାଲ, ଶାରଳା ୫ କୁଇଣ୍ଟାଲ, ଅରହର ୩୦କୁଇଣ୍ଟାଲ, ବାଦାମ ୬୦କୁଇଣ୍ଟାଲ, ଶୋରିଷ ଓ ଧନିଚା ୩୦ କୁଇଣ୍ଟାଲ ଏହିପରି ସମୁଦାୟ ଚାଷ ପାଇଁ ୭୮୬୦ କୁଇଣ୍ଟାଲ ବିହନର ଆବଶ୍ୟକତା ଥିବା ସୂଚିତ କରାଯାଇଛି। ତେବେ ଚାଷୀକୁ ସରଳ ଓ ସହଜ ଉପାୟରେ ବିହନ ଯୋଗାଇଦେବା ପାଇଁ ବ୍ଲକରେ ଥିବା ୧୧ ଗୋଟି ପ୍ୟାକ୍ସ ଓ ୧୨ ଗୋଟି ବେସରକାରୀ ବିହନ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଗଣପତି ସିଡ୍‌ସ ୩୫୦, ପର୍ଡିଆ ସିଡ୍‌ସ ୨୨୪, ପଞ୍ଚଜନ୍ୟା ଗ୍ରୁଫ ସିଡ୍‌ସ ୪୯୧, ଜୟ ବଜରଙ୍ଗବଳି ସିଡ୍‌ସ ୧୩୦, ଦାଶରଥ ମହାକୁର ସିଡ୍‌ସ ୨୨୫ ଏବଂ ଗୌରିଶଙ୍କର ପାଣ୍ଡିଆ ସିଡ୍‌ସ ୪୦ କୁଇଣ୍ଟାଲ ଧାନ ବିହନ ଆଣିଛନ୍ତି। ସେହିପରି ମହଦା ପିଏସିଏସ ୧୦୭ କୁଇଣ୍ଟାଲ ବିହନ ଆଣିଥିବା ଜଣାଯାଇଛି। ତେବେ ବ୍ଲକରେ ଥିବା ପଞ୍ଚମହଲା,ନିମ୍ନା, ବିଶିପଡା, ଉଲୁଣ୍ଡା, ଚଡେଇପଙ୍କ, କୋଟସମଲାଇ, ଏସ. ପତ୍ରାପାଲି, ରକ୍ସା, କଲାପଥର ଏବଂ ଜାଲୋଏ ପ୍ରଭୃତି ପିଏସିଏସ ଚଳିତ ବର୍ଷ ଧାନ ବିହନ ବିକ୍ରି ପାଇଁ ଆଣିନାହାନ୍ତି। ଅନ୍ୟପକ୍ଷେ ଏହିସବୁ ପିଏସିଏସ ପ୍ରତି ଜିଲା ପ୍ରଶାସନର ଲଗାମ ନ ଥିବାରୁ ଏହା ଉପରେ ଭରଶା ରଖି ଚାଷ କରୁଥିବା ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ ହେଉଛି। ତେଣୁ ଅଞ୍ଚଳର ଚାଷୀ ସରକାରୀ ବିହନ ଉପରେ ଭରସା ନରଖି ପାରମ୍ପରିକ ଦେଶି ବିହନ ବ୍ୟବହାର କରୁଥିବା ଦେଖାଦେଇଛି। ସେହିପରି ଅଣଧାନ ଫସଲର ବିହନ କେଉଁଠୁ ମିଳିବ ସେନେଇ ଅଞ୍ଚଳର ଚାଷୀ ସନ୍ଦିହାନ ଅଛନ୍ତି। ତେବେ ଏ ନେଇ ପଚରାଯିବାରୁ ଅଣଧାନ ଫସଲ ବିହନ ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଏଏଓ ରାକେଶ କୁମାର ମାଝୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri