ଅନିଶ୍ଚିତତାରେ କନିଆଁନୁକା ନାଳ କଲଭର୍ଟ ନିର୍ମାଣ: କଷ୍ଟ ଭୋଗୁଛନ୍ତି ୱାର୍ଡବାସୀ, ଯାତ୍ରୀ

ଚମ୍ପୁଆ, ୫ା୧(ଡି.ଏନ୍‌.ଏ.)- ଚମ୍ପୁଆ ଏନଏସି ଗଠନ ହେବାର ୫ ବର୍ଷ ପୂରିବାକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ୱାର୍ଡବାସୀ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ସାଧାରଣ ଜନତାଠୁ ଆରମ୍ଭ କରି ଉକ୍ତ ରାସ୍ତା ଦେଇ ଯାଉଥିବା ପଥଚାରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଗ୍ରାମବାସୀ ଉକ୍ତ ନାଳ ଉପରେ ମାଟି ପକାଇ ସମତୁଲ କରି ଯାଆସ କରୁଛନ୍ତି। ମାତ୍ର ଗାଡିଗୁଡିକ ଅଧିକ ଚାଲିବାରୁ ତାହା ପୂର୍ବ ଅବସ୍ଥାକୁ ଫେରି ଯାଉଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ଗୋଧୂଳି ରାସ୍ତାର କନିଆଁନୁକା ନାଳ ଉପରେ ନିର୍ମାଣ ପାଇଁ ଦାବି କରାଯାଉଥିବା କଲଭର୍ଟ।
ସୂଚନା ଅନୁସାରେ ଚମ୍ପୁଆ ଏନଏସିର ୧ନଂ. ୱାର୍ଡ ଏନଏସି ମୁଖ୍ୟାଳୟଠାରୁ ୩ କି.ମି. ଦୂରରେ ଅବସ୍ଥିତ। ଏହି ୱାର୍ଡକୁ ମୌଲାନାଗୋଡା ଛକଠାରୁ ଗୋଧୂଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ କରାଯାଇଛି। ଏହି ରାସ୍ତାର ଭାଲିଆଢିପାଠାରେ ଏକ ବଡ଼ନାଳ ପଡୁଥିବା ବେଳେ ଗୋଧୂଳି ଗାଁକୁ ଲାଗି କନିଆଁନୁକା ନାଳ ରହିଛି। ଏହି ନାଳ ଦେଇ ଖରା ଓ ଶୀତ ଦିନରେ ଲୋକମାନେ ଯେନତେନ ପ୍ରକାରେ ଯିବା ଆସିବା କରୁଥିଲେ ମଧ୍ୟ ବର୍ଷା ଓ ଅନ୍ୟ ଦିନମାନଙ୍କରେ ଏହି ନାଳ ଦେଇ ଯାତାୟାତ କରିବା ପ୍ରାୟତଃ କଷ୍ଟକର ହୋଇପଡ଼େ। ଗୋଧୂଳି ଗାଁରୁ ଛାତ୍ରୀଛାତ୍ରମାନେ ସାଇକେଲ ମାଧ୍ୟମରେ ପାଠ ପଢିବା ପାଇଁ ଚମ୍ପୁଆ ଆସୁଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଏହି ଗାଁକୁ ଲାଗି ପଡ଼ୋଶୀ ଝାଡ଼ଖଣ୍ଡକୁ ଯିବାଲାଗି ରାସ୍ତା ରହିଥିବାରୁ ଉକ୍ତ ଅଞ୍ଚଳରୁ ମଧ୍ୟ ଦିନରାତି ଶହଶହ ବାଇକ ଓ ଛୋଟ ଛୋଟ ଗାଡ଼ି ଯିବା ଆସିବା କରନ୍ତି। ଏହାକୁ ଆଖିରେ ରଖି ଏହି କନିଆଁନୁକା ନାଳ ଉପରେ କଲଭର୍ଟ ନିର୍ମାଣ କରିବା ପାଇଁ ଗୋଧୂଳିବାସୀ ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ କଲଭର୍ଟ ନିର୍ମାଣ କରାଯାଇପାରିଲା ନାହିଁ। କିଛି ଦିନ ପୂର୍ବରୁ ଉଭୟ ଗୋଧୂଳି ଓ ଭାଲିଆଢିପା ଗ୍ରାମବାସୀ ଅସନ୍ତୋଷକୁ ତୀବ୍ର କରିବାରୁ ଉକ୍ତ ନାଳ ନିକଟରେ କିଛି ହ୍ୟୁମ ପାଇପ୍‌ ୩ ମାସ ହେବ ପଡ଼ି ରହିଛି। କିଏ ଓ କାହିଁକି ଏହି ପାଇପ୍‌ ଏଠାରେ ପକାଇଛି ତାହା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋଙ୍କୁ ମଧ୍ୟ ଜଣାନାହିଁ। ଏହି ସମସ୍ୟାକୁ ଗ୍ରାମବାସୀ କାହାକୁ ଦୋଷ ଦେବେ ତାହା ଏବେ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ଏହି ନାଳ ଉପରେ ଯାତାୟାତ ପାଇଁ କଲଭର୍ଟ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?